ସ୍ଵାଧୀନ ଭାରତ ରେ ଶୁଭୁଛି : ମଣିମା ମୋ ଦୁଃଖ ଶୁଣିବା ହଉ !

ସ୍ଵାମୀ ମୃତ୍ୟୁ ପରେ ଅସହାୟ ପରିବାର , ବଞ୍ଚିବା ପାଇଁ ରାହା ଖୋଜୁଛନ୍ତି ମା ପୁଅ !

ଢେଙ୍କନାଳ ଜିଲ୍ଲା ଗଁଦିଆ ବ୍ଳକ ମନ୍ଦାର ପଞ୍ଚାୟତ ନବଲିଙ୍ଗା ଗ୍ରାମର ସ୍ଵାମୀ ମୃତୁହବରଣ ପରେ ବିଧବା ମହିଳା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି I ନବଲିଙ୍ଗା ଗ୍ରାମର ବିଧବା ମହିଳା ଶିଶିର ସେଠୀ ଙ୍କ ପରିବାର ବଞ୍ଚିବା ପାଇଁ ରାହା ଖୋଜୁଛନ୍ତି I ଶିଶିର ସେଠୀ ଙ୍କ ପରିବାର କହିଲେ ସ୍ଵାମୀ ଗୋବର୍ଦ୍ଧନ ସେଠୀ ତିନି ଝିଅ ଓ ଗୋଟିଏ ବୋଲି ପୁଅ ସୁନୀଲ ସେଠୀ I ଗୋବର୍ଦ୍ଧନ ମୂଲ ମଜୁରୀ କାମ କରି ଜାହି ତାହି ପରିବାର ଚଳାଉ ଥିଲେ ଏହାରି ଭିତରେ ଦୁଇଟି ଝିଅ ର ମଧ୍ଯ ବିବାହ କରିଦେଇଥିଲେ I ଗୋବର୍ଦ୍ଧନ ଙ୍କ ର ହଠାତ୍ ହୃଦଘାତ ହେବାରୁ ମୃତ୍ୟୁବରଣ କରିଗଲେ I ସ୍ଵାମୀ ପରେ ପତ୍ନୀ ଶିଶିର ସେଠୀ ଚଳିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି I ଶିଶିର ଙ୍କ ଅସୁବିଧା ଦେଖି ବନ୍ଧୁ ବାନ୍ଧବ ଓ ସାହି ପଡ଼ିଶା ମିଶି କିଛି ଆର୍ଥିକ ସାହାଯ୍ୟ କରି ସାନ ଝିଅ କୁ ବିବାହ କରାଇଲେ I ପ୍ରାୟ କିଛି ବର୍ଷ ତଳେ ଗୋବର୍ଦ୍ଧନ ସରକାରଙ୍କ ଠୁ ପାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ ତାହା ଅଧା ପନ୍ତାରିଆ ହୋଇ ପଡ଼ି ରହିଛି I ଅଭାବ ଅନଟନ ଭିତରେ ଘରକୁ ସମ୍ପୂଣ୍ଣ କରିବା ସମ୍ଭବପର ହେଲା ନାହିଁ I ଯେଉଁ ଚାଳ ଘର ଖଣ୍ଡିକ ରେ ବସବାସ କରୁଥିଲେ ତାହା ଛାଣି ଛପର ଅଭାବରୁ ମାଟିରେ ମିଶିଗଲା I ମା ପୁଅ ଦୁଇ ଜଣ ମୁଣ୍ଡ ଗୁଞ୍ଜିବା ପାଇଁ ପାଖ ନଣନ୍ଦ ଘରେ ଆଶ୍ରୟ ନେଉଛନ୍ତି I ପର ଘରେ ସବୁଦିନ ରହିବା ସମ୍ବବପର ନୂହେଁ I ସ୍ଵାମୀ ମୃତୁ ପରେ ଯେମିତି ପରିବାର ଉପରେ ଦୁଃଖର ପାହାଡ଼ ଲଦି ହୋଇ ଯାଇଛି I ପୁଅ ର ଚଳିତ ବର୍ଷ ମାଟ୍ରିକ୍ ସାରିଥିବା ବେଳେ କଲେଜ ରେ ନାମ ଲେଖିବା ଅର୍ଥ ଅଭାବରୁ ପାଠ ପଢିବା ବନ୍ଦ ହୋଇଗଲା I ସରକାରୀ ସହାୟତା କହିଲେ ବିଧବା ଭତ୍ତା ଓ ଦଶ କେଜି ଚାଉଳ ମିଲୁଛି I ସ୍ଵାମୀ ମୃତୁହବରଣ କରିବାର ଦେଢ ବର୍ଷରୁ ଉର୍ଦ୍ଧ ହୋଇଗଲା ନି ହେଲେ ଉକ୍ତ ପରିବାର କୁ ପରିବାର ମଙ୍ଗଳ ଯୋଜନା ସହୟତା ରାଶି ମିଳିପାରି ନାହିଁ I ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ରେଡ୍ କ୍ରସ୍ ବା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ କିଛି ଆର୍ଥିକ ରାଶି ପ୍ରଦାନ କରିବା ସହ ଅନ୍ତୋଦୟ ଯୋଜନା ରେ ସାମିଲ୍ କରିବା ସାହି ବାସିନ୍ଦା ନିବେଦନ କରିଛନ୍ତି I

Leave A Reply

Your email address will not be published.

sixteen + four =