ଯେତେବେଳେ ଲୋକ ନିଷ୍ପତି ନିଅନ୍ତି ସରକାର ର ପରିବର୍ତ୍ତନ ପାଇଁ………(ସ୍ମୃତି ଓ ଅନୁଭୂତି) ନବୀନ ନନ୍ଦ,ପୂର୍ବତନ ବିଧାୟକ,ଢ଼େଙ୍କାନାଳ
୧୯୮୯ ମସିହା । ଓଡ଼ିଶାରେ କଂଗ୍ରେସ ର ସରକାର ଥାଏ ।କଂଗ୍ରେସ କୁ ଓଡ଼ିଶାର ସାଧାରଣ ଲୋକ ଶାସନ ଗାଦି ରୁ ହରାଇବାର ନିଷ୍ପତ୍ତି ନେଇ ସାରିଥାନ୍ତି । କଂଗ୍ରେସ ରୁ ବିଶ୍ଵନାଥ ପ୍ରତାପ ସିଂହ ଇସ୍ତଫା ଦେଇ ସାରା ଭାରତ ରେ କଂଗ୍ରେସ ର ଦେଶବ୍ୟାପୀ ଅନ୍ୟାୟ ଓ ଶୋଷଣ ବିରୁଦ୍ଧରେ ଯୁଦ୍ଧଘୋଷଣା କରିସାରି ଥାଆନ୍ତି । “ଜନ ମୋର୍ଚ୍ଚା ” ନାମରେ ଏକ ସଙ୍ଗଠନ ର ନେତୃତ୍ଵ ନେଇଥାନ୍ତି । ଓଡ଼ିଶାରେ ବିଜୁବାବୁ ଜନତା ଦଳ ର ନେତୃତ୍ଵ ନେଉଥାନ୍ତି । ଓଡ଼ିଶାରେ କଂଗ୍ରେସ ରୁ ବାହାରି ପୂର୍ବତନ ମନ୍ତ୍ରୀ ଭଜମନ ବେହେରା ଭି ପି ସିଂହ ଙ୍କ ଜନ ମୋର୍ଚ୍ଚା ର ନେତୃତ୍ଵ ନେଇଥାନ୍ତି । ପୂର୍ବତନ ବାଚସ୍ପତି ରବି ରାୟ, ସମରେନ୍ଦ୍ର କୁଣ୍ଡୁ , ଅନାଦି ଦାସ ,ସୈରେନ୍ଦ୍ରି ନାୟକ ,ତ୍ରିଲୋଚନ କାନୁନଗୋ, ବାଙ୍କ ବିହାରି ଦାସ, ମାନଗୋବିନ୍ଦ ନାୟକ , ପଞ୍ଚାନନ ନନ୍ଦ ,ରଘୁ ମହାପାତ୍ର ,ହୁସେନ ରବି ଗାନ୍ଧୀ ,ପ୍ରଦ୍ୟୁମ୍ନ ସତପଥି ,ଦେବାଶିଷ ନାୟକ,ଗୌତମ ରାୟ ପ୍ରଭୁତି ନେତା ମାନେ ଭଜମନ ବେହେରା ଙ୍କ ସାଙ୍ଗରେ ଥାଆନ୍ତି । ମୋର ବିଜୁ ବାବୁ ଙ୍କ ସାଙ୍ଗରେ ବ୍ୟକ୍ତିଗତ ସମ୍ପର୍କ ଥିଲେ ବି ଭଜମନ ବେହେରା ଆମ ଅବିଭକ୍ତ ଢେ଼ଙ୍କାନାଳ ର ନେତା ହୋଇଥିବା ଦୃଷ୍ଟିରୁ ମୋର ତାଙ୍କ ସାଙ୍ଗରେ ଭଲ ସମ୍ପର୍କ ଥାଏ । ବିଜୁବାବୁ ଭଜମନ ବେହେରା କଂଗ୍ରେସ ରୁ ଆସିଥିବା ଦୃଷ୍ଟିରୁ ତାଙ୍କୁ ସେତେ ପସନ୍ଦ କରନ୍ତି ନାହିଁ ।ଜାତୀୟ ସ୍ତର ରେ ଭି ପି ସିଂହ ଙ୍କ ଜନ ମୋର୍ଚ୍ଚା ଜନତା ଦଳ ରେ ବିଲୟ ହୋଇଥିବା ଦୃଷ୍ଟିରୁ ଭଜମନ ବେହେରା ବିଜୁ ବାବୁ ଙ୍କ ବିରୋଧ ସତ୍ତ୍ଵେ ଓଡ଼ିଶା ଜନତା ଦଳ ର ସଂସଦୀୟ ଦଳ ଚେୟାର ମ୍ୟାନ ନିଯୁକ୍ତ ହୋଇଥାନ୍ତି ଓ ଢେ଼ଙ୍କାନାଳ ଲୋକସଭା ରୁ ପ୍ରାର୍ଥୀ ହୋଇଥାନ୍ତି । ମୋର ମନେଅଛି ସେତେବେଳେ ଓଡ଼ିଶାରେ କଂଗ୍ରେସ ଦଳ ର ଦୁର୍ନୀତି ଭ୍ରଷ୍ଟାଚାର ଛବି ରାଣୀ ଓ ଅଞ୍ଜନା ଗଣ ଧର୍ଷଣ ଯୋଗୁ କଂଗ୍ରେସ ର ଜଣେ ବିପର୍ଜୟ ପର୍ବ ଆରମ୍ଭ ହୋଇ ଯାଇଥାଏ । ଢେ଼ଙ୍କାନାଳ ରେ କଂଗ୍ରେସ ର ନେତୃତ୍ଵ ରାଜା କାମାକ୍ଷା ପ୍ରସାଦ ସିଂଦେଓ ନେଉଥାନ୍ତି।ଢେ଼ଙ୍କାନାଳ କୁ କଂଗ୍ରେସ ର ଦୁର୍ଗ ରୂପେ ଧରା ଯାଉଥାଏ । ଢେ଼ଙ୍କାନାଳ ରେ ଜନତା ଦଳ ର ନେତୃତ୍ଵ ସୁର ସିଂହ ,ପ୍ରଶାନ୍ତ ମିଶ୍ର,ଯୋଗୀ ତ୍ରିପାଠୀ ଓ ସୁଶିଲ ପଟନାୟକ ପ୍ରମୁଖ ନେଉଥାନ୍ତି । ମୁଁ ସେତେବେଳେ ଦେଓଗାଁ ପଞ୍ଚାୟତ ର ସରପଞ୍ଚ ଥାଏ । ସେହି ବର୍ଷ ସାରା ଭାରତ ବର୍ଷ ରେ ନିର୍ବାଚନ ହେଲା ।ଢେ଼ଙ୍କାନାଳ ରୁ କଂଗ୍ରେସ ର ରାଜା କାମାକ୍ଷା ପ୍ରସାଦ ସିଂଦେଓ ପ୍ରାର୍ଥୀ ହୋଇଥାନ୍ତି ଓ ଜନତା ଦଳ ରୁ ଭଜମନ ବେହେରା ପ୍ରାର୍ଥୀ ହୋଇଥାନ୍ତି । ବିଜୁ ବାବୁ ଙ୍କ ସାଙ୍ଗରେ ଭଜମନ ବାବୁ ଙ୍କ ସମ୍ପର୍କ ଭଲ ନଥିବାରୁ ସେତେବେଳ ଜନତା ଦଳ ରୁ ସୁଶିଲ ପଟ୍ଟନାୟକ ପ୍ରାର୍ଥୀ ହୁଅନ୍ତୁ ବୋଲି ବିଜୁବାବୁ ଚାହୁଁ ଥିଲେ ।କିନ୍ତୁ ଭଜମନ ବେହେରା ଙ୍କ ର ଭି ପି ସିଂହ ଙ୍କ ସାଙ୍ଗରେ ବ୍ୟକ୍ତିଗତ ସମ୍ପର୍କ ହେତୁ ଲୋକସଭା ଟିକେଟ ସେ ଆଣିବାରେ ସକ୍ଷମ ହୋଇଥିଲେ । ସେହି ସମୟରେ ବିଜୁ ବାବୁ ଚାହୁଁ ନଥିଲେ ଭଜମନ ବେହେରା ଜିତନ୍ତୁ ବୋଲି । ବିଜୁବାବୁ ଙ୍କ ର ଅଲିଖିତ ପରୱାନା ଅବିଭକ୍ତ ଢେ଼ଙ୍କାନାଳ ର ସବୁ ଜନତା ଦଳ ଲୋକ ଙ୍କ ପାଖକୁ ଗଲା ଭଜମନ ବେହେରା ଙ୍କୁ ସାହାଯ୍ୟ ନକରିବା ପାଇଁ ।କିନ୍ତୁ ଢେ଼ଙ୍କାନାଳ ର ସାଧାରଣ ଲୋକ କଂଗ୍ରେସ ଉପରେ ଅତିଷ୍ଠ ହୋଇ ସରକାର ପରିବର୍ତ୍ତନ କରିବାର ନିଷ୍ପତି ନେଇ ସାରିଥାନ୍ତି । ବିଜୁ ବାବୁ ଙ୍କ ଡର ରେ ଜନତାଦଳ ର ନେତା ମାନେ ଭଜମନ ବେହେରା ଙ୍କ ଖୋଲା ଖୋଲି ସମର୍ଥନ କରିବାକୁ କୁଣ୍ଠା ବୋଧ କରୁଥାନ୍ତି ।ମୋର ମନେ ଅଛି ସେତେବେଳେ ଭୁବନେଶ୍ୱର ରୁ ସେତେବେଳ ର ଯୁବ ନେତା ପ୍ରଦ୍ୟୁମ୍ନ ଶତପଥୀ,ସୁରେଶ ପଟ୍ଟନାୟକ ସମେତ ଏକ
ଟ୍ରେ କ ର ଗାଡି ନେଇ ଭୁବନେଶ୍ବର ରୁ ଆସି ଢେ଼ଙ୍କାନାଳ ର ସ୍ଵାଧୀନତା ସଂଗ୍ରାମୀ ବୀର ବୈଷ୍ଣବ ପଟ୍ଟନାୟକ,ବ୍ରଜ ମୋହନ ମହାପାତ୍ର, ଓଡ଼ପଡ଼ା ର ପୂର୍ବତନ କଂଗ୍ରେସ ନେତା ଓ ବ୍ଲକ ଚେୟାରମ୍ୟାନ ଉତ୍ସବ ସାହୁ ପ୍ରଭୁତି ଭଜମନ ବେହେରା ଙ୍କ ପ୍ରଚାର କାର୍ଯ୍ୟ ଆରମ୍ଭ କରିଥିଲେ ।ସୁଶିଲ ପଟ୍ଟନାୟକ ଙ୍କ ଘରେ ଜନତା ଦଳ ଅଫି ଯେସ ହୋଇଥିଲା । ମୁଁ ସେତେବେଳେ ଦେଓଗାଁ ପଞ୍ଚାୟତ ର ସରପଞ୍ଚ ଥାଏ । ସରପଞ୍ଚ ଥିଲେ ବି ସେତେବେଳ ର କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ଭଞ୍ଜ ଙ୍କ ଦୌରତ୍ମ୍ୟ ରେ ମୁଁ କିଛି କାମ କରିପାରୁ ନଥାଏ ।ମୋର ଗୋଟିଏ ପେଟ୍ରୋଲ ଜିପ୍ ଥାଏ। ମୁଁ ସେହି ଗାଡି ରେ ପ୍ରଚାର କାର୍ଯ୍ୟ ଗନ୍ଦିଆ ନିର୍ବାଚନ ମଣ୍ଡଳୀ ରେ ଆରମ୍ଭ କରିଥାଏ ।ମୋ ନାଁ ରେ ସେତେବେଳେ ୩୦ରୁ ୩୫ କ୍ରିମିନାଲ କେସ କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ଭଞ୍ଜ ଙ୍କ ଦୟାରେ ହୋଇଥାଏ। ପୋଲିସ ରାତି ଅଧରେ ମୋତେ ଆରେଷ୍ଟ କରନ୍ତି ।ଆରେଷ୍ଟ ହୋଇ ସରିଲା ପରେ ମୋ ନାଁ ରେ ଏଫ୍ ଆଇ ଆର୍ ହୁଏ।କେବଳ ୩୦୨ଦଫା ଛାଡ଼ି ଆଉ ସବୁ ଦଫା ଲାଗିଥାଏ ।ମୁଁ ସେହି କାରଣରୁ ପ୍ରାୟ ଘରେ ରୁହେ ନାହିଁ । ମୋର ମନେ ଅଛି ସେହି ଲୋକସଭା ନିର୍ବାଚନ ରେ ଅର୍ଥ ର ଅଭାବ ଏତେ ଥାଏ ଜେ ମୋତେ ଲାଗାୟତ ଭାବେ ୪/୫ଦିନ ଧରି ଓପାସ ରହିବାକୁ ପଡେ ।ମନରେ ଏକମାତ୍ର ଲକ୍ଷ ଥାଏ କଂଗ୍ରେସ କୁ ଗାଦି ରୁ ହଟାଇବା । ସେହି ନିର୍ବାଚନ ରେ ସାଧାରଣ ଲୋକ ମାନେ ସରକାର ପରିବର୍ତ୍ତନ କରିବାକୁ ମନ ସ୍ଥିର କରିଥିବା ଦୃଷ୍ଟି ରୁ ନିର୍ବାଚନ ରେ ବହୁତ୍ କମ ଖର୍ଚ୍ଚ ହୋଇଥିଲା ଓ କାମାକ୍ଷା ପ୍ରସାଦ ସିଂଦେଓ ଲକ୍ଷାଧିକ ଭୋଟ ରେ ପରାଜୟ ବରଣ କଲେ । ଭଜମନ ବେହେରା ଢେ଼ଙ୍କାନାଳ ରୁ ଜୟଯୁକ୍ତ ହେଲା ପରେ କେନ୍ଦ୍ର ରେ ପେଟ୍ରୋଲିୟମ ଓ ନ୍ୟାଚୁରାଲ ଗ୍ୟାସ ବିଭାଗ ର ରାଷ୍ଟ୍ର ମନ୍ତ୍ରୀ ହେଲେ ଓ ବିଶ୍ଵନାଥ ପ୍ରତାପ ସିଂହ ପ୍ରଧାନ ମନ୍ତ୍ରୀ ହେଲେ ।ବିଜୁବାବୁ ମଧ୍ୟ ଭି ପି ଙ୍କ କ୍ୟାବିନେଟ୍ ରେ ଖଣି ଓ ଇସ୍ପାତ ବିଭାଗ ର କେନ୍ଦ୍ର ମନ୍ତ୍ରୀ ହେଲେ । ମୁଁ ମଧ୍ୟ ୧୯୯୦ ମସିହା ରେ ଗନ୍ଦିଆ ରୁ ଟିକେଟ ଆଶାୟୀ ଥିଲି । କିନ୍ତୁ ମୋର ସେହି ସମୟରେ ଏକ ବ୍ୟକ୍ତିଗତ ଅସୁବିଧା ଦୃଷ୍ଟିରୁ ମୁଁ ଟିକେଟ ରେସ ରୁ ଓହରିଗଲି ।ମୋର ବଡ ପୁଅ ର ଦେହ ଖରାପ ହେବା ଦୃଷ୍ଟିରୁ ମୁଁ ଲୋକସଭା ନିର୍ବାଚନ ପରେ ଆଉ ରାଜନୀତି ରେ ସମୟ ଦେଇପାରିଲି ନାହିଁ। ମୋ ପୁଅ ଦିଲ୍ଲୀ ଏମ୍ସ ମେଡିକାଲ ରେ ଆଡ଼ମିଶନ ହୋଇ ୬ମାସ ରହିଲା ।ତାପରେ ଆସିଲା ୧୯୯୦ ରେ ଓଡ଼ିଶା ରେ ସାଧାରଣ ନିର୍ବାଚନ ପାଇଁ ଟିକେଟ ବଣ୍ଟା କସରତ ଆରମ୍ଭ ହୋଇ ଯାଇଥାଏ । ଏସ ଆର୍ ବୋମାଇ ଜନତା ଦଳ ର ସଭାପତି ଥାଆନ୍ତି । ଟିକେଟ ବଣ୍ଟା କୁ ନେଇ ଭଜମନ ବେହେରା ଓ ବିଜୁବାବୁ ଙ୍କ ଭିତରେ ଟଣ। ଓଟୋର। ଆରମ୍ଭ ହୋଇ ଯାଇଥାଏ । ଭଜମନ ବାବୁ ସଂସଦୀୟ ବୋର୍ଡ ର ଚେୟାର ମ୍ୟାନ ଥିବା ଦୃଷ୍ଟିରୁ ତାଙ୍କର ସମର୍ଥକ ମାନେ ଟିକେଟ ପାଇବା ଆଶାରେ ଥାଆନ୍ତି । ସେତେବେଳ ବିଜୁ ବାବୁ କୁଆଡେ ୨୨ଟି ଟିକେଟ ଭଜମନ ବାବୁ ଙ୍କ ଗୋଷ୍ଠୀ କୁ ଦେବାକୁ ରାଜି ହୋଇଥିଲେ କିନ୍ତୁ ଭଜମନ ବାବୁ ବାଙ୍କ ଦାସ ଙ୍କ କଥାରେ ପଡ଼ି ସେଥିରେ ରାଜି ହେଲେ ନାହିଁ । ତା ଭିତରୁ ହୁସେନ ରବି ଗାନ୍ଧୀ ଭଦ୍ରକ ପାଇଁ ,ପ୍ରଦ୍ୟୁମ୍ନ ଶତପଥୀ ବ୍ରହ୍ମଗିରି ପାଇଁ ,ଗୌତମ ରାୟ କୋରେଇ ପାଇଁ, ଦେବାଶିଷ ନାୟକ ବରି ପାଇଁ , ମାନଗୋବିନ୍ଦ ନାୟକ ବଡ଼ଚଣା ପାଇଁ, ବାଙ୍କବିହରି ଦାସ କଟକ ପାଇଁ ଆଗ୍ରହୀ ଥିଲେ । ଏପଟେ ଭଜମନ ବେହେରା ତାଙ୍କ ସ୍ତ୍ରୀ ଗୋଲାପି ବେହେରା ଙ୍କ ପାଇଁ ତାଳଚେର ସିଟ ଦାବି କରିବାରୁ ବିଜୁ ବାବୁ ଅତି ମାତ୍ରା ରେ କ୍ଷୁବ୍ଧ ହୋଇ ସେଇ ଗୋଟିଏ ସିଟ ଛାଡ଼ି ଆଉ ସବୁ ଟିକେଟ ରେ ଜାତୀୟ ସଭାପତି ବୋ ମା ଇ ଙ୍କ ଠାରୁ ବ୍ଲାଙ୍କ ଟିକେଟ ରେ ଦସ୍ତଖତ କରାଈ ନେଇ ଆସିଲେ । ଭଜମନ ବାବୁ ଙ୍କ ସ୍ତ୍ରୀ ଗୋଲାପି ବେହେରା ଙ୍କ ବିରୁଦ୍ଧରେ ବିଜୁବାବୁ ବୃନ୍ଦାବନ ବେହେରା ଙ୍କୁ ସ୍ବାଧିନ ପ୍ରାର୍ଥୀ ରୂପେ ଠିଆ କରାଇ ତାଙ୍କୁ ଜିତାଇ ଦେଇଥିଲେ । ଗୋଲାପି ବେହେରା ହାରିଲେ । ସେତେବେଳେ ବିଜୁ ବାବୁ ଙ୍କ ନେତୃତ୍ଵ ରେ ଓଡ଼ିଶାରେ ଜନତା ଦଳ ୧୨୩ଟି ଆସନ ହାସଲ କରିଥିଲା । ବିଜୁ ବାବୁ ମାର୍ଚ୍ଚ ୫ -୧୯୯୦ ରେ ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେଲେ । ସେତେବଳେ ଓଡ଼ିଶାର ଜନସାଧାରଣ କଂଗ୍ରେସ ସରକାର ପ୍ରତ୍ୟାଖ୍ୟାନ କରିବାକୁ ମାନସିକ ଭାବେ ସ୍ଥିର କରି ସାରିଥିଲେ ।
ଏବେ ୨୩ବର୍ଷ ଧରି ବିଜୁ ବାବୁ ଙ୍କ ନାଁ ରେ ଗଢା ଯାଇଥିବା ଦଳ “ବିଜୁ ଜନତା ଦଳ” ସରକାର ରେ ଥିଲେ ମଧ୍ୟ ସାଧାରଣ ଲୋକ ଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବାରେ ବିଫଳ ହୋଇଛି ।୧୯୯୦ମସିହା ଓ ବର୍ତ୍ତମାନ ଭିତରେ ଫରକ୍ ହେଉଛି ସେତେବେଳ ବିରୋଧୀଦଳ ର ସ୍ୱର ଶାଣିତ ଥିଲା । ଏବେ ରାଜ୍ୟରେ ବିରୋଧୀ ଦଳ ର ସ୍ଥିତି ଅତି ନଗଣ୍ୟ। ବିଜେପି ଓ ବିଜେଡ଼ି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ବୋଲି ଏବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ସାହା ପ୍ରମାଣିତ କରିଦେଇ ଚାଲିଗଲେ ।
କଂଗ୍ରେସ ଦଳ ରାଜ୍ୟରେ ନିଜର ସ୍ଥିତି ପାଇଁ ଏବେ ବି ଲଢେଇ କରୁଛି । ତେଣୁ ରାଜ୍ୟରେ ବିନା ବିରୋଧୀ ରେ ସରକାର ଚାଲିଛି । ଏହି ପରିସ୍ଥିତି ରେ ଲୋକ ଏକ ବିକଳ୍ପ ଦଳ ନପାଇଲେ ଭୋଟ କାହାକୁ ଦେବେ ? ଯେତେବେଳ ରାଜ୍ୟର ଜନ ସାଧାରଣ ଆଉ ଏକ ବିକଳ୍ପ ଦଳ ର ସୁଯୋଗ ପାଇବେ ତେବେ ପରିସ୍ଥିତି କଣ ହେବ କିଛି କହି ହେବ ନାହିଁ ।