ଢେଙ୍କାନାଳ : ଢେଙ୍କାନାଳ ପୁରୁଣା ଜିଲ୍ଲା ପରିଷଦ ହଲ ଠାରେ ପାଚିକା ସଂଘର ବୈଠକ ରବି ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସମ୍ପାଦିକା ଭାରତୀ ଦାସ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ । ରାଜ୍ୟ ସରକାରଙ୍କ ନିକଟରେ ୧୦ମାସ ବଦଳରେ ୧୨ମାସର ପାରିଶ୍ରମିକ ପାଇଁ ଦାବୀ କରି ଆସୁଥିଲେ ମଧ୍ୟ ସରକାର ଏପର୍ଯ୍ୟନ୍ତ କାର୍ଯ୍ୟକାରୀ କରି ନାହାଁନ୍ତି ତେବେ ଗତ ୨୦୨୨ ମସିହା ମଇ ଓ ଜୁନ୍ ଦୁଇ ମାସ ଛୁଟିରେ ପାଚିକାମାନେ କାର୍ଯ୍ୟ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଉକ୍ତ ୨ମାସର ପାରିଶ୍ରମିକ ନମିଳିବା କ୍ଷୋଭର ବିଷୟ । ଏହା ଉପରେ ବିଗତ ଦିନରେ ଜିଲ୍ଲା ପ୍ରଶାସନ ଜରିଆରେ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଥିଲେ ମଧ୍ୟ ଏହା ଉପରେ ଗୁରୁତ୍ୱ ନଦେବା ରାଜ୍ୟ ସରକାରଙ୍କ ଅପାରଗତକୁ ପଦାରେ ପକାଉଛି । ସେହିପରି ଗତ ନିର୍ବାଚନ ପୂର୍ବରୁ ୧୦୦୦ ଟଙ୍କା ଘୋଷଣା କରି ୪୦୦ ଟଙ୍କା ଦେଇ କେନ୍ଦ୍ର ୬୦୦ ଟଙ୍କା ଦେବ, ନଦେଲେ ରାଜ୍ୟ ସରକାର ଉକ୍ତ ୬୦୦ ଟଙ୍କା ରାଜକୋଷରୁ ଦେବାକୁ ଘୋଷଣା କରିଥିଲେ । ଏହା ମଧ୍ୟରେ ୫ ବର୍ଷ ବିତିବାକୁ ବସିଲାଣି । ଏଣୁ ୩୦ ହଜାର ଟଙ୍କା ଦେବା ପାଇଁ ଦାବୀ କରୁଛି । ସେହିପରି ଏରିୟର୍ ଟଙ୍କାର ସୁଧ ମଧ୍ୟ ଦେବାର ଆବଶ୍ୟକତା ଦେଖାଦେଇଛି । ଏହା ଉପରେ ସରକାର ପଦକ୍ଷେପ ନେବେ ବୋଲି ଆଶା କରୁଛୁ । ଏହା ମଧ୍ୟରେ କେତେକ ପାଚିକା ସହାୟିକାଙ୍କର ବୟସ ୬୦ ବର୍ଷ ପୁରିଗଲାଣି ସେମାନଙ୍କୁ ଶିକ୍ଷା ବିଭାଗ ତରଫରୁ ପେନ୍ସନ୍ ଦେବାର ବ୍ୟବସ୍ଥା କରିବାକୁ ଦାବୀ କରୁଛି । ଆକ୍ରୋସ ମୂଳକ ଛଟେଇକୁ ବନ୍ଦ କରିବା ସହିତ ଛଟେଇ ହୋଇଥିବା ପାଚିକାକୁ ନିଯୁକ୍ତି ଦେବା, ଶିକ୍ଷା ବିଭାଗ ତରଫରୁ ପାଚିକା ସହାୟିକାଙ୍କୁ ପରିଚୟପତ୍ର ପ୍ରଦାନ, ପାଚିକାମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଦେବା ପ୍ରଭୃତି ବିଭିନ୍ନ ଦାବୀ ଉପରେ ଆସନ୍ତା ଅଗଷ୍ଟ ମାସ ୯ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ସମାବେଶ ହେବା ସହିତ ସରାକରଙ୍କୁ ଦାବୀପତ୍ର ପ୍ରଦାନ କରାଯିବ । ଉକ୍ତ ବୈଠକରେ ଶାନ୍ତିପ୍ରିୟା ସାହୁ, ଅଞ୍ଜଳି ବାରିକ, ସୁଷମା ଦାଶ, ସୁଭାସିନୀ