ଢେଙ୍କାନାଳ : କାଞ୍ଚନ ବଜାରସ୍ଥିତ ପାଣ୍ଡେ ମାର୍କେଟ୍ କଂପ୍ଲେକ୍ସ ଠାରେ କମିଟିର ସଭାପତି ଆଡଭୋକେଟ ଗୋପାଳ ଚନ୍ଦ୍ର ପାତ୍ରଙ୍କ ସଭାପତିତ୍ୱରେ ମା\’ ଲକ୍ଷ୍ମୀଙ୍କ ପୂଜା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ କମିଟିର ସମ୍ପାଦକ ସାଗିର୍ ମହମ୍ମଦ ସଭାପତିଙ୍କ ଅନୁମୋଦନ କ୍ରମେ ୨୦୨୨ ମସିହା ଲକ୍ଷ୍ମୀପୂଜାର ଆୟବ୍ୟୟର ହିସାବ ପ୍ରଦାନ କରିଥିଲେ । ବଜାରର କିଛି ବ୍ୟବସାୟ ଭାଇମାନେ ଏ ବର୍ଷ କାଂଚନ ବଜାର ଲକ୍ଷ୍ମୀପୂଜା ତଥା ଭସାଣୀ ଉତ୍ସବକୁ ଅଧିକ ଆକର୍ଷଣୀୟ, ସରସ ସୁନ୍ଦର କରିବା ପାଇଁ ନିଜ ନିଜର ମତାମତ ପ୍ରଦାନ କରିଥିଲେ । କମିଟିର ଉପଦେଷ୍ଟା ଅକ୍ଷୟ କୁମାର ସେନ୍ ଏବଂ ସତ୍ୟାନନ୍ଦ ବିଶ୍ୱାଳ ନିଜର ମତରଖି କହିଥିଲେ ଯେ, ଭସାଣୀ ଉତ୍ସବରେ ବାହାର ରାଜ୍ୟରୁ ନୂତନ ଓ ଆକର୍ଷଣୀୟ ସାଂସ୍କୃତିକ ସରଞ୍ଜାମ ଅଣାଯାଉ, ଯାହାକୁ ଲୋକମାନେ ଦେଖିବା ପାଇଁ ଅଗ୍ରହ କରିବେ । କମିଟିର ଉପସଭାପତି ରାଜ କୁମାର ପାଲ୍, ହାଇଦର ମହମ୍ମଦ, କୋଷାଧ୍ୟକ୍ଷ ତାପସ କୁମାର ମାହୁନ୍ତ ଏବଂ ବଜାର ମାନ୍ୟଗଣ୍ୟ ବ୍ୟକ୍ତି ନାକୁ ପାଲ୍, ରାଜକୁମାର ପାଣ୍ଡେ, ପ୍ରଦୀପ ସାହୁ, କାଳିଆ ସେଠୀ, ବଳରାମ ଭଟ୍ଟ, ରତ୍ନାକର ସାହୁ, ଗତୀକୃଷ୍ଣ ସାହୁ, ବିଜୟ ସାହୁ
ପ୍ରମୁଖ ନିଜ ନିଜର ସୁ-ମତାମତ ପ୍ରଦାନ କରିଥିଲେ । ସଭାପତି ଗୋପାଳ ଚନ୍ଦ୍ର ପାତ୍ର ବିସ୍ତୃତ ଆଲୋଚନା କରି ଚଳିତ ବର୍ଷ
କାଂଚନ ବଜାର ଲକ୍ଷ୍ମୀପୂଜା ପାଇଁ ୨୦ଲକ୍ଷ ଟଙ୍କାର ବଜେଟ୍ ଉପସ୍ଥାପନ କରି ବ୍ୟବସାୟୀ ଭାଇ ଓ ସାହି ବାସୀନ୍ଦା,
ଯୁବଗୋଷ୍ଠୀଙ୍କର ସହଯୋଗ କାମନା କରିଥିଲେ । ଚଳିତ ବର୍ଷ ମା\’ଙ୍କର ପୂଜା ଆରମ୍ଭରୁ ଭସାଣୀ ଉତ୍ସବ ପର୍ଯ୍ୟନ୍ତ ସମସ୍ତଙ୍କର
ସାହାଯ୍ୟ ଓ ସହଯୋଗ ପାଇଁ ଅନୁରୋଧ କରିଥିଲେ । ଗତବର୍ଷ ଲକ୍ଷ୍ମୀପୂଜାକୁ ସଫଳ କରିଥିବା ବ୍ୟକ୍ତି ବିଶେଷ,
ବ୍ୟବସାୟୀବନ୍ଧୁ, କର୍ମକର୍ତା, ସାହିବାସୀନ୍ଦା, ଯୁବଗୋଷ୍ଠୀମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ସର୍ବଶେଷରେ କମିଟିର
ଉପସଭାପତି ରାଜ କୁମାର ପାଲ୍ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Next Post