ଢେଙ୍କାନାଳ : ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଙ୍କ ଅନୁମୋଦନ କ୍ରମେ ଦଳର ଛାମୁଆ ଯୁବ ସଂଗଠନକୁ ସୁଦୃଢ ଓ କ୍ରିୟାଶୀଳ କରିବା ପାଇଁ ରାଜ୍ୟ ବିଜୁ ଜନତା ଦଳର ସାଂଗଠନିକ ସଂପାଦକ ତଥା ଢ଼େଙ୍କାନାଳ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ , ସାଧାରଣ ସଂପାଦକ (ଯୁବ ବ୍ୟାପାର) ପ୍ରଣବ କୁମାର ବଳ ବନ୍ତରାୟ, ବିଜୁ ଯୁବ ଜନତା ଦଳର ସଭାପତି ଡା: ବ୍ୟୋମକେଶ ରାୟ, ମାନ୍ୟବର ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ପର୍ଜଙ୍ଗ ବିଧାୟକ ତଥା ଜିଲ୍ଲା ବିଜୁ ଜନତା ଦଳର ସଭାପତି ଡା: ନୃସିଂହ ଚରଣ ସାହୁ, ସାଂସଦ ମହେଶ ସାହୁ, ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ , ହିନ୍ଦୋଳ ବିଧାୟିକା ସିମାରାଣୀ
ନାୟକ ଙ୍କ ଅନୁମୋଦନ କ୍ରମେ ଢେଙ୍କାନାଳ ଜିଲ୍ଲାର ୪ ଗୋଟି ଏନ୍.ଏ.ସି ଓ ମୁନିସିପାଲିଟି ରେ ନୂତନ କାର୍ଯ୍ୟକର୍ତାଙ୍କ ନାମ ଘୋଷଣା କରାଯାଇଛି । କାମାକ୍ଷାନଗର ଏନ୍.ଏ.ସି. ଯୁବ ବିଜେଡି ସଭାପତି ସମ୍ବିତ୍ ସୂର୍ଯ୍ୟ ସାହୁ, ଡିଜିଟାଲ୍ ସେକ୍ରେଟାରୀ ଭାବେ ଶୁଭ୍ରାଂଶୁ ଶେଖର ସାହୁ, ଢେଙ୍କାନାଳ ମ୍ୟୁନିସିପାଲିଟି ଯୁବ ବିଜେଡି ସଭାପତି ଭାବେ ବ୍ରହ୍ମାନନ୍ଦ ସାହୁ, ଡିଜିଟାଲ୍ ସେକ୍ରେଟାରୀ ଶିଲୁ ସାହୁ, ହିନ୍ଦୋଳ ଏନ୍.ଏ.ସି. ବିଜେଡି ଯୁବ ସଭାପତି ରୁଦ୍ର ନାରାୟଣ ପ୍ରସାଦ ଦାସ, ଡିଜିଟାଲ୍ ସେକ୍ରେଟାରୀ ସୌଭାଗ୍ୟ ରଞ୍ଜନ ଦାସ, ଭୁବନ ଏନ୍.ଏ.ସି. ବିଜେଡି ଯୁବ ସଭାପତି ଭାବେ ସନ୍ଦୀପ କୁମାର ପୃଷ୍ଟି ଓ ଡିଜିଟାଲ୍ ସେକ୍ରେଟାରୀ ଭାବେ ଶିବୁ ବାରିକଙ୍କ ସହିତ ଏହି
କମିଟିରେ ଜିଲ୍ଲାରେ ଥିବା ଏନ୍.ଏ.ସି. ଓ ମ୍ୟୁନିସିପାଲିଟିର ୱାର୍ଡସ୍ତରୀୟ କର୍ମକର୍ତାମାନଙ୍କୁ ଚୟନ କରାଯାଇଛି ବୋଲି ଜିଲ୍ଲା ବିଜୁ ଜନତା ଦଳ ସଭାପତି ଧର୍ମାନନ୍ଦ ପରିଡ଼ା ଏକ ପ୍ରେସ ବିଜ୍ଞପ୍ତି ରେ ଜଣାଇଛି ।