ଟାଟା ପାୱାର :ଲାଇନ କଟୁଛି ଦିନକୁ ୫୦ ଥର , ଗୋଡ଼ା ଗ୍ରିଡ ରେ ଗାଡି ନାହିଁ କି ସିଡି ନାହିଁ !

ଢ଼େଙ୍କାନାଳ : ଯେବେଠାରୁ ଟାଟା ପାୱାର ଓଡ଼ିଶା ରେ ବିଦ୍ୟୁତ ଯୋଗାଣ ଦାୟିତ୍ଵ ନେଲାଣି ସେବେ ଠାରୁ ସଂପୃକ୍ତ କମ୍ପାନୀ ସେବା ବଦଳରେ ନେବା (ଗ୍ରାହକ ଙ୍କୁ ଲୁଟିବା ) କୁ ଅଧିକ ପ୍ରାଧାନ୍ୟ ଦେଉଛି । ନୂଆ ଜିନିଷ ବଦଳରେ ସେଇ ପୁରୁଣା ରେ କାମ ଚଳାଇ ନେଉଛି । ମାସକ ବଦଳରେ ୪୦ ଦିନରେ ମିଟର ରିଡ଼ିଂ କରି ଗ୍ରାହକ ଙ୍କ ଠାରୁ ଅଧିକ ପଇସା ଲୁଟୁଛି ବୋଲି ଅଭିଯୋଗ ହେଉଛି । ସାମାନ୍ୟ ବର୍ଷା ପବନ ରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ ବିଛିନ୍ନ କରାଯାଉଛି । ବିନା କାରଣ ରେ ମଧ୍ୟ ଲାଇନ କରୁଛି । ଫୋନ କଲେ କେହି ରିଶିଭ କରୁ ନାହାନ୍ତି । ଦିନକୁ ପ୍ରାୟ ୫୦ ଥର ଲାଇନ କଟୁଛି । ୫୦ ବର୍ଷର ପୁରୁଣା ଖୁଣ୍ଟ , ପୁରୁଣା ତାର ପରିବର୍ତ୍ତନ ହେଉନଥିବାରୁ ବିଦ୍ୟୁତ୍ ଯୋଗାଣ ରେ ସମସ୍ୟା ଉପୁଜିଛି । ଅଧିକାଂଶ ସ୍ଥାନରେ ବିପଦ ପୂର୍ଣ୍ଣ ଅବସ୍ଥାରେ ଟ୍ରାନସଫର୍ମର ଗୁଡ଼ିକ ମୁକୁଳା ଅବସ୍ଥାରେ ଏବଂ ସୁଇଚ କାମ କରୁନି । ଭୁବନ ବ୍ଲକ ଅନ୍ତର୍ଗତ ଗୋଡ଼ା ସବ ଗ୍ରୀଡ଼ରେ ନା ଅଛି ଗାଡି ନା ଅଛି ସିଡ଼ି ନା ହେଉଛି ମରାମତି l କର୍ମଚାରୀ କମ ଥିବା ବେଳେ ଆଜିକୁ ଛମାସ ହେଲା ଗୋଟିଏ ବ୍ରେକରରେ ଚାଲିଛି ଧଳପଡା, କୁନିନ୍ଦା ପଞ୍ଚାୟତ ପାଇଁ ଯାଇଥିବା ଫିଡ଼ରର ବ୍ରେକର ପୋଡ଼ିଯାଇଥିଲେ ମଧ୍ୟ ନୂଆ ଲଗାଇବା ନା ଧରୁନି ଟାଟା ପାୱାର l ଓଡିଶ, ବରୁଆଁ ଓ ଗୋଡ଼ା କୁ ଦିଆଯାଇଥିବା ଫିଡ଼ରରେ ସବୁ ଅଞ୍ଚଳକୁ ବିଦ୍ୟୁତ ସରବରାହ ହେଉଥିବାରୁ ସବୁବେଳେ ଟ୍ରିପ ହେଉଛି ବୋଲି କର୍ମଚାରୀ ମାନେ କହୁଛନ୍ତି l ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ଦାବି ହୋଇଛି।

Leave A Reply

Your email address will not be published.

six + twelve =