ବିଉଟିସିଆନ୍ ଆସୋସିଏସନ୍‌ର ଆଧାର ଉଦ୍ୟୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ!


 ଢେଙ୍କାନାଳ : ଢେଙ୍କାନାଳ ସହରସ୍ଥିତ ଆର୍‌.କେ. ରେଜେନ୍‌ସୀ ହୋଟେଲ୍ ଠାରେ ବିଉଟିସିଆନା ଆସୋସିଏସନ୍‌ର ଏକ ଆଧାର ଉଦ୍ୟୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବରରେ ସମସ୍ତ ବିଉଟିସିଆନ୍ ଆଧର ଲିଙ୍କ୍ କରିବା ପରାମର୍ଶ ଦିଆଯାଇଅଛି । ଆଧର ଲିକ୍ କରାଗଲେ ବହୁତ ସୁବିଧା ସୁଯୋଗ ମିଳିପାରିବ ବୋଲି ଭୁବନେଶ୍ୱରରୁ ଆସିଥିବା ବିଉଟିସିଆନ୍ ଆସୋସିଏସନ୍ ପକ୍ଷରୁ ଜଣାଇଛନ୍ତି । ଅତିଥି ଭାବେ ନର୍ମଦା ସାହୁ, ଇତିଶ୍ରୀ ମହାନ୍ତି, ପୁଷ୍ପପ୍ରିୟା ତ୍ରିପାଠୀ, ଜ୍ୟୋତ୍ସ୍ନା ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲାର ୪୦ଟି ବିଉଟିସିଆନ୍ ଆସୋସିଏସନ୍ ଭାଗନେଇଥିଲେ । ଅନୁଷ୍ଠାନର ସଭାପତି ସ୍ମିତା ସାମଲ, ଉପସଭାପତି ସୁଚିସ୍ମିତା ମହାନ୍ତି, ସଂପାଦକ ମାଳବିକା ସ୍ୱାଇଁ ଏବଂ କବିତା ବେହେରାଙ୍କ ପ୍ରଚେଷ୍ଟାରେ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ହେୟାର୍ ବ୍ରସ୍ ମେକ୍‌ଅପ୍ ଓ ହେୟାର ଷ୍ଟାଇଲ୍ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଢେଙ୍କାନାଳର ସମସ୍ତ ବିଉଟିସିଆନ୍ ଆସୋସିଏସନ୍ ଗୁଡିକୁ ଭୁବନେଶ୍ୱର ବିଉଟିସିଆନ୍ ସଂଘ ସହିତ ପଞ୍ଜିକରଣ କରାଯିବ ଏବଂ ଏହା କରାଗଲେ ସରକାରଙ୍କ ଠାରୁ ଋଣ ପାଇପାରିବେ କହିଛନ୍ତି । ସମସ୍ତ ଆସୋସିଏସନ୍ ତରଫରୁ ସୁବିଧା ଓ ଅସୁବିଧା ବି

Leave A Reply

Your email address will not be published.

nine + 11 =