ରାଜ୍ୟସ୍ତରୀୟ ବ୍ରଜନାଥ ବଡଜେନା ଜୟନ୍ତୀ !

ଢେଙ୍କାନାଳ : ଓଡିଶା ସାହିତ୍ୟ ଏକାଡେମୀ ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ବିଶିଷ୍ଟ ସମରକବି ବ୍ରଜନାଥ ବଡଜେନାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ ହୋଇଯାଇଅଛି ।

ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟ ତଥା ରାଜପ୍ରାସାଦ ନିକଟସ୍ଥ ଶିଶୁ ଉଦ୍ୟାନରେ ଅବସ୍ଥାପିତ କବିଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରାଯାଇଥିଲା । ଜିଲ୍ଲାପାଳ ସରୋଜ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ଜିଲ୍ଲା ସାହିତ୍ୟ ଏକାଡେମୀ ସଦସ୍ୟା ତଥା ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ସମେତ ଢେଙ୍କାନାଳର ଅନେକ ଜ୍ଞାନୀଗୁଣୀ, ସାହିତ୍ୟିକ ଉକ୍ତ ମାଲ୍ୟାର୍ପଣ ଉତ୍ସବରେ ସାମିଲ୍ ହୋଇଥିଲେ । 

ଗୋପବନ୍ଧୁ ଟାଉନ୍ ହଲ୍‌ଠାରେ ଏକ ସାରସ୍ୱତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ସାହିତ୍ୟ ଏକାଡେମୀ ସଦସ୍ୟ ଡଃ. ପୁଷ୍ପଲତା ରଥ ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କବିଙ୍କ ସାମଗ୍ରିକ କୃତି ଉପରେ ବିଷଦ ବ୍ୟାଖ୍ୟା ପ୍ରଦାନ କରିଥିଲେ । ବରିଷ୍ଠ ସାମ୍ବାଦିକ ତଥା ପରିବେଷବିତ୍ ପ୍ରଦ୍ୟୁମ୍ନ ରଥ ମୁଖ୍ୟବକ୍ତା ଭାବେ ଯୋଗଦେଇ ପୁରାତନ ସାହିତ୍ୟ ନୂତନ ପିଢୀଙ୍କ ଭିତରେ ଚେତନା ସଞ୍ଚାର କରାଏ ବୋଲି ମତବ୍ୟକ୍ତ କରିଥିଲେ ତଥା କବିଙ୍କ ଜୀବନୀ ଓ ସମର ଚିତ୍ର ପ୍ରଦାନ କରିଥିଲେ ।

ଆନ୍ତର୍ଜାତିକ ଖ୍ୟାତି ସଂପନ୍ନ କବି ପ୍ରଭାସିନୀ ମହାକୁଡ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମାନବ ଧର୍ମର, ଜାତିର ଉତ୍‌ଥାନ ପାଇଁ ସଂସ୍କୃତି ସଂପନ୍ନ ଐତିହାସିକ ସାହିତ୍ୟ ପାଇଁ ବ୍ରଜନାଥ ସବୁକାଳେ ମନେ ରହିବେ, ସାହିତ୍ୟ ମାଧ୍ୟମରେ ଜାତି ବଂଚେ ବୋଲି ମତବ୍ୟକ୍ତ କରିଥିଲେ । ଡଃ ଦେବୀ ପ୍ରସାଦ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲାବେଳେ ବିଭୁତି ଭୂଷଣ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ । ଅଲ୍‌ଟର୍‌ନେଟିଭ୍ ରିଦମ୍ ଥିଏଟର୍‌, ଛଦେଶ ସାହିତ୍ୟ ସଂସଦ, ସଂଧ୍ୟାତାରା ସାହିତ୍ୟ ସଂସଦ, କବିଭୂଷଣ ସାହିତ୍ୟ ସଂସଦ, ରେଣୁବାଳା ସାହିତ୍ୟ ସଂସଦ, ବ୍ରଜନାଥ ବଡଜେନା ସାହିତ୍ୟ ପରିଷଦ, ଢେଙ୍କାନାଳ ଥିଙ୍କର୍ସ ଫୋରମ୍‌ର ସଦସ୍ୟମାନେ ତଥା ଢେଙ୍କାନାଳର ଅନେକ ଜ୍ଞାନୀଗୁଣୀ ଉକ୍ତ ସଭାକାର୍ଯ୍ୟରେ ଯୋଗଦେଇ ସଫଳ କରିଥିଲେ । ସୁଶ୍ରୀ ରାମେଶ୍ୱରୀ ପଟ୍ଟନାୟକ, ସୁଶ୍ରୀ କାଦମ୍ବରୀ ମହାକୁଡ, ସୁଶ୍ରୀ ରୋଜାଲିନ୍ ଗଡନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.

2 × 3 =