କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀଙ୍କ ସାକ୍ଷାତ କଲେ ଢେଙ୍କାନାଳ ସାଂସଦ ମହେଶ ସାହୁ !


-ଆକାଂକ୍ଷା ଜିଲ୍ଲାର ବିକାଶ ଦିଗରେ ଆଲୋଚନା-
ଢେଙ୍କାନାଳ : ୧୭ତମ ଲୋକସଭାର ଚଳିତ ଅଧିବେଶନରେ ଢେଙ୍କାନାଳ ସାଂସଦ ମହେଶ ସାହୁ ସଂସଦ ଭବନର ସଂସଦୀୟ କାର୍ଯ୍ୟାଳୟରେ ପେଟ୍ରୋଲିୟମ, ପ୍ରାକୃତିକ ବାସ୍ପ ଓ ସହର ବିକାଶ ମନ୍ତ୍ରୀ ହରଦୀପ୍ ସିଂହ ପୁରୀଙ୍କୁ ସାକ୍ଷାତ କରି ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ଢେଙ୍କାନାଳ ଜିଲ୍ଲା ଆକାଂକ୍ଷା ଜିଲ୍ଲାରେ ଅନ୍ତର୍ଭୁକ୍ତ ହୋଇଥିବାରୁ ଏହାର ଉନ୍ନତିକରଣ ବିଷୟରେ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଆକାଂକ୍ଷା ଜିଲ୍ଲାରେ ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ଢେଙ୍କାନାଳ ଜିଲ୍ଲା ଅନ୍ତର୍ଭୁକ୍ତ ହୋଇଅଛି । କିନ୍ତୁ ଆଜି ମନ୍ତ୍ରୀଙ୍କ ସମ୍ମୁଖରେ କ୍ଷୋଭ ଓ ଦୁଃଖର ସହିତ ସାଂସଦ ଶ୍ରୀ ସାହୁ ନିଜର ଆଲୋଚନାର ପ୍ରସଙ୍ଗ ଉପରେ କହିଛନ୍ତି ଯେ, ଦୀର୍ଘ ଚାରିବର୍ଷ ଧରି ଢେଙ୍କାନାଳ ଆକାଂକ୍ଷା ଜିଲ୍ଲାରେ କୌଣସି ଆଖିଦୃଶିଆ ଉନ୍ନୟନ କାର୍ଯ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇନାହିଁ । ଯଦିଓ ନୀତି ଆୟୋଗର ଅଧିକାରୀମାନେ ଦୁଇ ଦୁଇଥର ବୈଠକ କରିଛନ୍ତି, କିନ୍ତୁ ସେଭଳି ସଫଳତା ଆମକୁ ମିଳିନଥିବାର ସାଂସଦ ଶ୍ରୀ ସାହୁ ପ୍ରକାଶ କରିଛନ୍ତି । ତେଣୁ ବିଭିନ୍ନ ପବ୍ଲିକ୍ ସର୍ଭିସ୍ ୟୁନିଟ୍ ମାଧ୍ୟମରେ କେନ୍ଦ୍ର ସରକାର ଆକାଂକ୍ଷା ଜିଲ୍ଲା ପାଇଁ ସାର୍ବଜନୀନ ଉନ୍ନତି ପାଇଁ ଯେଉଁ ପ୍ରକଳ୍ପଗୁଡିକୁ ଦାୟିତ୍ୱ ନେଇଛନ୍ତି ଯଥା- ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ ଓ ଗମନାଗମନ, ଅପପୁଷ୍ଟି ଓ ଅପହଂଚ ଜିଲ୍ଲାକୁ ସଂଯୋଗ ଇତ୍ୟାଦି କାର୍ଯ୍ୟ ଗୁଡିକୁ ତ୍ୱରାନ୍ୱିତ କରନ୍ତୁ ଏବଂ ଓନ୍‌ଜିସି, ଆଇଓସିଲ୍‌, ଗେଲ୍‌, ନାଲ୍‌କୋ ଓ ଏମ୍‌ସିଏଲ୍ ଇତ୍ୟାଦି କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ସଂସ୍ଥାଗୁଡିକୁ ତୁରନ୍ତ ପରାମର୍ଶ ଦିଅନ୍ତୁ ଢେଙ୍କାନାଳ ଆକାଂକ୍ଷା ଜିଲ୍ଲାକୁ ଅନ୍ତର୍ଭୁକ୍ତ କରି ପାରିପାର୍ଶ୍ବିକ ଉନ୍ନତିମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରି ଜିଲ୍ଲାର ଉନ୍ନତି ଉପରେ ଅଗ୍ରସର ହୁଅନ୍ତୁ । ଏହି ଆଲୋଚନା ସକାରତ୍ମକ ଥିଲା ଓ ମନ୍ତ୍ରୀ ସମସ୍ତ କାର୍ଯ୍ୟକୁ ଧ୍ୟାନ ଦେବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ଓ ଢେଙ୍କାନାଳ ସଂସଦୀୟକ୍ଷତ୍ରରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ଗୁଡିକର ପାରିପାଶ୍ୱର୍ିକ ଉନ୍ନତି ପାଇଁ ଶିକ୍ଷାମନ୍ତ୍ରୀଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୦ କୋଟି ଟଙ୍କା ପ୍ରଦାନ କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ପୁରୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

nineteen − 9 =