ସ୍ଵାଧୀନ ଭାରତ ରେ ଶୁଭୁଛି : ମଣିମା ମୋ ଦୁଃଖ ଶୁଣିବା ହଉ !

ଭିନ୍ନ କ୍ଷମ ଙ୍କୁ ମିଲୁନି ସରକାରୀ ସହାୟତା ,
ରସନ୍ ଚାଉଳ ଓ ଆବାସ ଘର ଖଣ୍ଡେ ପାଇଁ ବ୍ଲକ ଅଫିସ ଧାଇଁ ଧାଇଁ ନୟାନ୍ତ !

ରାଜ୍ଯ ସରକାର ଭିନ୍ନ କ୍ଷମ ମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ବିଭିନ୍ନ ପ୍ରକାରର ଯୋଜନା ଆରମ୍ଭ କରିଛନ୍ତି I ପଞ୍ଚାୟତ ସ୍ତରରେ ସଠିକ୍ ଭାବରେ ଯୋଜନା କାର୍ଯ୍ୟକାରୀ ହେଉ ନଥିବାରୁ ଭିନ୍ନ କ୍ଷମ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି I ଢେଙ୍କନାଳ ଜିଲ୍ଲା ଭୁବନ ବ୍ଲକ ଏକତାଳୀ ପଞ୍ଚାୟତ ନିମେଇଁପୁର ଗ୍ରାମର ବିଦୁ ବେହେରା( ୩୪) ବର୍ଷ ଜନ୍ମରୁ ଦୃଷ୍ଟି ହୀନ ଅଛନ୍ତି । ସତ ପ୍ରତିଶତ ଭିନ୍ନ କ୍ଷମ ହୋଇଥିବାରୁ ସାର୍ଟିଫିକେଟ୍ ମଧ୍ଯ ମିଳିଛି I ହେଲେ ଆଜି ପର୍ଯ୍ୟନ୍ତ ସରକାରୀ ଯୋଜନା ଯେମିତି ଅପହଁଚ ହୋଇପଡ଼ିଛି I ବିଦୁଙ୍କ ର ବାପା ମା ଚାଲି ଗଲା ପରେ ଏବେ ନାନୀ ଭିଣୋଇ ପାଖରେ ରହୁଛନ୍ତି I ଆଜକୁ ପନ୍ଦର ବର୍ଷ ହେବ ଭିଣୋଇଁ ପାଖରେ ରହୁଛନ୍ତି ବିଦୁ । ବିଦୁ ଙ୍କ ନାନୀ ଘର ବି ଚଳିବା ଏତେ ସ୍ଵଚ୍ଛଳ ନୂହେଁ ତଥାପି କଷ୍ଟ ମଷ୍ଟେ ବିଦୁ ଙ୍କୁ ପାଖରେ ରଖି ଚଳାଉଛନ୍ତି I ବିଦୁ ସମ୍ପୂର୍ଣ୍ଣ ଭିନ୍ନ କ୍ଷମ ହୋଇବି ଆଜି ପର୍ଯ୍ୟନ୍ତ ରାସନ କାର୍ଡ ରେ ଚାଉଳ ଗଣ୍ଡେ ପାଉ ନାହାଁନ୍ତି କି ଆବାସ ଯୋଜନା ରେ ଘର ଖଣ୍ଡେ ମିଳିପାରି ନାହିଁ I କେବଳ ସେହି ମାସିକିଆ ଭତ୍ତା ଶାହା ଭରସା I ବିଦୁ ସମ୍ପୂର୍ଣ୍ଣ ଦୃଷ୍ଟି ହୀନ ହୋଇଥିବା ରୁ ପାଦେ ଚାଲିବା ପାଇଁ ଅନ୍ୟ ଉପରେ ଭରସା କରିଥାନ୍ତି I ଏବେ ଭିଣୋଇଁଙ୍କର ନୁଆଁଣିଆ ଚାଳଘରେ ଦିନ କାଟୁଛନ୍ତୁ ବିଦୁ ବେହେରା । ରାସନ ଚାଉଳ ଓ ଘର ଖଣ୍ଡେ ପାଇଁ ନାନୀ ଭିଣୋଇ ସହଯୋଗ ରେ ବ୍ଲକ ଅଫିସ୍ ଧାଇଁ ଧାଇଁ ନୟାନ୍ତ ହୋଇ ଗଲେଣି I ଦୁଇ ଦୁଇ ଥର ମଧ୍ଯ ଜିଲ୍ଲାପାଳ ଙ୍କ ଜନ ଅଭିଯୋଗ ଶୁଣାଣି ଶିବିରରେ ମଧ୍ଯ ନିଜ ଅଭିଯୋଗ ଜଣାଇଛନ୍ତି I ହେଲେ କୌଣସି ସୁଫଳ ମିଳିପାରୁ ନାହିଁ I ବିଦୁ ବେହେରା ନାମ କିପରି ରାସନ କାର୍ଡ ରେ ନାମ ଆଜି ସଂଯୋଗ ହୋଇ ପାରି ନାହିଁ ସ୍ତାନୀୟ ପ୍ରଶାସନ ର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି I

Leave A Reply

Your email address will not be published.

two − one =