ଭୁବନ; ନିରାକରଣ ଅଭିଯାନ ସହ ଔଷଧ ସେବନ !

ଢ଼େଙ୍କାନାଳ : ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଫାଇଲେରିଆ ନିରାକରଣ ଅଭିଯାନ ସହ ଔଷଧ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ମେଡିକାଲ ଅଫିସର ଡ଼ା ରମେଶ କୁମାର ସାହୁ କାର୍ଯ୍ୟକ୍ରମ ଶୁଭାରମ୍ଭ କରି ନିଜେ ଔଷଧ ଖାଇବା ସହ ସମସ୍ତ କର୍ମଚାରୀ ଔଷଧ ସେବନ କରିଥିଲେ । ଏହି ଔଷଧ ସମ୍ପୂର୍ଣ୍ଣ ନିରାପଦ ଓ ଏହା କୁ ଖାଇବା ଦ୍ୱାରା ଆମେ ଫାଇଲେରିଆ ମୁକ୍ତ ହେଇପାରିବା ବୋଲି ଡ଼ା ସାହୁ ମତବ୍ୟକ୍ତ କରିଥିଲେ l ପୁର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଦିବା ୧୧ ଘଟିକା ସମୟ ରେ ବିଡିଓ କଲ୍ୟାଣ ସୌରଭ ଦାଶ ଫାଇଲେରିଆ ମୁକ୍ତ ଔଷଧ ସେବନ କରି ଫାଇଲେରିଆ ନିରାକରଣ ଅଭିଯାନ କୁ ଉଦଘାଟନ କରିଥିଲେ। ମଠକରଗୋଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡ଼ା ଭାଗବତ ମାଝୀ ଉପସ୍ଥିତ ରହି ସାମୁହିକ ଭାବେ ସମସ୍ତେ ଔଷଧ ସେବନ କଲେ ବାତଜ୍ୱର ରୋଗ କୁ ସମ୍ପୂର୍ଣ୍ଣ ମୁକ୍ତ କରିପାରିବା ବୋଲି କହିଥିଲେ। କେବଳ ଗର୍ଭବତୀ ମହିଳା,୨ ବର୍ଷ ରୁ କମ ବୟସର ଶିଶୁ, ସାତ ଦିନ ମଧ୍ୟରେ ପିଲା ଜନ୍ମ କରିଥିବା ମହିଳା ଓ ଗୁରୁତର ଅସୁସ୍ଥ ବ୍ୟକ୍ତି ଏହି ଔଷଧ ସେବନ କରିବେ ନାହିଁ ବୋଲି ସୂଚନା ଦେଇଥିଲେ । ପରେ ଏନ୍ ଏ ସି ସଭା ଗୃହରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ,ନିର୍ବାହୀ ଅଧକାରୀ ଶ୍ୟାମ ସୁନ୍ଦର ସାହୁ ଙ୍କ ସମେତ ସମସ୍ତ କର୍ମଚାରୀ ଔଷଧ ସେବନ କରିଥିଲେ। ଆସନ୍ତା କାଲି ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ପ୍ରଶିକ୍ଷିତ ୭୭ ଜଣ ଅଙ୍ଗନବାଡ଼ି କର୍ମୀ,ସହାୟିକା,ଆଶା କର୍ମୀ,ସ୍ୱଚ୍ଛ ସାଥୀ,ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ମାନେ ଘରକୁ ଘର ବୁଲି ଲୋକଙ୍କୁ ଔଷଧ ସେବନ କରାଇବେ। ଏହି କାର୍ଯ୍ୟକ୍ରମ କୁ ମେଡିକାଲ ଆକାଉଟାଣ୍ଟ ଶୁଭକାନ୍ତ ଆଚାର୍ଯ୍ୟ,ସ୍ବାସ୍ଥ୍ୟ କର୍ମୀ ଅମିତ କୁମାର ସାମଲ,ଅଜିତ କୁମାର ଦାଶ, ଷ୍ଟାଫ ନର୍ସ ଗାୟତ୍ରୀ ସାହୁ,ବନିତା କୁମାରୀ ସାହୁ,ଅତିରିକ୍ତ ଶିକ୍ଷା ଅଧିକାରୀ ପୁଷ୍ପାଞ୍ଜଳି ମିଶ୍ର, ଆଇ ସି ଡ଼ି ଏସ ସୁପରଭାଇଜର କଲ୍ୟାଣୀ ସାମଲ, ଇନ୍ଦୁମତି ଦେଇ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ ଓ ପରିଚାଳନା କରିଥିଲେ ।

Leave A Reply

Your email address will not be published.

nine + 17 =