ସରପଞ୍ଚ ଭାଇଭଉଣୀମାନଙ୍କର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ !


ଢେଙ୍କାନାଳ : ଢେଙ୍କାନାଳ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଢେଙ୍କାନାଳ ଜିଲ୍ଲାର ସରପଂଚ ଭାଇଭଉଣୀମାନେ ଏକତ୍ରିତ ହୋଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଉଦୟନାଥ ଲେଙ୍କା ସଭାପତିତ୍ୱ କରି କହିଥିଲେ ଯେ ଜିଲ୍ଲାରେ ସମସ୍ତ ସରପଞ୍ଚମାନେ ଏକତ୍ରିତ ହୋଇ ଏକ ସଂଘ ଗଠନ କରାଯିବା ପାଇଁ ପ୍ରସ୍ତାବ ଦିଆଗଲା । ଆସନ୍ତା ୨୦/୦୮/୨୦୨୩ ରିଖ ଦିନ ଦତ୍ତାତ୍ରେୟ ସାଇ ଆଶ୍ରମ
ଠାରେ କମିଟି ଗଠନ କରାଯିବ ବୋଲି ସ୍ଥିର କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଅମିତ୍ କୁମାର ସ୍ୱାଇଁ, ଅଭିମନ୍ୟୁ ବେହେରା, ବାବୁଲିରାଉତ, ଜତି ନାଏକ, ଅଜିତ ସିଂ, ଧରିତ୍ରୀ ମଲ୍ଲିକ , ଜିତେନ୍ଦ୍ର ବେହେରା, ଦିପାମଞ୍ଜରୀ ସାହୁ , ଜାନକୀ ବାଗେ ଙ୍କ ଉପସ୍ଥିତି ରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.

four × four =