ବୁଲାଗୋରୁ ନିଜ କବଜାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିବା ରାସ୍ତା !

ଢେଙ୍କାନାଳ: ଢ଼େଙ୍କାନାଳ ପୌରାଞ୍ଚଳ ର ସମସ୍ତ ରାସ୍ତା ବୁଲାଗୋରୁଙ୍କ ନିଜ କବଜା ରେ । ଏହି ବୁଲା ଗାଈ ଷଣ୍ଢ ରାସ୍ତା ଅବରୋଧ ହେତୁ ସହର ବାସିନ୍ଦାଙ୍କ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି I ବୁଲା ଷଣ୍ଢ ଲଢେଇ ରେ ଦୁର୍ଘଟଣାଗ୍ରସ୍ତ ହେବ ନିତିଦିନିଆ ଘଟଣା ପାଲଟି ଗଲାଣି । ହେଲେ ଏଠି ଚିନ୍ତାଜନକ କଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିବା ରାସ୍ତାକୁ ବୁଲାଗୋରୁ ନିଜ କବଜା ନେଇ ଯାଇଥିବା ଦେଖିବାକୁ ମିଳୁଛି । ଏହିକାରଣରୁ ଉକ୍ତ ରାସ୍ତାରେ ଜରୁରୀକାଳୀନ ରୋଗୀ ଏବଂ ଆମ୍ବୁଲାନ୍ସ ଯିବାରେ ନାହିଁ ନଥିବା ସମସ୍ୟା ଉପୁଜୁଛି । ବୁଲା ଷଣ୍ଢ ଲଢେଇ ରେ ରାସ୍ତା ଅବରୋଧ ସହ ମରଣଯନ୍ତା ପାଲଟିଛି । ଏଭଳି ବ୍ୟସ୍ତ ବହୁଳ ରାସ୍ତା ବୁଲାଗୋରୁଙ୍କୁ ଜବତ କରୁନ ଥିବାରୁ ଏଭଳିସମସ୍ୟା ଉପୁଜିଥିବା ଅଭିଯୋଗ ହେଉଛି। ଏଠି ପ୍ରଶାସନ ଓ ପୌରସଂସ୍ଥା ଏପରି ବ୍ୟସ୍ତ ବହୁଳ ରାସ୍ତା ପ୍ରତି ଧ୍ୟାନ ଦେବାକୁ ସହରବାସୀଙ୍କ ଅନୁରୋଧ ।

Leave A Reply

Your email address will not be published.

10 − 1 =