ଭୁବନ ; ବନ୍ୟା ବିପନ୍ନ ଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ !

ଢେଙ୍କନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଯମୁନାକୋଟ୍ ପଞ୍ଚାୟତ କୃଷ୍ଣପୁର ଗ୍ରାମରେ ପଞ୍ଚାୟତ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି I ଲଘୁଚାପ ଜନିତ ଲଗାଣ ବର୍ଷାରେ ରାମିଆଳ ଓ ବ୍ରାହ୍ମଣୀ ନଦୀ ରେ ବନ୍ୟା ଜଳ ଆସିବାରୁ ନଦୀ ବଢ଼ି ସ୍ରୁଷ୍ଟି ହୋଇଥିଲା I ଯାହାଫଳରେ କୃଷ୍ଣପୁର ଗ୍ରାମ ଦୁଇ ଦିନ ଧରି ବାହ୍ୟଜଗତରୁ ବିଛିନ୍ନ ହୋଇଥିଲା I ଗତ କାଲି ଠାରୁ ବନ୍ୟା ଜଳ ସାମାନ୍ୟ ହ୍ରାସ ପାଇବାରୁ ସ୍ତାନୀୟ ସରପଞ୍ଚ ରଞ୍ଜନ ବାରିକ୍ ପହଁଚି ବିପନ୍ନ ଙ୍କୁ ଭେଟି ଶୁଖିଲା ଖାଦ୍ୟ ଚୁଡ଼ା, ଚିନି, ବିସ୍କୁଟ ଓ ଖଟା ପ୍ରଦାନ କରିବା ସହ କ୍ଷୟକ୍ଷତି ବୁଲି ଅନୁଧ୍ୟାନ କରିଛନ୍ତି I

Leave A Reply

Your email address will not be published.

5 × 4 =