ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ୍ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ ରବିବାର ପୂର୍ବାହ୍ନରେ ଗୋବିନ୍ଦପୁର ଶିବ ମନ୍ଦିର ପ୍ରାଙ୍ଗଣରେ ସଦର ବ୍ଲକ୍ ସଭାପତି ବିଭୁ ପ୍ରସାଦ ଦେହୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଢେଙ୍କାନାଳ ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ସଦର ବ୍ଲକ୍ର ୨୧ଟି ପଂଚାୟତର ପୂର୍ବତନ ସରପଂଚ ଓ ପୂର୍ବତନ ସମିତିସଭ୍ୟ ଯୋଗଦେଇଥିଲେ । ଏହି ସଭାରେ ବିଜୁ ଜନତା ଦଳର ସଙ୍ଗଠନକୁ ତୃଣମୂଳ ସ୍ତରରେ ମଜଭୁତ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଲୋକାଭିମୁଖୀ କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରାଇ ଦଳୀୟ ସଂଗଠନକୁ ସୁଦୃଢ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ଏବଂ ଢେଙ୍କାନାଳର ମାନ୍ୟବର ବିଧାୟକ ସୁଧିର ସାମଲଙ୍କର ନେତୃତ୍ୱକୁ ସମର୍ଥନ ଦେଇ ଆଗାମୀ ଦିନରେ ଶ୍ରୀ ସାମଲଙ୍କୁ ପୁନର୍ବାର ବିଧାୟକ ଭାବେ ନିର୍ବାଚିତ କରିବା ପାଇଁ ତୃଣମୂଳ ସ୍ତରରେ କାର୍ଯ୍ୟ କରିବାକୁ ଉପସ୍ଥିତ ସମସ୍ତ ପୂର୍ବତନ ସରପଂଚ, ସମିତସଭ୍ୟ, ଯୁବ ବିଜେଡି କର୍ମୀମାନେ ଶପଥ ନେଇଥିଲେ । ଏହାଛଡା ଦଳର ସଂଗଠନ ନିମନ୍ତେ ବିଭିନ୍ନ ସମସ୍ୟା ସଂପର୍କରେ ଅନେକ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଉକ୍ତ ସଭାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତ ବର୍ଷର ଦ୍ୱିତୀୟ ଦୀର୍ଘତମ ମୁଖ୍ୟମନ୍ତ୍ରୀ ଭାବେ ନିଜକୁ ପ୍ରତିଷ୍ଠା କରିଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବିଜୁ ଜନତା ଦଳ ଯୁବ ସଭାପତି ଜେଶଷ ସାହୁ, ବିଜୁ ଜନତା ଦଳର ଗୋବିନ୍ଦପୁର ସଭାପତି ଦିଲ୍ଲୀପ କୁମାର ପଟ୍ଟନାୟକ ପରିଚାଳନା କରିଥିଲା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ଅଶୋକ ପରିଡା, ପୂର୍ବତନ ସରପଂଚ ଅଖିଳ ଲେଙ୍କାଙ୍କ ସମେତ ବହୁ ବିଜେଡି କର୍ମୀ ଯୋଗଦେଇଥିଲେ । ଲଗନ୍ ନାଏକ କାର୍ଯ୍ୟକ୍ରମ ବିବରଣୀ ସଂପର୍କରେ ସୂଚନା ଦେଇଥିଲାବେଳେ ବଳଦିଆବନ୍ଧର ପୂର୍ବତନ ସରପଂଚ ସୁଶାନ୍ତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।
Next Post