ଜିଲ୍ଲାପାଳଙ୍କ ରାତିରେ  ଅଚାନକ କପିଳାସ ପୀଠ ପରିଦର୍ଶନ !

ଢ଼େଙ୍କାନାଳ: ଜିଲ୍ଲାପାଳ ସରୋଜ କୁମାର ସେଠୀ ଲଘୁଚାପଜନିତ ଲଗାଣ ବର୍ଷା ସମୟରେ କପିଳାସରେ  ନୀତିକାନ୍ତି  କିଭଳିଚାଲିଛି, ତାହାର ତନଖି କରିବା  ଲାଗି   ରାତିରେ  ଅଚାନକ ପୀଠ ପରିଦର୍ଶନ  କରିଛନ୍ତି । ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ ମନ୍ଦିର ଦୁର୍ବଳ ହେବାରେ ଲାଗିଛି। ଲଗାଣ ବର୍ଷାରେ ପାଣିଗଳି ମହାଦେବଙ୍କ ଗର୍ଭଗୃହ ଭାସୁଛି। ବହୁ କୋଟି ଭୂ- ସମ୍ପତ୍ତିର ଅଧିକାରୀ  ଠାକରଙ୍କୁ ପ୍ରାଚୀନ ଦେଉଳର ରକ୍ଷଣାବେକ୍ଷଣ ଦିଗରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ ‌ )ର ଅଣଦେଖାକୁ ନେଇ ଅସନ୍ତୋଷ ତୀବ୍ର ହେଉଥିବାବେଳେ  ଏଭଳି ଅବ୍ୟବସ୍ଥାକୁ ସ୍ୱଚକ୍ଷରେୁ ଦେଖି ଦୁଃଖ ପ୍ରକାଶ କରିଛନ୍ତି ଜିଲ୍ଲାପାଳ ସରୋଜ କୁମାର ସେଠୀ। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭାବାବେଗସହ ଜଡ଼ିତଏହି ଶୈବପୀଠର  ସମସ୍ୟା ସମ୍ପର୍କରେ ଏଏସଆଇ କୁ ଚିଠି ଲେଖି ଅବଗତ କରାଯିବ। ଯଦି ଏଏସଆଇ ‌ ଅକ୍ଷମତା ପ୍ରକାଶ କରେ,  ତେବେ ଜିଲ୍ଲା ପ୍ରଶାସନକୁ ମରାମତି କରିବାକୁ ଅନୁମତି ଦେବା ଲାଗି ନିବେଦନ କରାଯିବ ବୋଲି ଜିଲାପାଳ କହିଛନ୍ତି । ଲଘୁଚାପଜନିତ ଲଗାଣ ବର୍ଷା ସମୟରେ କପିଳାସରେ  ନୀତିକାନ୍ତି  କିଭଳିଚାଲିଛି, ତାହାର ତନଖି କରିବା  ଲାଗି ଜିଲ୍ଲାପାଳ  ରାତିରେ  ଅଚାନକ ପୀଠ ପରିଦର୍ଶନ  କରିଥିଲେ। ଏହିସମୟରେ ମୁଖ୍ୟ ମନ୍ଦିରର ଗର୍ଭଗୃହ ଏବଂ ମା’ ପାର୍ବତୀଙ୍କ ମନ୍ଦିରରେ  ପାଣିଗଳୁଥିବା ସେ ଦେଖିଥିଲେ। ଏ ସମ୍ପର୍କରେ ପୂଜକ, ସେବାୟତମାନଙ୍କ ସହ ଆଲୋଚନା କରିବା ସହିତ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ। ଠାକରଙ୍କୁ ନୀତିକାନ୍ତି ନିର୍ଧାରିତ ସମୟ ଅନୁଯାୟୀ  ହେଉଛି କି ନାହିଁ ତାହା ପଚାରି ବୁଝିଥିଲେ। କପିଳାସ ପୀଠକୁ ‘ ୫-ଟି’  ଅନୁକ୍ରମେ ରେ  ଅନ୍ତଭୁର୍କ୍ତକରି ଉନ୍ନତୀକରଣ କରିବା ଲାଗିଯୋଜନା କରାଯାଇଛି। ତେଣୁମୁଖ୍ୟ ସମସ୍ୟାଗୁଡ଼ିକ ସମ୍ପର୍କରେ  ଜିଲ୍ଲାପାଳ ଅବଗତ ହୋଇଥିଲେ।  ଶ୍ରାବଣ ଜଳଲାଗି ପାଇଁ ପୀଠକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ହାତୀଙ୍କଠାରୁ ସୁରକ୍ଷା ଦେବା ଏବଂ କପିଳାସ ରେଞ୍ଜରେ ହାତୀ ଉପଦ୍ରବ ରୋକିବା ନିମନ୍ତେ ପଦକ୍ଷେପ ନେବା ଲାଗି ରେଞ୍ଜରଙ୍କ ସହ ଆଲୋଚନା କରିଥିଲେ । 

Leave A Reply

Your email address will not be published.

five × 1 =