ଢ଼େଙ୍କାନାଳ : ହାତୀ ଜଙ୍ଗଲ ଛାଡ଼ି ଧୀରେ ଧୀରେ ଜନବସତି ମୁହାଁ ହେବାରେ ଲାଗିଲେଣି। ଯେଉଁଥିପାଇଁ ଜନସାଧାରଣ ଘରେ ରହୁଥିଲେ ମଧ୍ୟ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଖଜୁରିଆକଟା ବଜାରରେ। ସୂଚନା ଅନୁଯାୟୀ ହିନ୍ଦୋଳ ଉପଖଣ୍ଡ ଅନ୍ତର୍ଗତ ଖଜୁରିଆକଟା ବଜାରରେ ଦିନ ୧୨ ଟା ସମୟରେ ଏକ ବିରାଟକାୟ ଦନ୍ତାହାତୀ ଦେଖିବାକୁ ମିଳିଥିଲା। ଏମିତି ଦିନ ଦିପ୍ରହରେ ବିରାଟକାୟ ଦନ୍ତାହାତୀ କୁ ଦେଖି ସ୍ଥାନୀୟ ଅଂଳଚବାସୀ ଆତଙ୍କିତ ଏବଂ ଭୟଭୀତ ହୋଇପଡିଛନ୍ତି। ହିନ୍ଦୋଳ ଉପଖଣ୍ଡ ର ବିଭିନ୍ନ ଅଞ୍ଚଳରେ ହାତୀ ଆକ୍ରମଣରେ ଅନେକ ନିରୀହ ଲୋକଙ୍କ ପ୍ରାଣହାନି ଘଟିଥିଲେ ମଧ୍ୟ ହିନ୍ଦୋଳ ବନବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ। ତେବେ ହାତୀ ଜନବସତି ମୁହାଁ ହେବାରେ ବନବିଭାଗ ର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁଛି ନା ନାହିଁ ତାହା ଦେଖିବାକୁ ବାକି ରହିଲା।