ଢେଙ୍କାନାଳ : ଆରୋଗ୍ୟମ ଯୋଗ ଏବଂ ୱେଲଫୟାର ଆସୋସିଏସନ,ଢେଙ୍କାନାଳ, ଯୋଗର ଉପକାରିତାକୁ ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସଦାସର୍ବଦା ପ୍ରାୟସରତ । ଏହି ପରିପ୍ରେକ୍ଷୀରେ ଢେଙ୍କାନାଳ ସହରର ନୂଆପୋଖରୀ ନିକଟରେ ଥିବା ଚାମ୍ବର ଅଫ କମର୍ସର କାର୍ଯ୍ୟାଳୟଠାରେ ପ୍ରତ୍ୟେକଦିନ ଆଇୱାର କାର୍ଯ୍ୟକର୍ତମାନେ ଯୋଗ ପ୍ରଶିକ୍ଷଣ ତଥା ଯୋଗଭ୍ୟାସ କରୁଛନ୍ତି । ପ୍ରତ୍ୟେକ ରବିବାର ଦିନ ସକାଳ ୬ଘଟିକା ଠାରୁ ୭.୩୦ଘଟିକା ପର୍ଯ୍ୟନ୍ତ ସ୍ଥାନୀୟ ନେହେରୁ ଚିଲଡ୍ରେନ ପାର୍କ ପରିସରରେ ଯୋଗଭ୍ୟାସ କାର୍ଯ୍ୟକ୍ରମ ଚାଲୁରହିଛି ।କେବଳ ସହର ନୁହେଁ, ପଂଚାୟତସ୍ତରରେ ବିଭିନ୍ନ ଗ୍ରାମ ତଥା ବିଭିନ୍ନ ସ୍କୁଲରେ ମଧ୍ୟ ଯୋଗ ଶିକ୍ଷା ଦେବାପାଇଁ ଆଇୱାର କାର୍ଯ୍ୟକର୍ତାମାନେ ବିଭିନ୍ନ ସମୟରେ ଭିନ୍ନଭିନ୍ନ ସ୍ଥାନରେ ଯୋଗଶିବିର ମଧ୍ୟ ଲଗାଉଛନ୍ତି । ଭାରତୀୟ ସଂସ୍କୃତି ତଥା ପରମ୍ପରା ବିଷୟରେ କିଛି ଜାଣିବା ପାଇଁ ଆମେରିକାର ନ୍ୟୁୟର୍କ ସ୍ଥିତ ରୋଚେଷ୍ଟର ୟୁନିଭର୍ସିଟିର, ଢେଙ୍କାନାଳ ଜିଲ୍ଲା ଗସ୍ତରେ ଆସିଥିବା, କିଛି ଡାକ୍ତରୀ ଛାତ୍ରୀଛାତ୍ର, ଯୋଗଭ୍ୟାସର ଆନନ୍ଦ ତଥା ଉପକାରିତା ନେବାପାଇଁ, ଆଜି ଆସି ଆଇୱାର ଯୋଗାଭ୍ୟାସ କେନ୍ଦ୍ରଠାରେ ପହଞ୍ଚିଥିଲେ । ସ୍ଥାନୀୟ ଲୋକମାନଙ୍କ ସହ ମିଶି ସେହି ଛାତ୍ରୀଛାତ୍ରମାନେ ମଧ୍ୟ ଯୋଗ, ପ୍ରାଣାୟାମ, ମେଡିଟେସନ ଇତ୍ୟାଦି ଅଭ୍ୟାସ କରିଥିଲେ । ଆଇୱା, ଢେଙ୍କାନାଳର ଯୋଗ ପ୍ରଶିକ୍ଷିକା ମନସ୍ୱିନୀ ମିଶ୍ର ସେମାନଙ୍କୁ ଯୋଗର ଅର୍ଥ, ଯୋଗ କରିବାର ପ୍ରକୃତ ପ୍ରଣାଳୀ, ଯୋଗର ଉପକାରିତା ତଥା ଦୈନନ୍ଦିନ ଜୀବନରେ ଖାଦ୍ୟଶୈଳୀ ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ସେହି ବିଦେଶୀ ଛାତ୍ରୀଛାତ୍ରମାନେ ଆଇୱାର ଯୋଗାଭ୍ୟାସ କେନ୍ଦ୍ର ବୁଲି ଦେଖିଥିଲେ । ପ୍ରାକୃତିକ ପରିବେଶ ଭିତରେ ଯୋଗାଭ୍ୟାସ କରିବା ସେହି ଛାତ୍ରୀଛାତ୍ରମାନଙ୍କୁ ଆକୃଷ୍ଟ କରିଥିଲା । ତା ସହିତ ଆଇୱାର କର୍ମକର୍ତାମାନଙ୍କର ଅତିଥିସତ୍କାର, ସରଳତା ତଥା ଯୋଗ ବିଷୟରେ ଥିବା ଜ୍ଞାନ ସେମାନଙ୍କର ମନ କିଣି ନେଇଥିଲା । ଆଜିର ଏହି ଯୋଗାଭ୍ୟାସଠାରେ ଆଇୱାର ନିର୍ଦ୍ଦେଶିକା ଅନସୂୟା ମିଶ୍ର, ଉପସଭାପତି ତୃପ୍ତିମୟୀ ଦେବୀ,ସମ୍ପାଦକ ପ୍ରଭାସ ଚନ୍ଦ୍ର ପାଢ଼ୀ, କୋଷାଧକ୍ଷ ତୟୁବ ଅନସାରୀ, କାର୍ଯ୍ୟକାରୀ ସଦସ୍ୟ ନିବେଦିତା ସାହୁ, ନମିତା ରଥ, ଆଇନ ପରାମର୍ଶଦାତା ବସନ୍ତ କୁମାର ରଥ, ଯୋଗ ପ୍ରଶିକ୍ଷିକା ମନସ୍ୱିନୀ ମିଶ୍ର, ଶୋଭାର ନିର୍ଦ୍ଦେଶକ ଉଦୟେନ୍ଦୁ ମିଶ୍ର ତଥା କିଛି ସହରବାସୀ ଉପସ୍ଥିତ ଥିଲେ ।