ଦିଲ୍ଲୀର ଅଗ୍ରଣୀ ସଂଗଠନ ପଲ୍ଲୀବାଣୀ ମିଶନ ଦ୍ୱାରା ସ୍ଥାନୀୟ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ ଆୟୋଜିତ ପଞ୍ଚମ ଓଡ଼ିଶା
ସାମ୍ବାଦିକତା ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଥିଲେ ଓଡ଼ିଶାର ସ୍ଥିତି ଦେଖିଲେ ତାହା ଚିନ୍ତାଜନକ ଲାଗୁଛି। ଏବେ ଓଡ଼ିଆର ଓଡ଼ିଆତ୍ବ ଧୂମିଳ ହେଉଥିବା କହିଛନ୍ତି । ଏହି ଅବସରରେ କଳିଙ୍ଗ ଟିଭି ସମ୍ପାଦକ ସୌମ୍ୟଜୀତ ପଟ୍ଟନାୟକ, ଅର୍ଗସ ନ୍ୟୁଜ୍ କାର୍ଯ୍ୟନିର୍ବାହୀ ସମ୍ପାଦକ ଦୁର୍ଗାଶିଷ, ସମ୍ବାଦ ଡିଜିଏମ୍ ନ୍ୟୁଜ୍ ଭବାନୀ ଶଙ୍କର ତ୍ରିପାଠୀ, ଓଟିଭିର ପଶ୍ଚିମ ଓଡ଼ିଶା ବ୍ୟୁରୋ ମୁଖ୍ୟ ମନୋରଞ୍ଜନ ଯୋଶୀ ଏବଂ ପ୍ରମେୟର ମୁଖ୍ୟ ସମାଚାର ସଂଯୋଜକ ସୁଦୀପ କୁମାର ରାଉତଙ୍କୁ ଚଳିତ ବର୍ଷର ‘ଓଡ଼ିଶା ସାମ୍ବାଦିକତା ’ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହିକ୍ରମରେ ଚଳିତ ବର୍ଷଠାରୁ ପ୍ରଦାନ କରାଯାଉଥିବା ପ୍ରତିଭା ପଟ୍ଟନାୟକ ଉତ୍କର୍ଷ ସାମ୍ବାଦିକତା ପୁରସ୍କାର ସାରଦା ଲାହାଙ୍ଗୀରଙ୍କୁପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ କେନ୍ଦ୍ର କ୍ରୀଡା, ଯୁବ ବ୍ୟାପାର ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର, ପାତଞ୍ଜଳି ଆର୍ୟୁବେଦର ଅଧ୍ୟକ୍ଷ ଆଚାର୍ଯ୍ୟ ବାଲକ୍ରିଷ୍ଣ ଯୋଗଦେଇ, ସମାଜ
ଗଠନରେ ସାମ୍ବାଦିକ ମାନଙ୍କର ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଥିବା କହିଥିଲେ। ସମାରୋହରେ ନ୍ୟୁଜ ଏକ୍ସର କାର୍ଯ୍ୟନିର୍ବାହୀ ସମ୍ପାଦିକା ଏବଂଲେଖିକା ପ୍ରିୟା ସେହଗଲ କାର୍ଯ୍ୟକ୍ରମ ର ସଂଚାଳନା
କରିଥିଲେ। ପଲ୍ଲୀବାଣୀ ମିଶନ ଅଧ୍ୟକ୍ଷ ରାମଚନ୍ଦ୍ର ନାଥ ସ୍ୱାଗତ ଭାଷଣ ଦେଇଥିବାବେଳେପଲ୍ଲୀବାଣୀ ପତ୍ରିକା ସମ୍ପାଦକୀୟ ପରାମର୍ଶଦାତା କୁଳମଣୀ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।