ମୁଣ୍ଡ ବିହୀନ ମହିଳା ଙ୍କ ଗଳିତ ଶବ ଉଦ୍ଧାର : ରେପ୍ ଆଣ୍ଡ ମର୍ଡର ନେଇ ଚର୍ଚ୍ଚା !

ଢ଼େଙ୍କାନାଳ: ଭୁବନ ଥାନା ଅନ୍ତର୍ଗତ ଅନନ୍ତପୁର – ମହୁଲପାଳ ପୂର୍ତ୍ତ ବିଭାଗ ରାସ୍ତାର ବାଲିବୋ ବାଇପାସ ନିକଟସ୍ଥ ନାଳ ପାଖରୁ ଜନୈକ ମହିଳା ଙ୍କ ମୁଣ୍ଡ ବିହୀନ ଗଳିତ ଶବ ଉଦ୍ଧାର କରାଯାଇଛି । ଗତକାଲି ସନ୍ଧ୍ୟା ୭ ଘଟିକା ସମୟ ରେ ବାଲିବୋ ନାଳ ନିକଟରେ ପ୍ରବଳ ଦୁର୍ଗନ୍ଧ ହେଉଥିବା ସମ୍ପର୍କରେ ସ୍ଥାନୀୟ ଲୋକ ଭୁବନ ଥାନା କୁ ଖବର ଦେଇଥିଲେ । ଥାନାଧିକାରୀ ସୌଭାଗ୍ୟ କୁମାର ସ୍ବାଇଁ ସଦଳ ବଳେ ଘଟଣା ସ୍ଥଳରେ ପହଞ୍ଚି ଛିଟ ଶାଢ଼ୀ ପିନ୍ଧିଥିବା ମୁଣ୍ଡ ବିହୀନ ମହିଳା ଙ୍କ ଶବ ପଡ଼ିଥିବା ଦେଖି ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଙ୍କୁ ଅବଗତ କରାଇଥିଲେ । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ନିର୍ଦ୍ଦେଶ କ୍ରମେ ଆଜି ସକାଳେ ସାଇଣ୍ଟିଫିକ ଟିମ୍ ସନ୍ଧନୀ କୁକୁର ନେଇ ପହଞ୍ଚିଥିଲେ । ଭୁବନ ପୋଲିସ ସହାୟତାରେ ଶବ ଉଦ୍ଧାର କରାଯାଇ ଏଫ୍ ଏମ ଟି ଓ ଶବ ବ୍ୟବଚ୍ଛେଦ ନିମନ୍ତେ କଟକ ପଠାଇଥିଲେ । ମୃତ ମହିଳା ଙ୍କ ଶବ ଠାରୁ କିଛି ଦୂରରେ ଖପୁରୀ, ହାତ ହାଡ ମଙ୍ଗଳ ସୂତ୍ର, ଆଟାଚ,ଜୋତା,ଶଙ୍ଖା ଓ ଏକ ଖାଲି କେନ୍ ବିଅର୍ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଥିଲା । ପୋଲିସ ଏ ସବୁ ଜବତ କରି ତଦନ୍ତ ଚଳାଇଛି । ବର୍ତମାନ ସୁଦ୍ଧା ମୃତ ମହିଳା ଙ୍କ ର କୌଣସି ପରିଚୟ ମିଳିନାହିଁ ।ଆଉ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ହେଉଛି ମହିଳା ଙ୍କ ସ୍ତନ କୁ ଧାରୁଆ ଅସ୍ତ୍ରରେ କାଟି ଦିଆଯାଇଛି। ଏହା ଏକ ରେପ୍ ଆଣ୍ଡ ମର୍ଡର ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି । ସଂପୃକ୍ତ ମହିଳା ଜଣକ ବିବାହିତା,ତାଙ୍କର ଆନୁମାନିକ ବୟସ ୪୦ ହେବ । ତେବେ କେଉଁ ଅଞ୍ଚଳର ମହିଳା ଏବଂ ଏଠାକୁ କେମିତି ଆସିଲେ କିଏ ତାଙ୍କୁ ମାରିଲା ସେ ସମ୍ପର୍କରେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତଦନ୍ତ ହେଲେ ସବୁ ଜଣା ପଡ଼ିବ,ଆସାମୀ ନିଶ୍ଚିତ ଭାବେ ଧରାପଡ଼ିବେ ବୋଲି ଥାନାଧିକାରୀ ସୌଭାଗ୍ୟ କୁମାର ସ୍ବାଇଁ କହିଛନ୍ତି ।

Leave A Reply

Your email address will not be published.

twelve + 16 =