ବେଆଇନ୍ ଭାବେ ଘରୋଇ ଜାଗାରେ ରାସ୍ତା ନିର୍ମାଣ ଅଭିଯୋଗ !

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଅସରଡା ପଞ୍ଚାୟତ ଅଧିନସ୍ଥ ବାର୍ଷିଙ୍ଗା ଗ୍ରାମରେ । ସୂଚନା ଅନୁଯାୟୀ ନୟନ ନାଏକଙ୍କ ଜମି ଉପରେ ସରପଞ୍ଚ ଙ୍କ ସ୍ୱାମୀ ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଚଞ୍ଚକତା କରି ବେଆଇନ୍ ଭାବେ ଏକ ମାଟି ରାସ୍ତା ନିର୍ମାଣ କରିଥିବାର ଅଭିଯୋଗ ହୋଇଛି । ଏହି ଜମିର ଖାତା ନଂ.୩୮୫ ଏବଂ ପ୍ଲଟ୍ ନଂ.୪୩୮ ବୋଲି ସରକାରୀ ଦସ୍ତାବିଜ ରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି । ଜମିର ମାଲିକ ଲିଜ୍ ରେ ପାଇଥିବା ଏହି ଜମି ଉପରେ କାଜୁ ଓ ମହୁଲ ଭଳି ଅନେକ ମୂଲ୍ୟବାନ ଗଛ ଲଗାଇଥିଲେ । ଜମି ମାଲିକ ଙ୍କ ଅଗୋଚର ରେ ୬ ଲକ୍ଷ ୫୦ ହଜାର ଟଙ୍କା ର ବ୍ୟୟ ଅଟକଳ କରି ସରପଞ୍ଚଙ୍କ ସ୍ୱାମୀ ଏବଂ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମନରେଗା ଯୋଜନାରେ ଏକ ମାଟି ରାସ୍ତା ଓ ଡ୍ରେନ୍ ନିର୍ମାଣ କରିଛନ୍ତି ବୋଲି ଅଭିଯୋଗ ହୋଇଛି । ମୃତ ଜମି ମାଲିକ ଙ୍କ ପୁଅ ସନାତନ ନାୟକ ଏ ଘଟଣା ବିଷୟରେ ଜାଣିବା ପରେ ସରପଂଚ ଙ୍କ ସ୍ୱାମୀ କୁ ପଚାରିଥିଲେ କିନ୍ତୁ ସରପଞ୍ଚଙ୍କ ସ୍ୱାମୀ ସନାତନ ଙ୍କୁ ଦେଖି ଚିହିଁକି ଉଠିବା ସହ ତାଙ୍କ ଜାତିକୁ ନେଇ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ଧମକ ଚମକ ଦେଇଥିଲେ । ତେବେ ଏ ଘଟଣା ସଂପର୍କରେ ତୁରନ୍ତ ବିଡ଼ିଓ, ତହସିଲଦାର, ସ୍ଥାନୀୟ ଥାନାଧିକାରୀ ଏବଂ ଆରକ୍ଷୀ ଅଧିକ୍ଷକ ଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନଥିବା ଅଭିଯୋଗକାରୀ ସନାତନ ଦୁଃଖ ର ସହ କହିଛନ୍ତି । ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ସଂପୃକ୍ତ ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଏବଂ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

Leave A Reply

Your email address will not be published.

nineteen + 19 =