ଏବେ କିଛି ଦିନ ଧରି ଦିନକୁ ଅତି କମ୍ ରେ ୧୦୦ ଉପରେ ଫୋନ ଆସୁଛି ମୋ ପାଖକୁ । ସମସ୍ତଙ୍କର ସେଇ ଗୋଟିଏ କଥା ଆପଣ ନିଶ୍ଚିତ ଭାବରେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରତିଦ୍ୱନ୍ଦିତା କରନ୍ତୁ ।
ତା ସାଙ୍ଗରେ ବି ଆଉ ଗୋଟିଏ କଥା କହୁଛନ୍ତି !
ଯେ ଆପଣ ବିଜେପି ହେଉ କି ବିଜେଡ଼ି ହେଉ ଯେ କୌଣସି ଦଳ ରୁ ଟିକେଟ ଟିଏ ଆଣି ଆସନ୍ତୁ । କିନ୍ତୁ ମୋର ଗୋଟିଏ ଉତ୍ତର ଯଦି ମୋର ପ୍ରତିଦ୍ବନ୍ଦିତା କରିବା ତୁମେ ମାନେ କହୁଛ ତେବେ ଟିକେଟ ମୁଁ କେଉଁଠୁ ଆଣିବି?
ଗାଁ ଗହଳ ର ସାଧାରଣ ଲୋକଟିଏ କଣ ଜାଣେ ଟିକେଟ ମିଳିବାର ଗହନ କଥାଟି ?
ଗତ ୨୦୧୯ ନିର୍ବାଚନ ରେ ମୋର ସମସ୍ତ ଶୁଭେଚ୍ଛୁ ଓ ସହଯୋଗୀ ବି ଠିକ୍ ସେହି କଥା କହିଥଲେ ଯେ ଆପଣ ଯେ କୌଣସି ଦଳ ରୁ ଟିକେଟ ପାଇଁ ଚେଷ୍ଟା କରନ୍ତୁ ।
ସେତେବେଳେ ମୋର ବିଜେପି ଓ ବିଜେପି ଦଳ ରେ ଟିକେଟ ନଥିଲା କି ଢେ଼ଙ୍କାନାଳ ପାଇଁ କଂଗ୍ରେସ ଦଳ ର ଭଲ ପ୍ରାର୍ଥୀ ନଥିଲେ !
ମୁଁ ସେହି ମାନଙ୍କ କଥା ଅନୁସାରେ କଂଗ୍ରେସ ଦଳ ରେ ଯୋଗ ଦେଲି । ଯେହେତୁ ସେହି ଦଳ ଟି ଭାରତ ବର୍ଷ ର ସର୍ବ ପୁରାତନ ଦଳ ବୋଲି ମୁଁ ଭାବିଲି କଂଗ୍ରେସ ଟିକେଟ ରେ ଲଢ଼ିବା ଠିକ୍ ହେବ ବୋଲି ଚିନ୍ତା କଲି ।
ସେତେବେଳେ କିନ୍ତୁ କଂଗ୍ରେସ ଦଳ ର ରାଜ୍ୟ ନେତୃତ୍ଵ ନିର୍ବାଚନ ଆରମ୍ଭ ପୂର୍ବରୁ ହାରିବା ପାଇଁ ମାନସିକ ପ୍ରସ୍ତୁତି ନେଇ ସାରିଥିଲା ।
ମୋର ପ୍ରାର୍ଥୀ ପତ୍ର ଦାଖଲ ଦିନ ପ୍ରାୟ ୨୦ହଜାର ରୁ ଅଧିକ ଜନ ସମାଗମ ବି ହୋଇଥିଲା ।
କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଦେଖାଗଲା ଯେ କଂଗ୍ରେସ ର ଢେ଼ଙ୍କାନାଳ ରେ ଥିବା ନେତା ଓ କର୍ମୀ ମୋତେ ସହଯୋଗ କରିବା ପରିବର୍ତ୍ତେ ( କେତେ ଜଣ ଙ୍କୁ ଛାଡି )ମୋର ବିପକ୍ଷ ପ୍ରାର୍ଥୀ (କଂଗ୍ରେସ ଦଳ ର ପୂର୍ବତନ ଜିଲ୍ଲା ସଭାପତି ଯିଏ କି ବିଜେଡ଼ି ର ପ୍ରାର୍ଥୀ ଥିଲେ ) ଙ୍କୁ ସମର୍ଥନ କଲେ । ମୋର ଶୁଭେଚ୍ଛୁ ଓ ସହଯୋଗୀ ଙ୍କୁ ନେଇ ମୁଁ ବିନା ଅର୍ଥରେ ନିର୍ବାଚନ ଲଢ଼ିଲି।
ଯଦିଓ ମୋର ପୁରୁଣା କର୍ମୀ ମାନେ ମୋତେ ସହଯୋଗ କରିଥଲେ ଓ ମୋତେ ପ୍ରାୟ ୨୫୦୦୦ ଭୋଟ ମିଳିଲା ଓ ମୁଁ ତୃତୀୟ ସ୍ଥାନରେ ରହିଲି ।
ମୁଁ ଧନ୍ୟବାଦ୍ ଦେବି କଂଗ୍ରେସ ର ଦିଲ୍ଲୀ ନେତୃତ୍ଵ ଯିଏ କି ମୋ ଉପରେ ଭରସା କରି ଶେଷ ମୁହୂର୍ତ୍ତରେ ମୋତେ ଟିକେଟ ଦେଇଥିଲା ।
କିନ୍ତୁ ଢେ଼ଙ୍କାନାଳ ରେ ଯେଭଳି ଭାବରେ ଅର୍ଥ ଦୁଇ ଦଳ ବିଜେପି ଓ ବିଜେଡ଼ି ତରଫରୁ ଖର୍ଚ୍ଚ କରାଗଲା ମୁଁ ସେ ପ୍ରତିଦ୍ବନ୍ଦିତା ରେ ଲଢେଇ କରି ପାରିଲିନାହିଁ ।
ମୋର ଏଠି କହିବା କଥା ରାଜନୀତି ମୋର ପେଶା ନୁହେଁ କି ରାଜନୀତି କୁ ବ୍ୟବହାର କରି ମୋର କୌଣସି ବ୍ୟବସାୟିକ ସାମ୍ରାଜ୍ୟ ବଢେଇବା ର ନାହିଁ ।ମୁଁ ଗୋଟିଏ ଚାଷୀ ଘର ର ବ୍ୟକ୍ତି । ଚାଷ ମୋର ଜୀବିକା । ସେଇଥିରୁ ଯାହା କିଛି ହୁଏ ଗୁଜୁରାଣ ମେଣ୍ଟି ଯାଏ।
ରାଜନୀତି ଗୋଟିଏ ମୋର ନିଶା ।
ଯଦି ଲୋକ ସେବା କରିବା ପାଇଁ ପ୍ରଚୁର କଳା ଟଙ୍କା ଦରକାର ହୁଏ ସେ ଟଙ୍କା ମୁଁ କେଉଁଠୁ ଆଣିବି ? ମୁଁ ଜଣେ ନିମ୍ନ ମଧ୍ୟବିତ୍ତ ଚାଷୀ ପରିବାର ର ବ୍ୟକ୍ତି ।
କୋଟି ରେ କେତେ ସୁନ ପଚାରିଲେ ମୁଁ କହି ପାରିବି ନାହିଁ ।
ମୁଁ ଭୋଟ ଲଢେଇ ରେ ଲଢେଇ କରିବାକୁ ପ୍ରସ୍ତୁତ କିନ୍ତୁ ଟଙ୍କା ଲଢେଇ ମୋ ପକ୍ଷରେ ସମ୍ଭବ ନୁହେଁ ।
ମୋର ୯ ବର୍ଷ ର ବିଧାୟକ ତ୍ବ ସମୟରେ ମୁଁ ୯ ଡେସିମିଲି ଜାଗା କିଣି ପା ରି ନି ।
ଏଇ ଢେ଼ଙ୍କାନାଳ ରେ ଲୋକ ୪ବର୍ଷ ବିଧାୟକ ହୋଇ ୪୦୦ଏକର ଜାଗା କିଣି ଛନ୍ତି ।
ଆଉ କିଛି ଲୋକ ୫୦କୋଟି ରୁ ୫ ହଜାର କୋଟି ର ମାଲିକ ହୋଇ ପାରିଛନ୍ତି । ମୁଁ ସେହି ଦୌଡ଼ ରେ ନାହିଁ ।
ବାକି ରହିଲା ବିଜେପି ଓ ବିଜେଡି ଦଳ ର ଟିକେଟ କଥା !
ବିଜେପି ଦଳ ତ ଦୀର୍ଘ ୩୦ ବର୍ଷ ଧରି ଢେ଼ଙ୍କାନାଳ ର ଗୋଟିଏ ପରିବାର ପାଖରେ ବନ୍ଧା ପଡ଼ି ଯାଇଛି । ୨୦ବର୍ଷ ଧରି ପରାଜୟ ବରଣ କଲେବି ଟିକେଟ ଗୋଟିଏ ପରିବାର ଭିତରେ ରହିବ ଏହା ଯେ କୌଣସି ବ୍ୟକ୍ତି ନି ସଂଦେହ ରେ କହିପାରିବ ।
ବାକି ରହିଲା ବି ଜେ ଡି କଥା ।
ଆମେ ୧୯୯୭ମସିହାରେ ଯେଉଁ ବି ଜେ ଡି ଦଳ ତିଆରି କରିଥିଲୁ ସେ ବିଜେଡ଼ି ଦଳ ଆଜି ଆଉ ନାହିଁ ।
ଯେଉଁ ଦୁର୍ନୀତି ଗ୍ରସ୍ତ କଂଗ୍ରେସ ଲୋକ ଙ୍କୁ ବି ଜେ ଡି ସଙ୍ଗଠନ ଜରିଆରେ ଆମେ ବିଦାୟ କରିଥିଲୁ ସେହି ଲୋକ ମାନେ ଏବେ ବିଜେଡ଼ି କୁ କବଜା କରି ନେଇଛନ୍ତି ।
ତା ମଧ୍ୟରୁ ଢେ଼ଙ୍କାନାଳ ଅନ୍ୟତମ । ଯେଉଁ ମାନେ ଦଳ କୁ କୋଟି କୋଟି ଟଙ୍କା ଚାନ୍ଦା ଦେଇ ପାରିବେ ସେମାନେ ଏବେ ବି ଜେ ଡି ର ମୁଣ୍ଡିଆଳ ସାଜିଛନ୍ତି ।
ଏଭଳି ସ୍ଥିତି ରେ ମୁଁ ବିଜେଡ଼ି ଟିକେଟ ଆଶା କରିବି କିପରି ?
ଇଏ ଖାଲି ଢେ଼ଙ୍କାନାଳ କଥା ନୁହେଁ ସାରା ଓଡ଼ିଶା ରେ ଏଭଳି ଅବସ୍ଥା ଦେଖା ଦେଇଛି । ବିଜେଡ଼ି ଦଳ ଏବେ ପୁଞ୍ଜିପତି ଓ ବ୍ୟବସାୟୀ ଙ୍କ ଆଶ୍ରୟ ସ୍ଥଳ ହୋଇ ଯାଇଛି ।
ତେଣୁ ମୁଁ ଗୋଟିଏ କଥା ସ୍ପଷ୍ଟ କରିଦେବାକୁ ଚାହେଁ ଜେ ମୁଁ ବିଜେପି କି ବିଜେଡ଼ି ଦଳ ର ଟିକେଟ ଦୌଡ଼ ରେନାହିଁ ।
ଯଦି କୌଣସି ଦଳ ତରଫରୁ ସମ୍ମାନ ଜନକ ପ୍ରସ୍ତାବ ଆସେ ତେବେ ମୋର ଶୁଭେଚ୍ଛୁ ଓ ସହଯୋଗୀ ମାନଙ୍କ ପରାମର୍ଶ ରେ ଯାହା ନିଷ୍ପତି ନେବା କଥା ନେବି ।
ଢେ଼ଙ୍କାନାଳ ର ଆଜି ବି ବହୁ ସମସ୍ୟା ଅଛି ।
ସେ କୃଷି ର କଥା ହେଉ କି ଶିଳ୍ପ ର କଥା ହେଉ କି ବେ ରୋଜଗାରୀ ର କଥା ହେଉ କି ସ୍ବାସ୍ଥ୍ୟ ସେବା ଓ ଶିକ୍ଷାର କଥା ହେଉ ।
ମୋର ଢେ଼ଙ୍କାନାଳ ର ଜନ ସାଧାରଣ ଙ୍କ ସ୍ୱାର୍ଥ୍ୟ ପାଇଁ କାମ କରିବାର ଆଗ୍ରହ ଅଛି ଯଦି ଢେ଼ଙ୍କାନାଳ ର ଜନ ସାଧାରଣ ମୋତେ ବିନା ଅର୍ଥ ରେ ଲଢି ବାର ସୁଯୋଗ ଆଉ ଥରେ ଦିଅନ୍ତି ।
(ଏହି ଆଲେଖ୍ୟ ଟି ମୋର ବନ୍ଧୁ , ଶୁଭେଛୁ ଓ ସହଯୋଗୀ ଙ୍କ ପାଇଁ ଉଦ୍ଦିଷ୍ଟ)