ମୋର ରାଜନୈତିକ ଆଦର୍ଶ ପୂଜ୍ୟ ବିଜୁ ବାବୁ ଙ୍କ ସ୍ମୃତିରେ ……..…..

ସ୍ବର୍ଗତଃ ବିଜୁ ପଟ୍ଟନାୟକ ଙ୍କ ପୁଣ୍ୟ ତିଥିରେ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି !

ପୂର୍ବତନ ବିଧାୟକ ନବୀନ ନନ୍ଦ ଢ଼େଙ୍କାନାଳ

ଆଜିର ରାଜନୀତି ରେ ବିଜୁ ବାବୁ ଙ୍କ ନୀତି, ଆଦର୍ଶ ,ଓ ମୂଲ୍ୟବୋଧ ର ପ୍ରାସଙ୍ଗିକତା ନାହିଁ କହିଲେ ଚଳେ ଏ କଥା ଯିଏ ବିଜୁ ବାବୁ ଙ୍କ ସଂଗେ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଥିବେ ସେମାନେ ନିଃସନ୍ଦେହ ରେ କହିପାରିବେ । ବିଜୁ ବାବୁ ଯେଉଁ ମାନଙ୍କୁ ଭଲ ପାଉଥିଲେ ହାତଗଣତି କେତେଜନଙ୍କୁ ଛାଡିଦେଲେ ଆଉ କେହି ତାଙ୍କ ପରିବାର ଦ୍ୱାରା ପରିଚାଳିତ “ବିଜୁ ଜନତା ଦଳ “ରେ ନାହାନ୍ତି। ସେସବୁ ସତ୍ତ୍ୱେ ବି ବିଜୁ ବାବୁ ଙ୍କ ସୁପୁତ୍ର “ନବୀନ ପଟ୍ଟନାୟକ “ନେତୃତ୍ୱରେ ପରିଚାଳିତ ସରକାର ୨୨ ବର୍ଷ ରେ ପଦାର୍ପଣ କରିଛି ।

ଭାରତ ବର୍ଷ ରେ ଆଜି ନବୀନ ପଟ୍ଟନାୟକ ଜଣେ ସଫଳ ର।ଜନୀତିଜ୍ଞ ରୂପେ ପରିଗଣିତ ହୋଇଛନ୍ତି ତାହା ନିସଦେହ ରେ ଜେକେହି କହିବାରେ କୁଣ୍ଠା ବୋଧ କରିବେ ନାହିଁ । ବିଜୁ ବାବୁ ଙ୍କ ୨୭ ବର୍ଷ ର ଅକ୍ଲାନ୍ତ ପରିଶ୍ରମ ର ଫଳ ଆଜି ୨୨ ବର୍ଷର “ବିଜୁ ଜନତା ଦଳ “ର ସରକାର । ବିଜୁ ବାବୁ ଙ୍କ ନାଁ କୁ ଆଜି ପର୍ଯ୍ୟନ୍ତ ବିକି ଭାଙ୍ଗି ଖାଇଲେ ବି ତାହା ସରିବାର ନାଁ ଧରୁନାହିଁ । ବିଜୁ ବାବୁ ଙ୍କ ନାଁ ରେ ଗଠିତ ବିଜୁ ଜନତା ଦଳ ଆଜି କିଛି ବ୍ୟବସାୟି,ଭ୍ରଷ୍ଟାଚାରି ଓ ଦୁର୍ନୀତି ଗସ୍ତ ବ୍ୟକ୍ତି ଙ୍କର କବଜା ରେ ରହି ଆସିଛି । ବିଜୁ ବାବୁ ଙ୍କ ଅତ୍ୟନ୍ତ ଘନିଷ୍ଠ ଦାମ ବାବୁ ଙ୍କ ଭାଷାରେ ଆଜି କୋଠି ନଥିବା ଲୋକ କୋଟିପତି ହୋଇଯାଇଛନ୍ତି । ଗୋଟିଏ ଗଣତାନ୍ତ୍ରିକ ନିର୍ବାଚିତ ସରକାର କେତେଜଣ ଅଣ ଓଡ଼ିଆ ବ୍ୟୁରୋକ୍ରାଟ ଙ୍କ ଦ୍ଵାରା ପରିଚାଳିତ ହୋଇ ଆସୁଛି ।

‌ସମସ୍ତେ ଜାଣନ୍ତି ବିଜୁ ବାବୁ ଙ୍କ ର ଶେଷ ସମୟରେ ସେ ପରିବାର ଠାରୁ ଦୂରରେ ରହୁଥିଲେ । ଦିଲ୍ଲୀ ରେ ତାଙ୍କର ଶେଷ ଜୀବନ “ଦିଲୀପ ରାୟ”ଙ୍କ ଘରେ ଅତିବାହିତ ହୋଇଥିଲା । ତାଙ୍କର ଜୀଵ ଦଶା ରେ ନିଜର ପରିବାର ଙ୍କର କୌଣସି ସଦସ୍ୟ ଙ୍କୁ ରାଜନୀତି ରେ ଭାଗିଦାର କରି ନଥିଲେ । ତାଙ୍କର ଉତ୍ତରାଧିକାରୀ ଭାବେ ସ୍ବର୍ଗତଃ ଅଶୋକ ଦାସ ଙ୍କୁ ମନୋନୀତ କରିଥିଲେ । ଦଳ ର ଯେଉଁ ବ୍ୟାଙ୍କ ଆକାଉଣ୍ଟ ଥିଲା ବିଜୁ ବାବୁ ଙ୍କ ଦେହାନ୍ତ ପରେ ଅଶୋକ ଦାସ ଙ୍କୁ ତାଙ୍କର ଉତ୍ତରାଧିକାରୀ ଭାବେ ମନୋନୀତ କରିଥିଲେ । ଯେଉଁ ମାନେ ବିଜୁ ବାବୁ ଙ୍କ ଅବର୍ତମାନରେ “ବିଜୁ ବାବୁ”ଙ୍କ ନାଁ ରେ ଦଳ ଗଢି ,ଅକ୍ଲାନ୍ତ ପରିଶ୍ରମ କରି ବିଜୁ ବାବୁ ଙ୍କ ପରିବାର ରୁ ନବୀନ ପଟ୍ଟନାୟକ ଙ୍କୁ ଆଣି ଦଳ ର ନେତୃତ୍ୱ ଅର୍ପଣ କରିଥିଲେ ସେମାନଙ୍କୁ ଗୋଟି ଗୋଟି କରି ଦଳ ରୁ ବିଦାୟ କରାଗଲା ।

ଏସବୁ କାର୍ଯ୍ୟ କ୍ରମ ପାଇଁ ସେତେବେଳେ ପ୍ୟାରୀ ମୋହନ ମହାପାତ୍ର ଙ୍କୁ ଦାୟୀ କରାଯାଇଥିଲା । ପରବର୍ତ୍ତୀ ସମୟରେ ପ୍ୟାରୀ ବାବୁ ମଧ୍ୟ ସେହି ଢଙ୍ଗରେ ଦଳ ରୁ ଅତି ଦୟନୀୟ ଭାବେ ବିଦାୟ ନେଲେ। ମୁଁ କିନ୍ତୁ ଧନ୍ୟବାଦ ଦେବି ସ୍ବର୍ଗତଃ ନେତା ଅଶୋକ ଦାସ ଙ୍କ ଯିଏ କି ଜୀବନର ଶେଷ ପର୍ଯ୍ୟନ୍ତ ବିଜୁ ବାବୁ ଙ୍କ ନୀତି ଆଦର୍ଶ ସଂଗେ ସମଝୋତା କରିନଥିଲେ । ୨୦୦୦ ମସିହାରେ “ଜନତା ଦଳ (ଏସ)ରୁ ଏକ ମାତ୍ର ବିଧାୟକ ଭାବେ କୋରେଇ ନିର୍ବାଚନ ମଣ୍ଡଳୀ ରୁ ନିର୍ବାଚିତ ହୋଇ ତାଙ୍କର ଶାଣିତ ଢଙ୍ଗରେ ସରକାର ଙ୍କୁ ତୀବ୍ର ବିରୋଧ କରିଥିଲେ । ମୁଁ ସେତେ ବେଳେ “ବିଜୁ ଜନତା ଦଳ”ଟିକେଟ ରେ ଗଁ ଦି ଆ ନିର୍ବାଚନ ମଣ୍ଡଳୀ ରୁ ନିର୍ବାଚିତ ହୋଇଥାଏ ।

କଂଗ୍ରେସ ଦଳ ର କୁ ଶାସନ ଓ ମହାବାତ୍ୟା ର କୁ ପରିଚାଳନା ଯୋଗୁ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି ର ଗଠ ବନ୍ଧନ ରେ ସରକାର ବହୁ ମତ ରେ ଆସିଥାଏ । ଆମେ ସବୁ ଭାବି ଥିଲୁ “ବିଜୁ ବାବୁ”ଯେଉଁ ସ୍ୱପ୍ନର ଓଡିଶା ର ଚିତ୍ର ଆଙ୍କି ଥିଲେ ତାହା କେବଳ ବିଜୁ ଜନତା ଦଳ ଓ ତାଙ୍କର ସୁପୁତ୍ର ନବୀନ ପଟନାୟକ ଙ୍କ ଦ୍ଵାରା ସମ୍ଭବ ହେବ । କିନ୍ତୁ ସେ ସ୍ୱପ୍ନ ସ୍ୱପ୍ନରେ ରହିଗଲା । ବିଜୁ ବାବୁ ଚାହିଁ ଥିଲେ କଂଗ୍ରେସ ଦଳ ର କୂପରିଚାଳନା ରେ ଓଡ଼ିଶାରେ ଯେଉଁ ସବୁ ଶ୍ରମ ଭିତିକ ଶିଳ୍ପ କାରଖାନା ବନ୍ଦ ହୋଇଯାଇଛି ତାହା ଚାଲୁ ହେବ ।

ଓଡ଼ିଶାର ଶିକ୍ଷିତ ଯୁବକ ଓ ଯୁବତି ମାନଙ୍କ ପାଇଁ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଓଡିଶା ଶସ୍ଯ ଶ୍ୟାମଳା ହେବ। କୃଷି କୁ ଶିଳ୍ପ ମାନ୍ୟତା ଦିଆଯିବ । ଓଡ଼ିଶାର ଖଣି ଖଦାନ ରେ ଭାରତ ବର୍ଷ ଅନେକ ରାଜ୍ୟ ଉପକୃତ ହେଉଥିଲେ ମଧ୍ୟ ଓଡିଶା ସେଥିରୁ ବଂଚିତ ହେଉଛି। ଓଡ଼ିଶାର ଆଜି ୪୦ ଲକ୍ଷତା ରୁ ଅଧିକ ଯୁବକ ରାଜ୍ୟ ବାହାରେ ଯାଇଁ ଦାଦନ ଖଟୁଛନ୍ତି। ବିଜୁ ବାବୁ ଙ୍କ ଦୂର ଦୃଷ୍ଟି ରାଜ୍ୟ ର ହିତ ପାଇଁ ପ୍ରତିଶୃତି ବଦ୍ଧ ଥିଲା । ଆଜି ରାଜ୍ୟ ର ଯେ ହିତ ହୋଇନାହିଁ ତାହା କହି ହେବ ନାହିଁ କିନ୍ତୁ ଓଡ଼ିଶାର ୬୫ଭାଗ ଜନସଂଖ୍ୟ। ଯେଉଁଥିରେ ଲାଭବାନ ହୋଇ ପାରିଥାନ୍ତେ ତାହା ହୋଇ ପାରିଲ ନାହିଁ ।

ଆଜି ମଧ୍ୟ ଓଡିଶା ଆଳୁ ଆମଦାନୀ ପାଇଁ ପଶ୍ଚିମବଙ୍ଗ ଉପରେ ନିର୍ଭରରଶୀଳ ଓ କଦଳୀ ,ଅଣ୍ଡା ପାଇଁ ଆନ୍ଧ୍ର ଉପରେ ନିର୍ଭରଶୀଳ ଓ ପିଆଜ ପାଇଁ ମହା ରାଷ୍ଟ୍ର ଉପରେ ନିର୍ଭରଶୀଳ । ୨୨ ବର୍ଷ ଧରି ରାଜ୍ୟ ର ୩୫ଭାଗ ଚାଷ ଜମି କୁ ଜଳ ସେଚନ କଥା କେବଳ ନିର୍ବାଚନ ସ୍ଲୋଗାନ ହୋଇ ରହି ଆସିଛି । ଆଜି ଯେଉଁ କଳ କାରଖାନା କିଛି ଓଡ଼ିଶାରେ ଚାଲୁଛି ସେଥିରେ ଓଡ଼ିଆ ଲୋକ ଙ୍କ ନିଯୁକ୍ତି ନଗଣ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ଓଡ଼ିଶାରେ ପ୍ରତି ବ୍ଲକ ରେ ଅତି କମ ରେ ଗୋଟିଏ ଲେଖାଏଁ ଶୀତଳ ଭଣ୍ଡାଇ ନିର୍ମାଣ ର ନୀତିଗତ ନିଷ୍ପତି ସରକାର କରିଥିଲେ ମଧ୍ୟ ଆଜି ତାହା କେତେ ପୂରଣ ହୋଇଛି ସମସ୍ତେ ଜାଣନ୍ତି।

ଓଡ଼ିଶାରେ ଲକ୍ଷ ଲକ୍ଷ ଲୋକ ଦାଦନ ଖଟିବାକୁ ସୁରତ ଯାଉଥିଲାବେଳେ ଓଡ଼ିଶାରେ ମାତ୍ର ୧୩ ଟି ସୁତା କଳ ବନ୍ଦ ହୋଇ ପଡିଛି । ବଲାଙ୍ଗୀର ର “ବିଜ୍ଞାନନ୍ଦ ଚିନି କଳ ଆଜି ରାଜନୀତି ର ଚକ୍ରବ୍ୟୁହ ମଧ୍ୟରେ ପେଷି ହୋଇ ରହି ଯାଇଛି ।ବିଜୁ ବାବୁ ପ୍ରତିଷ୍ଠା କରିଥିବା ଓଡିଶା ଟେକ୍ସ୍ଟଟାଇଲ ମିଲ ର ଅବସ୍ଥା ଆଜି କଣ ? ବିଜୁ ବାବୁ କଣ ଏଇୟା ଚାହିଁ ଥିଲେ ? ବିଜୁ ବାବୁ କଣ ଚାହିଁଥିଲେ ତାଙ୍କ ସ୍ୱପ୍ନର ଓଡ଼ିଶାର ଲକ୍ଷ ଲକ୍ଷ ଯୁବକ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଆନ୍ତୁ ? ଆଜି ରାଜ୍ୟ ର ଏ ବିପତ୍ତି ସମୟରେ ଓଡ଼ିଶାର ଦାଦନ ଖଟିବାକୁ ଭାରତ ବର୍ଷ ର ବିଭିନ୍ନ ପ୍ରାନ୍ତ କୁ କାମ କରି ପେଟ ପୋଷିବାକୁ ଯାଇଥିବା ଲୋକ ଟି ତାର ଭିଟା ମାଟି କୁ ଚାହିଁଲେ ବି ଫେରି ପାରୁନାହିଁ ? ଆଜି ବିଜୁ ଜନତା ଦଳ ର ସରକାର ଓଡ଼ିଶାର ସାଧାରଣ ଜନତା ଙ୍କୁ କିପରି ଭିକାରୀ କରି ମାଗଣା ଦେବା ର ପ୍ରତିଯୋଗୀତା ଚାଲିଛି । ଲୋକ କ ହାତ କୁ କାମ ଦେଇ ସ୍ୱାବଲମ୍ବୀ କରିବା ବିଜୁ ବାବୁ ଙ୍କ ଯେଉଁ ଚିନ୍ତା ଧାରା ଥିଲା ତାହା ଆଜି ଧୂଳିସାତ ହୋଇଯାଇଛି

Leave A Reply

Your email address will not be published.

7 − four =