ମାଳ ମାଳ ଟିକେଟ୍ ଆଶାୟୀ , ହିନ୍ଦୋଳ ଚାହୁଁଛି ପରିବର୍ତନ : ଅଞ୍ଜଳିଙ୍କ ଲୋକପ୍ରିୟତା ବୃଦ୍ଧି କୁ ନେଇ ଚର୍ଚ୍ଚା !

ଢେଙ୍କାନାଳ : ସାରା ରାଜ୍ୟରେ ସାଧାରଣ ନିର୍ବାଚନ ପୂର୍ବରୁ ଆଶାୟୀ ପ୍ରାର୍ଥୀ ପ୍ରାର୍ଥୀନୀ ମାନେ ଅନେକ ସ୍ୱପ୍ନ ଦେଖିବା ସହ ସେ ସ୍ୱପ୍ନ କେମିତି ସାକାର କରିବେ ସେଥିଲାଗି ଜୋରଦାର ଉଦ୍ୟମ ଚଳାଇଛନ୍ତି । ଯାହାର ଝଲକ ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନମଣ୍ଡଳୀ ରେ ମଧ୍ୟ ଦେଖିବାକୁ ମିଳିଛି । ହିନ୍ଦୋଳ ନିର୍ବାଚନମଣ୍ଡଳୀ ଏକ ସଂରକ୍ଷିତ ଆସନ । ଏହା ଦୀର୍ଘ ବର୍ଷ ଧରି ବିଜେଡ଼ି ହାତରେ ରହିଛି, ଯାହାକି ବିଜେଡ଼ି ର ଗଡ଼ ବୋଲି କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ । କିନ୍ତୁ ବିଜେଡ଼ି ଗଡ଼ ସାଜିଥିବା ହିନ୍ଦୋଳ ନିର୍ବାଚନମଣ୍ଡଳୀ ୨୦୨୪ ସାଧାରଣ ନିର୍ବାଚନ ରେ ଭାଙ୍ଗିବାର ସମ୍ଭାବନା ଦେଖାଦେଇଥିବା ସାଧାରଣରେ ଏବଂ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଆଲୋଚନା ହେଉଛି । ବିଜେଡ଼ି ର ବିଧାୟିକା ସୀମାରାଣୀ ନାୟକ ଙ୍କୁ ଜନତା ଭରସା କରି ୨ ଥର ଜିତାଇଥିଲେ ମଧ୍ୟ ଜନତା ଙ୍କ ଭରସା ଭାଙ୍ଗି ଦେଇଛନ୍ତି ବିଧାୟିକା ସୀମାରାଣୀ । ସୀମାରାଣୀ କେବଳ ନିର୍ବାଚନ ସମୟରେ ଦେଖା ଦିଅନ୍ତି କିନ୍ତୁ ଅନ୍ୟ ସମୟରେ ହିନ୍ଦୋଳ ନିର୍ବାଚନମଣ୍ଡଳୀ ରେ ତାଙ୍କୁ ଦେଖିବା ସ୍ୱପ୍ନ, ଯେଉଁଥିପାଇଁ ସୀମାରାଣୀ ଙ୍କ ଉପରେ ଜନତା ଖପ୍ପା । ତଥାପି ସୀମାରାଣୀ ଟିକେଟ୍ ଆଶାୟୀ ଥିବାବେଳେ ସେହି ବିଜେଡ଼ି ରୁ ଅଶୋକ ନାୟକ ଓ ନମିତା ନାୟକ ଙ୍କ ସମେତ ଅନେକ ଆଶାୟୀ ପ୍ରାର୍ଥୀ ପ୍ରାର୍ଥୀନୀ ରହିଛନ୍ତି । କିନ୍ତୁ ସର୍ବାଗ୍ରେ ଅଛନ୍ତି ଅଶୋକ ଓ ନମିତା । ଅଶୋକ ଗତ ନିର୍ବାଚନରେ ବିଜେପି ଦଳରୁ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ି ବର୍ତମାନ ବିଧାୟିକା ଥିବା ସୀମାରାଣୀ ନାୟକ ଙ୍କ ଠାରୁ ୧୭/୧୮ ହଜାର ଭୋଟ୍ ବ୍ୟବଧାନରେ ପରାସ୍ତ ହୋଇଥିଲେ । ପରବର୍ତୀ ସମୟରେ ସେ ବିଜେପି ଛାଡି ବିଜେଡ଼ି ମୁହାଁ ହୋଇଥିଲେ । ବିଜେଡ଼ି ଉଚ୍ଚଶିକ୍ଷିତ ଏବଂ ଯୁବବର୍ଗ ଙ୍କୁ ପ୍ରାଧାନ୍ୟ ଦେଉଥିବା ବେଳେ ଅଶୋକ ଏବଂ ନମିତା ଙ୍କ ମଧ୍ୟରୁ କେହି ଜଣେ ଚଳିତ ନିର୍ବାଚନ ରେ ପ୍ରାର୍ଥୀ ହୋଇପାରନ୍ତି ବୋଲି ସାଧାରଣରେ କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ଅଶୋକ ଲୋକ ଙ୍କ ନିକଟକୁ ଯାଇ ତାଙ୍କ ଦୁଃଖ ସୁଖ ବୁଝିବା ସହ ବିଭିନ୍ନ ସାମାଜିକ କାର୍ଯ୍ୟ କ୍ରମରେ ଯୋଗଦେଉଛନ୍ତି । ସେହିପରି ନମିତା ମଧ୍ୟ ଟିକେଟ୍ ଆଶାୟୀ ଭାବରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବା ସହ ଫିଲ୍ଡ୍ ବୁଲିବା ଆରମ୍ଭ କରିଦେଲେଣି । ସେ ୨୦୦୯ ରେ କଂଗ୍ରେସ ଟିକେଟ୍ ରେ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ଙ୍କ ଠାରୁ ପରାସ୍ତ ହୋଇଥିଲେ । ପରବର୍ତୀ ସମୟରେ ସେ କଂଗ୍ରେସ ଛାଡି ବିଜେଡ଼ି ରେ ମିଶିଥିଲେ । ଏବେ କଂଗ୍ରେସ କଥା ନକହିବା ଭଲ, ରାଜ୍ୟରେ ଯେମିତି କଂଗ୍ରେସ ଦଳର ଅବସ୍ଥା ତାର ପ୍ରଭାବ ସଂପୂର୍ଣ୍ଣ ଭାବେ ଜନତା ଙ୍କ ଉପରେ ପଡୁଛି । ତେଣୁ କଂଗ୍ରେସ ପ୍ରାର୍ଥୀ ଭାବେ ତ୍ରିନାଥ ବେହେରା ପୂର୍ବରୁ ନିର୍ବାଚନ ଲଢ଼ି ପରାଜିତ ହୋଇଥିବା ବେଳେ ପୁଣି ନିର୍ବାଚନ ଲଢ଼ିବା ଆଶାରେ ଏକମାତ୍ର ଟିକେଟ୍‌? ଆଶାୟୀ ଅଛନ୍ତି । ଅପରପକ୍ଷରେ ବିଜେପିର ଟିକେଟ୍ ଆଶାୟୀ କେବଳ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ସାମ୍ନାକୁ ଆସିଥିବା ବେଳେ ଅନ୍ୟ କେହି ଏପର୍ଯ୍ୟନ୍ତ ସାମ୍ନାକୁ ଆସିନଥିବା ଜଣାପଡ଼ିଛି । ଅଞ୍ଜଳି ୨୦୧୪ ନିର୍ବାଚନ ରେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ି ସୀମାରାଣୀ ଙ୍କ ଠାରୁ ପରାଜିତ ହୋଇଥିଲେ । କିନ୍ତୁ ବିଜେଡ଼ି ର ଏକଛତ୍ରବାଦୀ ଶାସନ ଓ ଦଳରେ ଅନେକ ଆଶାୟୀ ପ୍ରାର୍ଥୀ ସାଙ୍ଗ କୁ ତୀବ୍ର ଗୋଷ୍ଠୀ କନ୍ଦଳ ଏବଂ ବିଧାୟିକା ସୀମାରାଣୀ ଙ୍କ ଉପରେ ଜନତାଙ୍କ ତୀବ୍ର ଅସନ୍ତୋଷ କାରଣରୁ ହିନ୍ଦୋଳ ରେ ପରିବର୍ତନ ର ସ୍ୱର ଆରମ୍ଭ ହେବାରେ ଲାଗିଲାଣି । ସବୁଠାରୁ ଆଶ୍ଚର୍ଯ୍ୟ ର କଥା କି ବିଧାୟକ ହେବାର କ୍ଷମତା ଲୋଭରେ ବିଧାୟିକା ସୀମାରାଣୀ ଙ୍କ ସଂପର୍କୀୟ ମାନେ ସୀମାଙ୍କ ବାଟ ଓଗାଳୁଛନ୍ତି । ଯାହା ଫଳରେ ହିନ୍ଦୋଳ ନିର୍ବାଚନମଣ୍ଡଳୀ ରେ ବିଜେପି ଓ ଅଞ୍ଜଳି ଙ୍କ ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଉଛି । ତେଣୁ ଏଥର ହିନ୍ଦୋଳ ନିର୍ବାଚନମଣ୍ଡଳୀ ରେ ପରିବର୍ତନ ହେଇପାରେ ବୋଲି ସାଧାରଣରେ ଏବଂ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଆଲୋଚନା ହେଉଛି । ତେବେ ଜନତା ଜନାର୍ଦ୍ଦନ କାହା ଉପରେ ଆସ୍ଥା ପ୍ରକଟ କରୁଛନ୍ତି ତାହା ହିଁ ସମୟ କହିବ ।

Leave A Reply

Your email address will not be published.

twenty − six =