ଢେଙ୍କାନାଳ : ସଦର ବ୍ଲକ ଅନ୍ତର୍ଗତ ଚନ୍ଦ୍ରଶେଖରପ୍ରସାଦ ଗ୍ରାମପଂଚାୟତର ଗଂଜେଇଡ଼ିହି ଠାରେ ବେୟଣ୍ଡ ସ୍ମାଇଲ ଫାଉଣ୍ଡେସନ ଓ ସତ୍ୟମେବଜୟତେ ଏକତା ମଂଚ ପକ୍ଷରୁ ପରିବେଶ ସୁରକ୍ଷା ପାଇଁ ୪ କିଲୋମିଟର ରାସ୍ତା ପାର୍ଶ୍ୱରେ ଏକ ହଜାର ବୃକ୍ଷ ରୋପଣ କରାଯାଇଛି । ଏହି କାଯ୍ୟକ୍ରମକୁ ଢେଙ୍କାନାଳ ସାଂସଦ ମହେଶ ସାହୁ ଯୋଗ ଦେଇ ଉଦଘାଟନ କରିଥିଲେ । ଗଛ ଆମର ବନ୍ଧୁ ତେଣୁ ଆମେ ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇ ପରିବେଶ ସନ୍ତୁଳିତ କରିବା । ଏପରି ଏକ ମହତ କାର୍ଯ୍ୟ କରିଥିବାରୁ ଅନୁଷ୍ଠାନର ସମସ୍ତ କର୍ମକର୍ତାଙ୍କୁ ଧନ୍ୟବାଦ ଦେଇଥିଲେ । ଉକ୍ତ ବୃକ୍ଷ ଗୁଡିକର ଯତ୍ନ ନେବା ପାଇଁ ସାଂସଦ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ । ଚଳିତ ବର୍ଷ ଏକ ହଜାର ବିଭିନ୍ନ ପ୍ରଜାତିର ବୃକ୍ଷ ଯଥା – ଜାମ୍ବୁ, ହରିଡା, ବାହାଡା, ଆମ୍ବ, ପଣସ, ପିଜୁଳି, କଦମ୍ବ, ବଉଳ ଅତ୍ୟାଦି ରୋପଣ ଧାର୍ଯ୍ୟ କରାଯାଇଛି ବୋଲି ବେୟଣ୍ଡ ଫାଉଣ୍ଡେସନ୍ର ଅଧ୍ୟକ୍ଷ ଗଦାଧର ସାହୁ ସୂଚନା ଦେଇଛନ୍ତି । ଉକ୍ତ କାଯ୍ୟକ୍ରମରେ ଜିଲ୍ଲାପରିଷଦ ସଭ୍ୟ ଅଶୋକ କୁମାର ପରିଡା, ଢେଙ୍କାନାଳ ମୁନିସିପାଲିଟି ପୂର୍ବତନ ନଗରପାଳ ଇନ୍ଦ୍ରମଣି ବେହେରା, ସତ୍ୟମେବ ଜୟତେ ଏକତା ମଂଚର ସଭାପତି ରତିରଞ୍ଜନ ବେହେରା, ହେମନ୍ତ ବେହେରା, ନିତ୍ୟାନନ୍ଦ ମହାରଣା, ସୌମ୍ୟରଞ୍ଜନ ମହାନ୍ତି, ରାଜେଶ କୁମାର ନାଏକ, ସୁଜିତ୍ ମହାନ୍ତି, ବିକ୍ରମ ବେହେରା, ଗଞ୍ଜେଇଡିହି ଗ୍ରାମର ବରିଷ୍ଠ ନାଗରିକ ରମେଶ ଚନ୍ଦ୍ର ବେହେରାଙ୍କ ସମେତ ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।