ଢେଙ୍କାନାଳ : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ଢେଙ୍କାନାଳ ସଦର ଶାଖା ତରଫରୁ ତିନି ଦଫା ଦାବୀ ସମ୍ବଳିତ
ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସଦର ବି.ଇ.ଓ. ବ୍ରହ୍ମାନନ୍ଦ ରାଉତଙ୍କୁ ଶନିବାର ପ୍ରଦାନ କରାଯାଇଛି । ଶିକ୍ଷାକର୍ମୀ ଓ ଶିକ୍ଷାସହାୟକଙ୍କ ଠିକା କାର୍ଯ୍ୟକାଳକୁ ନୋସନାଲ୍ ଇନ୍କ୍ରିମେଂଟ ପ୍ରଦାନ କରି ମୂଳ ଚାକିରୀରେ ଗଣନା କରିବା ସହିତ ଏକ୍ସ କ୍ୟାଡର ଶିକ୍ଷକ, କଳା ଓ କ୍ରୀଡା ଶିକ୍ଷକମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରିବା, ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ କରିବା ଓ ନୂତନ ପେନ୍ସନ୍ ବ୍ୟବସ୍ଥା ଉଚ୍ଛେଦ କରି ପୁରୁଣା ପେନ୍ସନ୍ ବ୍ୟବସ୍ଥା ପୁନଃ ପ୍ରଚଳନ କରିବା ଆଦି ଦାବୀ ଗୁଡିକ ପୂରଣ ପାଇଁ ବି.ଇ.ଓଙ୍କ ମାଧ୍ୟମରେ
ମୁଖ୍ୟମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ବିଦ୍ୟାଳୟ ଗଣଶିକ୍ଷା ସଚିବଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଯଦି ସରକାର ଦାବୀଗୁଡିକ ପୂରଣ କରିବାରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ନକରନ୍ତି, ତେବେ ଆନ୍ଦୋଳନକୁ ଯୋର୍ଦାର୍ କରାଯାଇ ଆସନ୍ତା ୧୧ ତାରିଖରେ ଜିଲ୍ଲା ସ୍ତରରେ ଓ ୧୬ ତାରିଖ ଦିନ ବିଧାନସଭା ସମ୍ମୁଖରେ ଆନ୍ଦୋଳନ କରାଯିବ ବୋଲି ସଂଘ ତରଫରୁ ସରକାରଙ୍କୁ ଚେତାବନୀ ଦିଆଯାଇଛି । ଏହି ସମାବେଶରେ ଶିକ୍ଷକ ନେତା ବୈରାଗୀ ସେଠୀ, ନିରାକାର ବେହେରା, ଅସିତ୍ ମିଶ୍ର, ପଙ୍କଜିନୀ କର,
ଶତୃଘନ ମଲ୍ଲିକ, ଅନିମା ଦାସ ଓ ବିଷ୍ଣୁ ମଲ୍ଲିକ ସମେତ ଅନେକ ଶିକ୍ଷକଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।
Prev Post