ଢ଼େଙ୍କାନାଳ : ‘୫-ଟି’ ସଚି ହିନ୍ଦୋଳ ଗସ୍ତ ରେ ଆସି ଖଜୁରିଆକଟା ଷ୍ଟାଡିୟମ ରେ ଯୋଗଦେଇ ଜନଅଭିଯୋଗ ଗ୍ରହଣ କରିଥିଲେ। ସେ ମଞ୍ଚ ଉପରେ ସମସ୍ତ ଚାଷୀ ଭାଇ ମାନଙ୍କୁ ଏବଂ ମିଶନଶକ୍ତି ମାଆ ମାନଙ୍କୁ ସମ୍ବୋଧନ କରିଥିଲେ। ଆସିବାର ଉଦ୍ଦେଶ୍ୟ ସଂପର୍କରେ କହିବାକୁ ଯାଇ ପ୍ରକାଶ କରିଥିଲେ ଯେ ମୂଖ୍ୟମନ୍ତ୍ରୀ ତାଙ୍କୁ ପଠାଇଛନ୍ତି ଚାଷୀ ଭାଇ ମାନଙ୍କୁ ଦୁଇଟି କଥା କହିବା ପାଇଁ, ପ୍ରଥମେ ଟି ଚାଷୀ ଋଣ ଏବଂ ଦ୍ଵିତୀୟ ଟି ଫସଲବୀମା। ତା ପରେ ଖଜୁରିଆକଟା ସରକାରୀ ଉଚ୍ଚବିଦ୍ୟାଳୟ ପରିଦର୍ଶନ କରିବା ସହ ହିନ୍ଦୋଳ ର ସାପୁଆ ଡ଼୍ୟାମ୍ ପର୍ଯ୍ୟଟନସ୍ଥଳୀ ର ଉନ୍ନତିକରଣ କିପରି ହେବ ଅଧିକାରୀ ମାନଙ୍କ ସହ ଆଲୋଚନା କରି ଭୁବନେଶ୍ୱର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଥିଲେ। ସଚିବ ଙ୍କ ଗସ୍ତ ସମୟରେ ଜିଲ୍ଲାପାଳଙ୍କ ଢେଙ୍କାନାଳ ସମେତ, ଆରକ୍ଷୀ ଅଧିକ୍ଷକ , ଉପଜିଲ୍ଲାପାଳ ଓ ବିଧାୟିକା ହିନ୍ଦୋଳ ଙ୍କ ସମେତ ଆଶାୟୀ ପ୍ରାର୍ଥୀ ମାନେ ମଧ୍ୟ ସେଠାରେ ଯୋଗ ଦେଇଥିଲେ। ୧୦ ରୁ ୧୨ ତାରିଖ ଅନୁଗୁଳ ଆଉ ଢେଙ୍କାନାଳ ଜିଲ୍ଲା ର ବହୁ ସ୍ଥାନକୁ ୫ ଟି ସଚିବ ଗସ୍ତ କରିଥିଲେ। ଏହାକୁ ଅଣ ଗଣତାନ୍ତ୍ରିକ କହି ଜିଲ୍ଲା ବିଜେପି ପ୍ରତ୍ୟେକ ଦିନ କଳା ବ୍ୟାଚ୍ ପିନ୍ଧି ବିଭିନ୍ନ ସ୍ଥାନରେ ଗଣଧାରଣା ଦେଇଥିଲା। ଏହି ପରିପ୍ରେକ୍ଷୀରେ ହିନ୍ଦୋଳ ଗସ୍ତ କୁ ନେଇ ଉପଜିଲ୍ଲାପାଳ ହିନ୍ଦୋଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହିନ୍ଦୋଳ ନିର୍ବାଚନମଣ୍ଡଳୀ ବିଜେପି ଶାଖା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଅଞ୍ଜଳି ବେହେରା ଙ୍କ ନେତୃତ୍ବରେ ଗଣଧାରଣା ଦେଇଥିଲା।