ଭୁବନ ଭୂଷଳ ତଳ ସାହି ରାସ୍ତା ଶୋଚନୀୟ !

ଢ଼େଙ୍କାନାଳ : ଭୁବନ ଭୂଷଳ ଗ୍ରାମର ଅବସ୍ଥା ସୋଚନୀୟ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସାଧାରଣ ଲୋକଙ୍କୁ ସଠିକ ସଡ଼କ ଯୋଗାଇବାକୁ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ କରୁଥିବା ବେଳେ ପଞ୍ଚାୟତ ସ୍ତରୀୟ ଜନ ପ୍ରତିନିଧି ଙ୍କ ଅପାରଗତା ଯୋଗୁ ଏହି ରାସ୍ତାଟି ଦୀର୍ଘ ବର୍ଷ ହେଲା ଖାଲ ଖାମ ହୋଇ ପଡ଼ିରହିଛି । ଏହି ରାସ୍ତା ଟି ଭୂଷଳ ପଂଚାୟତ ଦ୍ୱାରା ନିର୍ମିତ ଝରଣେଶ୍ୱର ଗ୍ରାମୀଣ ଉଦ୍ୟାନ କୁ ମୁଖ୍ୟ ରାସ୍ତା ଅଟେ । ଏହି ରାସ୍ତା ରେ ବର୍ଷା ଜଳ ଅଧିକ ମାତ୍ର ରେ ପ୍ରବାହିତ ହେଇଥାଏ । ବର୍ଷା ଜଳ ନିଷ୍କାସନ ପାଇଁ ସରକାରଙ୍କ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ପ୍ରଧାନମନ୍ତ୍ରୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ଅସ୍ଥାୟୀ ନାଳ ତିଆରି କରାଯାଇଛି ।କିନ୍ତୁ ଏହି ନାଳ ବର୍ଷେ ନପୂରୁଣୁ ପୋତା ପଡିଯାଇଛି ।ଫଳରେ ପୂର୍ବବତ ବର୍ଷା ପାଣି ରାସ୍ତା ରେ ଯାଇ ଘାଇ ସୃଷ୍ଟି କରୁଛି ।ଗ୍ରାମୀଣ ପାର୍କ କୁ ଯାତାୟତ ରେ ବାଧା ସୃଷ୍ଟି ହେଉଛି ।ଏନେଇ ଭୂଷଳ ଗ୍ରାମବାସୀ ବାରମ୍ବାର ପ୍ରଶାସନିକ ଅଧିକାରୀ ଙ୍କୁ ଦାବି ଆପତ୍ତି ଅଭିଯୋଗ କଲେ ବି କୌଣସି ସୁଫଳ ମିଳୁନାହିଁ ।ବିଶେଷ କରି ବର୍ଷା ଋତୁ ରେ ଲୋକଙ୍କ ଦୁର୍ଦଷା ୨ ଗୁଣିତ ହେଉଛି ।

Leave A Reply

Your email address will not be published.

seven + 19 =