ଓଡାପଡା ; ବିରୁପାକ୍ଷ ନନ୍ଦ ଓଏଏସ୍ ପରୀକ୍ଷାରେ ୨୪ ତମ ସ୍ଥାନ ଅଧିକାର !

ଢେଙ୍କାନାଳ : ଓଡାପଡା ବ୍ଳକ ମୋଟଙ୍ଗାଥାନା ଅନ୍ତର୍ଗତ ନୟାଭାଗିରଥିପୁର ପଞ୍ଚାୟତର ବଡଧଳପୁର ଗ୍ରାମର
ବିରୁପାକ୍ଷ ନନ୍ଦ ଓଡିଶା ପ୍ରଶାସନିକ ସେବା ପାଇଁ ପରୀକ୍ଷାରେ ୨୪ତମ ସ୍ଥାନରେ କୃତିତ୍ୱ ହାସଲ କରିଛନ୍ତି । ସେ ବଡଧଳପୁର
ଗ୍ରାମର ସଦର ବ୍ଲକ୍ ଅନ୍ତର୍ଗତ ବାରଦାସ୍ଥିତ ମାତୃଭବନ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ବିଜୟ କୁମାର ନନ୍ଦ ଓ ପ୍ରତିମା
ନନ୍ଦଙ୍କ ଏକମାତ୍ର ପୁତ୍ର ଅଟନ୍ତି । ମାତୃଭବନ ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ୍‌ରେ ଏ-୧ରେ ୫୨୯ ନଂ କୃତକାର୍ଯ୍ୟ ହୋଇଥିଲେ
ା ପରେ ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ +୨ ବିଜ୍ଞାନ ଓ +୩ ବିଜ୍ଞାନରେ ପ୍ରଥମ ସ୍ଥାନ ଅଧିକାର କରି
ଉତୀର୍ଣ୍ଣ ହୋଇଥିଲେ । ଉତ୍କଳ ବିଶ୍ୱ ବିଦ୍ୟାଳୟରେ ସ୍ନାତକୋତ୍ତର ବିଭାଗର ପଦାର୍ଥ ବିଜ୍ଞାନରେ ପ୍ରଥମ ସ୍ଥାନ ଅଧିକାର
କରିଥିଲେ । ଏହାପରେ ଆଇଆଇଟି ମୁମ୍ବାଇ ଠାରେ ସ୍ପେସ୍ ସାଇନ୍‌ସ୍‌ରେ ଏମ୍‌.ଟେକ୍ କରି ବର୍ତମନ ମୁମ୍ବାଇ ଠାରେ ସନ୍‌
ଫାର୍ମ ମେଡିସିନ୍ କଂପାନୀରେ ଜୁନିୟର ସାଇଣ୍ଟିଷ ଭାବରେ ଅବସ୍ଥାପିତ । ଏହି ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନଶିକ୍ଷକ
ଓ ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ, ପରିଚାଳନା କମିଟ ସଦସ୍ୟ ଓ ସ୍ଥାନୀୟ ଅଂଚଳର ଜନସାଧାରଣ କୃତଜ୍ଞତା ଜଣାଇଛନ୍ତି । ସେ
ସ୍ୱର୍ଗତ ଧଳପୁର ବାସୀନ୍ଦା ଅବସରପ୍ରାପ୍ତ ଶିକ୍ଷକ ସ୍ୱର୍ଗତ କୃଷ୍ଣଚନ୍ଦ୍ର ନନ୍ଦ ଓ ଜେଜେ ମା’ ସ୍ୱର୍ଗତ କମଳା ନନ୍ଦଙ୍କ ନାତି ଅଟନ୍ତି ।

Leave A Reply

Your email address will not be published.

four + 17 =