ସ୍ୱାଧୀନତା ୭୬ ବର୍ଷ ପରେ ବି ମୌଳିକ ଅଧିକାରୁ ବଞ୍ଚିତ: କୁନି କୁନି ଛାତ୍ରଛାତ୍ରୀ ଙ୍କ ଦୁଃଖ ବୁଝିବ କିଏ ?

ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ବାରିହାପୁର ଗ୍ରାମ ପଞ୍ଚାୟତ ର ଚକ୍ରଧରପୁର ଓ ଜଗନ୍ନାଥପୁର ଏହି ଦୁଇ ଗୋଟି ଗ୍ରାମ ପରଜଙ୍ଗ ବ୍ଲକ ଅଫିସ କାର୍ଯ୍ୟାଳୟ ଠାରୁ ମାତ୍ର ୫ କିଲୋମିଟର ଦେଶ ସ୍ୱାଧୀନତା ହେବାର ୭୬ ବର୍ଷ ବିତିଯାଇଥିଲେ ମଧ୍ୟ ଏଠିକାର ଗ୍ରାମବାସୀ ମାନେ ମୌଳିକ ଅଧିକାର ରୁ ବଞ୍ଚିତ । ସ୍ଵାଧୀନତା ପାଇଥିଲା ପରି ମନେ ହୁଏ ନାହିଁ । ନା ରହିଛି ଗମନାଗମନ ର ସୁବିଧା, ନା ରହିଛି ବସୁଧା ବିଶୁଦ୍ଧ ପାନୀୟ ଜଳର ସୁବିଧା, ନା ରହିଛି ଶିକ୍ଷା। ଏଠି ସରକାର ଙ୍କର ଯୋଜନା ପହଁଚିବା ସାତସପନ ହୋଇ ଯାଇ ଅଛି । ଏହି ଦୁଇ ଗୋଟି ଗ୍ରାମ ହାତୀ ଉପଦ୍ରବ ଅଞ୍ଚଳ ଘଞ୍ଚ ଜଙ୍ଗଲ ଘେରା ୪ କିଲୋମିଟର ମାଟି ରାସ୍ତାରେ କୁନି କୁନି ଛାତ୍ରଛାତ୍ରୀ ମାନେ ପ୍ରତିଦିନ ବାରିହାପୁର ଉପ୍ରା ବିଦ୍ୟାଳୟ କୁ ପାଠ ପଢିବା ପାଇଁ ଆସୁ ଅଛନ୍ତି ।ବର୍ଷାଦିନେ ମାଟି ରାସ୍ତା ଦ୍ୱାରା ଟିକିଏ ବର୍ଷା ହେଲେ ଆଣ୍ଠୁଏ ଆଣ୍ଠୁଏ କାଦୁଅ ରେ ପଡି ଉଠି ସ୍କୁଲ ଆସିବା ପାଇଁ ପଡିଥାଏ। ସରକାର ଙ୍କର ବସୁଧା ଯୋଜନା ଥିଲେ ମଧ୍ୟ ଏଠି ବସୁଧା ଯୋଜନା ର ବିଶୁଦ୍ଧ ପାନୀୟ ଜଳ ଲୋକ ମାନଙ୍କ ପାଖକୁ ଘର କୁ ଘର ପହଁଚି ପାରି ନାହିଁ। ଯାହା ଫଳରେ ନଳକୂପ ର ଆଇରନ ଯୁକ୍ତ ପାଣି ପିଇ ଲୋକମାନେ ଅଜଣା ରୋଗରେ ଆକ୍ରାନ୍ତ ହେଉ ଅଛନ୍ତି, ପରଜଙ୍ଗ ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ୫ କିଲୋମିଟର ଏହି ଦୁଇ ଗୋଟି ଗ୍ରାମରେ ଆଦିମ ଅମଳ ର ମାଟି ରାସ୍ତା ରେ ଲୋକମାନେ ଯାତାୟାତ କରୁ ଅଛନ୍ତି ହାତୀ ଉପଦ୍ରବ ଅଞ୍ଚଳ ହେତୁ ହାତୀ ଆକ୍ରମଣରେ ଲୋକ ମାନଙ୍କର ଅକାରଣ ରେ ମଧ୍ୟ ଧନ ଜୀବନ ଚାଲି ଯାଉ ଅଛି। ସାଧାରଣ ରେ ଚର୍ଚ୍ଚା ହୁଏ ଅଞ୍ଚଳର ନିର୍ବାଚିତ ଜନ ପ୍ରତିନିଧି ଓ ସ୍ଥାନୀୟ ବ୍ଲକ ପ୍ରଶାସନ ର ଅପାରଗତା ପାଇଁ ଦୁଇ ଗୋଟି ଗ୍ରାମ କୁ ଆଜି ପର୍ଯ୍ୟନ୍ତ ରାସ୍ତା ଟିଏ ହୋଇ ପାରିଲା ନାହିଁ । ସ୍କୁଲ ଟିଏ ଥିଲେ ମଧ୍ୟ ତାହା ସରକାର ବନ୍ଦ କରି ଦେଇ ଅଛନ୍ତି, ଏଣୁ ତୁରନ୍ତ ଏହି ଦୁଇ ଗୋଟି ଗ୍ରାମକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନା କିମ୍ବା ପୂର୍ତ ବିଭାଗ ରଯୋଜନା ରେ ଅନ୍ତର୍ଭୁକ୍ତ କରି ପକା କିମ୍ବା ପିଚୁ ରାସ୍ତା ନିର୍ମାଣ, ବସୁଧା ଯୋଜନା ରେ ପାଣି ଟାଙ୍କି ନିର୍ମାଣ କରି ପାଇପ ଲାଇନ ଯୋଗେ ଲୋକଙ୍କ ପାଖକୁ ବିଶୁଦ୍ଧ ପାନୀୟ ଜଳ, ବନ୍ଦ ଥିବା ସ୍କୁଲ ଟି ପୁନ ଉଦ୍ଧାର କରି ସ୍କୁଲ ଟି କୁନି କୁନି ଛାତ୍ରଛାତ୍ରୀ ଙ୍କ ନିମନ୍ତେ ଖୋଲା ଯିବା ପାଇଁ ଢେଙ୍କାନାଳ ଜିଲ୍ଲା ଓ ପରଜଙ୍ଗ ବ୍ଲକ ପ୍ରଶାସନ ନିକଟରେ ବୁଦ୍ଧିଜୀବୀଙ୍କ ପକ୍ଷରୁ ନିବେଦନ କରାଯାଇଛି ।

Leave A Reply

Your email address will not be published.

12 − 9 =