ଢେଙ୍କାନାଳ: ରକ୍ତ ର ଅଭାବ କୁ ଦୃଷ୍ଟି ରେ ରଖି ସନ୍ରାଇଜ୍ କ୍ଲବ୍ ଗୁଡିଆନାଳୀ ତରଫରୁ କ୍ଲବ ର ସମ୍ପାଦକ ଆରୟନ
ଦାସ ଙ୍କ ଜନ୍ମଦିନ ଉପଲକ୍ଷେ ଏକ ରକ୍ତ ଦାନ ଶିବିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିର
ରେ ମୁଖ୍ୟ ଅତିଥି ରୂପେ ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ ଶିବିର କୁ ଉଦଘାଟନ କରିଥିଲେ । ସନମାନିତ
ଅତିଥି ଭାବେ ପୌରପାଳିକା ର ଉପନଗରପଳ ପ୍ରକାଶ ଚନ୍ଦ୍ର କୁଆଁର, ବିଧାୟକ ଙ୍କ ପ୍ରତିନିଧି ଅଜୟ ଭଞ୍ଜ, କାଉନସିଲର
୪ନଂ ୱାର୍ଡ ଲିପିକା ଦାସ, କ୍ଲବ ର ସଭାପତି ତଥା ବିଜେଡି ରାଜ୍ୟ ସାଧାରଣ ସଂପାଦକ ଶଶୀକାନ୍ତ ମିଶ୍ର, ୧୨ନଂ କାଉନସିଲର
ଶୁଭଲଷ୍ମୀ ସାହୁ, ୩ନଂ ୱାର୍ଡ କାଉନସିଲର ଅଭିମନ୍ୟୁ ପଣ୍ଡା, ୬ନଂ ୱାର୍ଡ କାଉନସିଲର ସନ୍ଦୀପ ଷଡ଼ଙ୍ଗୀ ଏବଂ କ୍ଲବ ର
ସଦସ୍ୟ ସୌମ୍ୟ ରଞ୍ଜନ ଦାସ, କୁଲଦୀପ ମହାପାତ୍ର, ଅନିମେଷ ବେହେରା, ଅଭିଜିତ ସାମଲ, ବିଶ୍ୱଜିତ ସାମଲ, ଶୁଭ୍ରଜୀତ
ମହାପାତ୍ର, ସୁରଜ ପ୍ରତାପ ସିଂ, ରାକେଶ ରୋଶନ ପ୍ରଧାନ, ଶୁଭଙ୍କର ମହାପାତ୍ର, ସୌମ୍ୟଜିତ ମାଳିକ, ତିଳକ ନନ୍ଦ,
ଧଞ୍ଜୟ ଦାସ, ଦୁର୍ଗା ପସାଦ, ସୁର୍ୟନର୍ୟନ୍ ସେନପତି ମହାନ୍ତି ଙ୍କ ସମେତ ଅନ୍ୟାନ ସଦସ୍ୟ ଉପସ୍ଥିତ ରହି ଶିବିର କୁ ସଫଳ
କରାଇଥିଲେ । ଉକ୍ତ ଶିବିରରେ ୩୪ୟୁନିଟ ରକ୍ତ ସଂଗୃହିତ ହୋଇଛି । ସମସ୍ତ ରକ୍ତ ଦାତା ଙ୍କୁ ହୃଦୟ ରୁ ଅଶେଷ ଅଶେଷ
ଧନ୍ୟବାଦ ଦେଇଥିଲେ ।