ଢ଼େଙ୍କାନାଳ : ଜମିଜମା ଓ ଦୋକାନ ଘର ଭାଗ ବଣ୍ଟା କୁ ନେଇ ଦୁଇ ଭାଇ ଝଗଡା ହୋଇଥିଲା। ପୁତୁରା ର ମରଣାନ୍ତକ ଆକ୍ରମଣ ରେ ବଡ଼ ମା’ ବିଜୁଳି (୫୦)ଓ ଭାଇ ମାନସ (୨୪) ଗୁରୁତର ଭାବେ ଆହତ ହୋଇ ପ୍ରଥମେ ଭୁବନ ପରେ କଟକ ସ୍ଥାନାନ୍ତର ହୋଇଛନ୍ତି | ଭୁବନ ଏନଏସି ଅନ୍ତର୍ଗତ ଗଣେଷ ବଜାର ର ବିଦ୍ୟାଧର ସାହୁ ଙ୍କ ବ୍ରଜବନ୍ଧୁ ସାହୁ ଓ ରମେଶ ସାହୁ ଦୁଇ ପୁଅ ଅଟନ୍ତି | ଦୁଇ ଭାଇ ଙ୍କ ମଧ୍ୟରେ ଦୋକାନ ଘରକୁ ନେଇ ଝଗଡ଼ ହେଉଥିଲା | ତେବେ ରମେଶ ଙ୍କ ପୁଅ ହାପି ଏକ ଧାରୁଆ କଟୁରୀ ରେ ହାଣିଥିବାର ଅଭିଯୋଗ ହୋଇଛି | ମରଣାନ୍ତକ ଆକ୍ରମଣ ପରେ ଘର ଛାଡି ପଳାଇଯାଉଥିବା ବେଳେ ବାଇପାସ ନିକଟରେ ବାପା ରମେଶ ପୁଅ ହାପି ଓ ମା ଙ୍କୁ ସାହି ବାସିନ୍ଦା ଅଟକ ରଖି ଥାନା ର ଜିମା ଦେଇଥିବା ଜଣାପଡିଛି |