ଢେଙ୍କାନାଳ (ଏମ୍.ଏନ୍.ଏସ୍) : ଅଶୃମୋଚନ ଜନ୍ମରୁ ବିବ୍ୟାଙ୍ଗ ହୋଇ ନିଜର ଇଛାଶକ୍ତି ଓ କଠିନ ପରିଶ୍ରମ ବଳରେ ସର୍ବଭାରତୀୟ ନିଟ୍ ପରୀକ୍ଷାରେ ଉତିନ୍ନ ହୋଇ ଏମ୍.କେ.ସି.ଜି. ମେଡିକାଲ କଲେଜ ୩ ଦିନ ତଳେ ନାମ ଲେଖଇ ଜଣେ ଡାକ୍ତର ଛାତ୍ର ଭାବରେ ଗାଁର ତଥା ଜିଲ୍ଲାପାଇଁ ସୁନାମ ଅର୍ଜନ କରିବା ସହ ସମାଜର ବିଦ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଏହି ଖବର ଜାଣିବା ପରେ ଢେଙ୍କାନାଳ ସଦର ବ୍ଲକ ତାଳବରକୋଟ ସ୍ଥିତ ଏକାଡେମୀ ଅଫ ମେଡ଼ିକାଲ ସାଇନ୍ସ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଢେଙ୍କାନାଳ ଏକାଡେମୀ ଅଫ ମେଡ଼ିକାଲ ସାଇନ୍ସର ଅଧ୍ୟକ୍ଷା ଶ୍ରୀମତୀ ମଧୁସ୍ମିତା ମଣ୍ଡଳ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଉପସ୍ଥିତରେ ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ ଏବଂ ପ୍ରତିବର୍ଷର ଟିଉସନ ଫି ପ୍ରଦାନ କରିବା ପାଇଁ ନିର୍ଦ୍ଦେଶକ ଡ଼. ରଜନୀକାନ୍ତ ତରାଇ ପ୍ରତିଶୃତି ଦେଇଥିଲେ । ଜିଲ୍ଲାପାଳ ଅଶ୍ରୁମୋଚନଙ୍କୁ ଆର୍ôଥକ ସହାୟତା ଓ ସମ୍ବର୍ଦ୍ଧନା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଏକାଡେମୀର ଅଧ୍ୟାପିକା ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ । କୁମ୍ଭେଶ୍ୱର ଜୀଉ ଚାରିଟେବୁଲ ଟ୍ରଷ୍ଟର ଚେୟାରମ୍ୟାନ ଶ୍ରୀ ରତିକାନ୍ତ ତରାଇ ଅଶ୍ରୁ ମୋଚନ ନାୟକଙ୍କ ଭବିଷ୍ୟତ ଉଜ୍ଜ୍ୱଳ ପାଇଁ ତାଙ୍କର ଉତରୋତର କାମନା କରିଥିଲେ । ଅଶ୍ରୁମୋଚନ ଡାକ୍ତରୀ ଶିକ୍ଷା ସମାପ୍ତ ହେବା ପରେ କାଡିୟଲୋଜି ଡାକ୍ତର ହେବା ପାଇଁ ଲକ୍ଷ ରଖିଛନ୍ତି ଏବଂ ଭବିଷ୍ୟତରେ ମାଗଣାରେ ଡାକ୍ତରୀ ସେବା ଯୋଗାଇବେ ସହ ସମାଜର ହିତ ପାଇଁ କରିବେ ବୋଲି ମତ ରଖିଥିଲେ ।