ଢେଙ୍କାନାଳ : ସ୍ଥାନୀୟ ବଳରାମ ହାଇସ୍କୁଲ୍ ଠାରେ ଅଗଷ୍ଟ ୧ ରୁ ୪ ତାରିଖ ଯାଏଁ ତ୍ରିଦିବସୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଶିବିରରେ ଅନ୍ତର୍ନିବେଶୀ ଶିକ୍ଷା ଓ ଭିନ୍ନକ୍ଷମ ଶିକ୍ଷାର୍ଥୀଙ୍କ ବିଭାଗୀକରଣ, ଜାତୀୟ ଶିକ୍ଷାନୀତି – ୨୦୨୦, ଦୃଷ୍ଟିଶକ୍ତି ବାଧିତ, ଶ୍ରବଣ ବାଧିତ, ମସ୍ତିଷ୍କ ପକ୍ଷାଘାତ, ବୌଦ୍ଧିକ ଭିନ୍ନକ୍ଷମ ଓ ବହୁବିଧ ବାଧକତା ଶିକ୍ଷାର୍ଥୀଙ୍କ ଚିହ୍ନଟ, ଶ୍ରେଣୀ ପରିଚାଳନା, ଶିକ୍ଷାଦାନ କୌଶଳ, ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ, ଅନ୍ତର୍ନିବେଶୀ ଶିକ୍ଷାରେ ଶିଶୁ ପ୍ରିୟ ଶ୍ରେଣୀ ପରିବେଶ ଆଦି ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ସଦର
ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରୁ ୪୩ ଜଣ ଶିକ୍ଷକଶିକ୍ଷୟିତ୍ରୀ ଶିବିରରେ ଅଂଶଗ୍ରହଣ କରିଥିଲେ । ଶିକ୍ଷୟତ୍ରୀ ଅସୀମା ସାହୁ, ପ୍ରଣତି ପତି, ଶିକ୍ଷକ
କାଳନ୍ଦୀ ଚରଣ ଦେବତା ଓ ଗୋଷ୍ଠୀ ସମ୍ବଳ ଶିକ୍ଷୟତ୍ରୀ ଇତିଶ୍ରୀ ମହାନ୍ତି ସାଧନ କର୍ମୀ ଭାବେ ଯୋଗଦେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ସଦର ବି.ଇ.ଓ. ବ୍ରହ୍ମାନନ୍ଦ ରାଉତ ଓ ଏ.ବି.ଇ.ଓ. ଦେବବ୍ରତ ନାଥ ଶିବିର ପରିଦର୍ଶନ କରିଥିଲେ ।