ଢ଼େଙ୍କାନାଳ : ହିନ୍ଦୋଳ ବ୍ଲକ୍ ରାସୋଳ ପଂଚାୟତର ଜଣେ ଯୁବକ ବାଙ୍ଗାଲୋର ରେ ଡେଙ୍ଗୁ ଜ୍ୱରରେ ମୃତ୍ୟୁବରଣ କରିଛନ୍ତି । ସୂଚନା ମୁତାବକ ରାସୋଳ ଥାନା ଅନ୍ତର୍ଗତ ନାଉକିଆରୀ ଗ୍ରାମର ସନ୍ତୋଷ କୁମାର ସାହୁ ବାଙ୍ଗାଲୋରରେ ରହି କୌଣସି କାମ କରୁଥିଲେ l ତାଙ୍କୁ ଜ୍ୱର ହେବା ଯୋଗୁଁ ବାଙ୍ଗାଲୋର୍ ର ଚିନ୍ମୟ ମିଶନ୍ ନାମକ ଏକ ହସ୍ପିଟାଲ୍ ରେ ଚିକିତ୍ସିତ ହେବା ପାଇଁ ଭର୍ତ୍ତି ହୋଇଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଡେଙ୍ଗୁ ଜ୍ୱର ରେ ତାଙ୍କର ମୃତ୍ୟୁ ହୋଇଥିବା ମେଡିକାଲ୍ ପକ୍ଷରୁ ସୂଚନା ଦିଆଯାଇଛି। ସନ୍ତୋଷ ଙ୍କ ମୃତଦେହ ଗ୍ରାମରେ ପହଂଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଗ୍ରାମ ପରିକ୍ରମା କରାଯିବା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।