ବରିଷ୍ଠ ସାମ୍ବାଦିକ ପ୍ରତାପ କୁମାର ବରାଳଙ୍କ ପିତୃ ବିୟୋଗ !

ଢେଙ୍କାନାଳ : ଢେଙ୍କାନାଳର ବରିଷ୍ଠ ସାମ୍ବାଦିକ ପ୍ରତାପ କୁମାର ବରାଳଙ୍କ ପିତା ପ୍ରଶାନ୍ତ କୁମାର ବରାଳ (୭୭) ଙ୍କର ସହର ଉପକଣ୍ଠ ବୋରାପଦାସ୍ଥିତ ନିଜସ୍ୱ ବାସଭବନରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ବରାଳ ସ୍ୱାସ୍ଥ୍ୟ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ଥିଲେ । ସେ ଦୀର୍ଘଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ କଟକ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ସ୍ୱର୍ଗତ ବରାଳ ଜଣେ ଭଦ୍ର, ଆମାୟିକ, ମିଷ୍ଠଭାଷୀ ଓ
ସମାଜସେବୀ ତଥା ବନ୍ଧୁବତ୍ସଳ ବ୍ୟକ୍ତି ଥିଲେ । ସ୍ୱର୍ଗତ
ବରାଳଙ୍କ ମୃତ୍ୟୁ ଖବର ଶୁଣି ଢେଙ୍କାନାଳ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସମାଜସେବୀ, ସାମ୍ବାଦିକ ପ୍ରମୁଖ ବୋରାପଦାସ୍ଥିତ ବାସଭବନରେ ପହଁଚି ଶେଷଦର୍ଶନ କରିଥିଲେ । ସ୍ଥାନୀୟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା । ତାଙ୍କ କନିଷ୍ଠ ପୁତ୍ର ପ୍ରତାପ ବରାଳ ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.

twenty − 10 =