ଭାରତ ସରକାରଙ୍କ ପଦକ୍ଷେପ କୁ ସ୍ୱାଗତ ଜଣାଇଲେ ଅହମଦିୟା ମୁସଲିମ ସ୍ଥାନୀୟ ଶାଖା !

ଢେଙ୍କାନାଳ : ସହର ଉପକଣ୍ଠ ଗୁଣ୍ଡିଚାପଡ଼ା ସ୍ଥିତ ଅନ୍ତଃରାଷ୍ଟ୍ରୀୟ ଅହମଦିୟା ମୁସଲିମ ସମୁଦାୟ ସ୍ଥାନୀୟ ଶାଖା ତରଫରୁ ସଭାପତି ସୁଲେମାନ ଅଲୀ ଖାଁ ଭାରତ ସରକାରଙ୍କ ସଂଖ୍ୟାଲଘୁ ମନ୍ତ୍ରାଳୟକୁ ଧନ୍ୟବାଦ ଜଣାଇଛନ୍ତି।
ସୂଚନାଯୋଗ୍ୟ ଯେ ଭାରତର ଏକ ରାଜ୍ୟ ଆନ୍ଧ୍ର ପ୍ରଦେଶର ୱକଫ ବୋର୍ଡ଼ ତରଫରୁ ଗୋଟିଏ ମୁସଲିମ ସଂଗଠନର ଫତୱା ଆଧାରରେ ଅହମଦିୟା ମୁସଲିମ ସଂଗଠନକୁ ଅଣ ମୁସଲମାନ ବୋଲି ଘୋଷଣା କରିଦିଆ ଯାଇଥିଲା । ଭାରତ ସରକାରଙ୍କ ସଂଖ୍ୟାଲଘୁ ମନ୍ତ୍ରାଳୟ ଏ ସଂବନ୍ଧରେ ବିହିତ କାର୍ଯ୍ୟାନୁଷ୍ଠାନ କରି ଅହମଦିୟା ମୁସଲିମ ସଂଗଠନ ବିପକ୍ଷରେ ଏହି ନିଷ୍ପତିକୁ ଆଇନ ବିରୁଦ୍ଧ ବୋଲି ଘୋଷଣା କରିଛି । ଅହମଦିୟା ମୁସଲିମ ସଂଗଠନ ଭାରତ ସରକାରଙ୍କୁ କୃତଜ୍ଞତା ଜଣାଉଛି ।

Leave A Reply

Your email address will not be published.

nineteen + 17 =