ଗାଡିରେ ପ୍ରେସ ଷ୍ଟିକର ଲଗାଇ ଅବକାରୀ ମାଲ୍ ବିକ୍ରି ଚାଳିଛି !

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରେ ଦିନକୁ ଦିନ ଚୋରା ଅବକାରୀ ବ୍ୟବସାୟ ବୃଦ୍ଧି ପାଇବାରେ ଲାଗିଛି । ପୋଲିସ ବିଭାଗ କୁ ଚକମା ଦେଖାଇ ଦୁର୍ବୃତ ମାନେ ନିଜ ଗାଡିରେ ନାଲି ଅକ୍ଷରରେ ପ୍ରେସ ଷ୍ଟିକର ଲଗାଇ ନିର୍ଭିଘ୍ନ ରେ ଚୋରା ମଦ, ଗଞ୍ଜେଇ, ବ୍ରାଉନ ସୁଗାର ଇତ୍ୟାଦି ବ୍ୟବସାୟ କରୁଛନ୍ତି । ପ୍ରେସ ଲୋଗୋ ଯୋଗୁ ପୋଲିସ ପ୍ରଶାସନ କୋହଳ ମନୋଭାବ ପ୍ରଦର୍ଶନ କରୁଛି । ଖବର ନେବାରେ ଜଣାଯାଏ ଯେ ,ଓଡ଼ି୦୧ ଏ ଏମ ୪୯୪୯ ବିଶିଷ୍ଟ ଏକ ସ୍କର୍ପିଓ ଗାଡ଼ି ଦୀର୍ଘଦିନ ହେଲା ଭୁବନ ଅଂଚଳରେ ବୁଲୁଥିବା ଦେଖିବାକୁ ମିଳୁଛି । ଏହି ଗାଡ଼ିଟି ସମ୍ପୂର୍ଣ ଭାବେ ଚୋରା କାରବାର ରେ ଲିପ୍ତ ରହୁଛି ବୋଲି ଶୁଣିବାକୁ ମିଳୁଛି । ଭୁବନ ଅଂଚଳରେ କୌଣସି ସାମ୍ବାଦିକ ଙ୍କ ର ସ୍କର୍ପିଓ ଗାଡ଼ି ନଥିବା ବେଳେ ଏହି ଗାଡ଼ି ଟି ପ୍ରକୃତରେ କାହାର ପୋଲିସ ତଦନ୍ତ କଲେ ଜଣା ପଡ଼ିବ । ଗାଡି ନମ୍ବର ଅନୁଯାୟୀ ଏହା ବାଲେଶ୍ୱର ଜିଲ୍ଲା ଗାଡ଼ି ଓ ପ୍ରକୃତ ମାଲିକ ହେଉଛନ୍ତି ରଞ୍ଜିତ କୁମାର ପାତ୍ର । ଏହି ବ୍ୟକ୍ତି ଜଣକ କୌଣସି ଖବର କାଗଜ,ଟିଭି କିମ୍ବା ୱେବ୍ ପୋର୍ଟାଲ ସାମ୍ବାଦିକ ନୁହନ୍ତି ବୋଲି ଜଣା ପଡିଛି । ତାହେଲେ ବାଲେଶ୍ୱର ମାଲିକ ଙ୍କ ଗାଡ଼ି ଢ଼େଙ୍କାନାଳ ଜିଲ୍ଲା ରେ କଣ କରୁଛି ନା ଏହି ଗାଡ଼ିଟି ବାଲେଶ୍ୱର ରୁ ଚୋରି ହୋଇଛି ନା ବାଲେଶ୍ୱର ରୁ ରୀତିମତ ବ୍ରାଉନ ସୁଗାର୍ ଏହି ଗାଡିରେ ଚାଲାଣ ହେଉଛି ତାହା ବି ସନ୍ଦେହ ଘେରରେ । ଏ ସଂପର୍କ ରେ ଢ଼େଙ୍କାନାଳ ଆଂଚଳିକ ପରିବହନ ଅଧିକାରୀ (ଆର ଟି ଓ) ଙ୍କୁ ଯୋଗାଯୋଗ କରିବାରୁ ସେ ମହାଶୟ ସ୍ଥାନୀୟ ଥାନାରେ ଜଣାଇବାକୁ କହିଥିଲେ । ଭୁବନ ଥାନା ଅଧିକାରୀ ତଥା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏଥି ପ୍ରତି ଦୃଷ୍ଟି ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲ ତଥା ଜନ ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.

three × 3 =