ଢ଼େଙ୍କାନାଳ: ହିନ୍ଦୋଳ ଅବକାରୀ ଥାନା ବିଭାଗ ପକ୍ଷରୁ ହିନ୍ଦୋଳ ବ୍ଲକ୍ ଏବଂ ହିନ୍ଦୋଳ ଏନ୍ ଏ ସି ରୁ ୪୩ ଲିଟର ଦେଶୀ ମହୁଲୀ ମଦ ସହିତ କିଛି ସାମଗ୍ରୀ ଜବତ କରିଛି ହିନ୍ଦୋଳ ଅବକାରୀ ବିଭାଗ। ଘଟଣା ସୂତ୍ରରୁ ପ୍ରକାଶ ବାଲିମୀ ଥାନା ଅନ୍ତର୍ଗତ ଗାଲପଡା ଗ୍ରାମରୁ ଜଣେମହିଳା ଓ ଜଣେ ପୁରୁଷ ସହିତ ହିନ୍ଦୋଳ ଥାନା ଅନ୍ତର୍ଗତ ହିନ୍ଦୋଳ ଏନ୍ ଏ ସି ୯ ନମ୍ବର ୱାର୍ଡ଼ ରୁ ଦୁଇଜଣ ମହିଳା ମଦ ମାଫିଆଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଏମାନେ ଦେଶୀ ମହୁଲୀ ମଦ ରାନ୍ଧି ବେଆଇନ୍ ଭାବରେ ବ୍ୟବସାୟ କରୁଥିବା ହେତୁ ସାମଗ୍ରୀ ଜବତ କରିବା ସହିତ ୪ଜଣ ଙ୍କୁ ଗିରଫ କରିଛି ହିନ୍ଦୋଳ ଅବକାରୀ ଥାନା। ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ହିନ୍ଦୋଳ ଅବକାରୀ ଥାନା ଅଧିକାରୀ ହେମନ୍ତ ମହାନନ୍ଦିଆ।