ସ୍ଵାଧୀନ ଭାରତ ରେ ଶୁଭୁଛି : ମଣିମା ମୋ ଦୁଃଖ ଶୁଣିବା ହଉ !

ଲୋଟିନେଲେ ଆବାସ ଗୃହ, ଯୋଗ୍ୟ ହିତାଧିକାରୀ  ବଞ୍ଚିତ 

ଢ଼େଙ୍କାନାଳ : ହିନ୍ଦୋଳ  ବ୍ଲକ ଜରଡା ଗ୍ରାମ ପଞ୍ଚାୟତ ଠେଙ୍ଗା ଗ୍ରାମରେ ଜଣେ ଯୋଗ୍ୟ ହିତାଧିକାରୀ ଅଞ୍ଜନା ମୁଦୁଲିଙ୍କ ଚାଳ ଘର ଦେଖାଇ ଓ ଫଟୋ ଉଠାଇ ଆବାସ ଗୃହ ନିଜ ନାମକୁ କରି ନେବା ପାଇଁ ଚେଷ୍ଟା କରିଥିଲେ ।  ୱାର୍ଡ ମେମ୍ବର  ତାଙ୍କର ପକା ଘର ଥିବାରୁ ଜଣେ ଅସହାୟ ଗରିବର ଚାଳ ଘର ପଞ୍ଚାୟତ ଅଧିକାରୀଙ୍କୁ ଦେଖାଇ ଆବାସ ଘର ନିଜ ନାମରେ କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଅଞ୍ଜନା। ଏପଟେ ଅସହାୟ ଗରିବ ଅଞ୍ଜନାଙ୍କୁ ଏପର୍ଯ୍ୟନ୍ତ ସରକାର ଖଣ୍ଡେ ଆବାସ ଗ୍ରହରେ ସାମିଲ କରି ପାରିଲେ ନାହିଁ ଏବଂ ସେପଟେ ଅଞ୍ଜନା ଘରକୁ ପଞ୍ଚାୟତ ଅଧିକାରୀ ଦେଖାଇ ଲାଞ୍ଚ ନେଇ ୱାର୍ଡ ମେମ୍ବରଙ୍କୁ ଘର ଦେଉଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଅଞ୍ଜନାଙ୍କ ପରିବାର। ଏହି ବିଷୟରେ ପଞ୍ଚାୟତ ଅଧିକାରୀଙ୍କୁ ପଚାରିବାରୁ ସେ ତାଙ୍କ ଚେୟାର ଛାଡ଼ି ପଳାଇ ଥିଲେ। ସେହି ପଞ୍ଚାୟତର ସରପଞ୍ଚଙ୍କୁ ପଚାରିବାରୁ ସେ କହିଥିଲେ ଅଭିଯୋଗ ଆସିଲା ପରେ ୱାର୍ଡ ମେମ୍ୱରଙ୍କ ଆବାସ ଗ୍ରହ କାଟି ଦିଆ ଯାଇଛି। ଦେଖିବାକୁ ବାକି ରହିଲା ଅଞ୍ଜନା ଙ୍କୁ ସରକାର କେବେ ଘର ଖଣ୍ଡେ ଯୋଗାଇ ଦେଉଛନ୍ତି ଓ ଦୋଷୀ ଉପରେ କି କାର୍ଯ୍ୟାନୁଷଠାନ ଗ୍ରହଣ କରୁଛନ୍ତି ।

Leave A Reply

Your email address will not be published.

thirteen + one =