ସମ୍ବିଧାନ ବଞ୍ଚାଅ , ଭାରତ ବଞ୍ଚାଅ , ଓଡିଶା ବଞ୍ଚାଅ ସମାବେଶ ଆୟୋଜିତ !


ଢେଙ୍କାନାଳ : ଅଦ୍ୟ ଢେଙ୍କାନାଳ ପୁରୁଣା ଜିଲ୍ଲାପରିଷଦ ସଭାଗୃହରେ ଭାରତ ବଂଚାଅ, ସମ୍ବିଧାନ ବଂଚାଅ ସଭା ଓଡିଶା ଅଭିଯାନ କମିଟି ପକ୍ଷରୁ ଆୟୋଜିତ ହୋଇଥିଲା । ଏଥିରେ ବରିଷ୍ଠ ଅଡଭୋକେଟ୍ ମନୋରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତା କରିଥିଲେ । ଏହାକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ କହିଲେ ଯେ, ରାମ ରାଜ୍ୟ ସମୟରେ ଗଣତନ୍ତ୍ର ହୋଇଥିଲା । ଜନମତକୁ ସମର୍ଥନ ଜଣାଇ ପ୍ରଭୁ ଶ୍ରୀରାମ ଚନ୍ଦ୍ର ମାତା ସୀତାଙ୍କୁ ପରିତ୍ୟାଗ କରିଥିଲେ । କିନ୍ତୁ ବର୍ତମାନ ଭାରତର ଶାସନ ଗଣତନ୍ତ୍ରକୁ ହତ୍ୟାକରି ଏକଛତ୍ରବାଦୀ ଶାସନ କରିବାରେ ଲାଗିଛି । ବର୍ତମାନ ସମ୍ବିଧାନକୁ ବଦଳାଇବା ପାଇଁ ବହୁତ ଉଦ୍ୟମ ଚାଲିଛି । ଏପରିକି ଜାତୀୟ ସଂଗୀତ ଏବଂ ଜାତୀୟ ପତାକାକୁ ପରିବର୍ତନ କରି ଦେଶରେ ତାଲିବାନ୍ ସାସନ ପ୍ରତିଷ୍ଠା ପାଇଁ ପ୍ରଚେଷ୍ଟା ଚାଲିଛି । ସମାଜବାଦୀ ନେତା ରବି ବେହେରା କହିଲେ ଯେ ସମସ୍ତ ପ୍ରଗତୀଶୀଳ ଓ ଗଣତାନ୍ତ୍ରିକ ଅନୁଷ୍ଠାନ ଏକାଠି ହୋଇ ଏହା ବିରୁଦ୍ଧରେ ପ୍ରତିବାଦ କରିବା ପାଇଁ ଆହ୍ୱାନ ଦେଇଥିଲେ । ବର୍ଷକରେ ଦୁଇକୋଟି ରୋଜଗାର ସୃଷ୍ଟି କରିବା ନାମରେ ଯୁବ ଗୋଷ୍ଠୀକୁ ବେରୋଜଗାରୀ ବନାଉଛନ୍ତି । ସବ୍‌କା ସାଥି ସବ୍‌କା ବିକାଶ ନାମରେ ଘରୋଇ ପଞ୍ଜିକରଣ, ଆଦାନୀ ଏବଂ ଅମ୍ବାନୀ ପ୍ରମୁଖ କର୍ପୋରେଟ୍‌ରେ ହାଉସ୍‌କୁ ଦେଶର ସମ୍ପତିକୁ ଟେକି ଦିଆଯାଉଛି । ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ଖାଦ୍ୟ ଦ୍ରବ୍ୟର ଅହେତୁକ ମୂଲ୍ୟବୃଦ୍ଧି ଓ ପେଟ୍ରୋଲ୍ ଦର ମଧ୍ୟବିତ ପରିବାରର ଅର୍ଥନୀତିକୁ ଦୁର୍ବଳ କରି ଦେଉଛି ବୋଲି ବକ୍ତାମାନେ କହିଥିଲେ । ୧୦ଟି ରାଜନୈତିକ ଦଳ ଯଥା- ସିପିଆଇ, ସିପିଏମ୍‌, ସିପିଆଇ ଏମ୍‌ସି ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍‌, ରାଷ୍ଟ୍ରିୟ ଜନତା ଦଳ, ରିପବ୍ଲିକ୍ ପାର୍ଟି ଅଫ୍ ଇଣ୍ଡିଆ, ଜାତୀୟ କଂଗ୍ରେସ, ଓଡିଶା ପ୍ରଜା ଦଳ, ସମତା କ୍ରାନ୍ତି ଦଳର ନେତୃବୃନ୍ଦ ଏଥିରେ ଅଂଶ ଗ୍ରହଣ କରି ବର୍ତମାନର କୁଶାସନ ଏବଂ କେନ୍ଦ୍ରରେ ଏକଛତ୍ରବାଦ ଶାସନ ଚାଲିଛି । ସଭା ଆରମ୍ଭରେ ପ୍ରଜାମଣ୍ଡଳ ଆନ୍ଦୋଳନରେ ସାମିଲ୍ ହୋଇଥିବା ନେତୃବୃନ୍ଦମାନଙ୍କ ପାିଁ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ । ତା’ପରେ ମଣିପୁରରେ ଘଟିଥିବା ହିଂସା, ବାହନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମ୍ବିଧାନର ସୁରକ୍ଷା ପାଇଁ ଲଢେଇ କରି ସହିଦ୍ ହୋଇଥିବା ଜନଗଣ ପ୍ରତି ଶ୍ରଦ୍ଧା ନିବେଦନ ପୂର୍ବକ ଏକ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । ଶେଷରେ ସମତା କ୍ରାନ୍ତି ଦଳର ଢେଙ୍କାନାଳ ପ୍ରତିନିଧି ସରୋଜ କୁମାର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

18 − 17 =