ଭାରତରତ୍ନ ଡ. ଆମ୍ବେଦକରଙ୍କ ୧୩୧ତମ ଜୟନ୍ତୀ ସମାରୋହ ଅନୁଷ୍ଠିତ!

ଢେଙ୍କାନାଳ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ବାବା ସାହେବଙ୍କ ପ୍ରତିମୂର୍ତୀରେ ଭାରତରତ୍ନ ଡ. ଆମ୍ବେଦକର ମେମୋରିଆଲ୍ ସୋସାଇଟ୍‌ର ଅଧ୍ୟକ୍ଷ କୈଳାସ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।

ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସରୋଜ କୁମାର ସେଠୀ, ପ୍ରକଳ୍ପ ନିର୍ଦ୍ଦେଶକ ସାଫଲ୍ୟ ମଣ୍ଡିତ ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅଶୋକ କୁମାର ଦାସ, ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରିୟମ୍ବଦା ବେହେରା, ବିଶିଷ୍ଟ ଆଇନ୍‌ଜୀବୀ ତଥା ଉତ୍କଳ ସମ୍ମିଳନୀ ଜିଲ୍ଲା ସଭାପତି ବସନ୍ତ କୁମାର ତ୍ରିପଠୀ, ସମାଜସେବୀ ସରୋଜ କୁମାର ଶତପଥୀ, ପୂର୍ବତନ ଢେଙ୍କାନାଳ ପୌରପରିଷଦ ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ମିଶ୍ର, ଆମ୍ବେଦକର ସୋସାଇଟ୍‌ର ସମ୍ପାଦକ ବନମାଳି ମଲ୍ଲିକ, ଜିଲ୍ଲାପରିଷଦ ସଭ୍ୟ ଆଇନ୍‌ଜୀବୀ ମମତାଞ୍ଜଳିବେହେରା, କାମାକ୍ଷାନଗର ଜିଲ୍ଲା ପରିଷଦ ମେମ୍ବର ଅବନ୍ତୀ ସେଠୀ, ପ୍ରତିରୋଧ ଖବରକାଜର ସମ୍ପାଦକ ବାଇଧର ନାଏକ, ଜିଲ୍ଲାପରିଷଦ ଉପାଧ୍ୟକ୍ଷା ବାସନ୍ତୀ ସେଠୀ, ସୋସାଇଟ୍‌ର ଉପସଭାପତି ସୁଧାର ନାୟକ ପୁଷ୍ପମାଲ୍ୟ ଅର୍ପଣ କରି ଶୋଭାଯାତ୍ରାରେ ବାହାରି ପୁରୁଣା ଜିଲ୍ଲାପରିଷଦ ସଭାଗୃହରେ ବହୁ ଆଡମ୍ବର ଭାବ ପାଳନ ହୋଇଥିଲା ।

ମୁଖ୍ୟ ଅତିଥି ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକଙ୍କ ସଭାପତିତ୍ୱରେ ଏକ ବିରାଟ ସଭାର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ନାୟକ ବାବା ସାହେବଙ୍କ ଜୀବନୀ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ଉକ୍ତ ସଭାରେ ଜିଲ୍ଲାପାଳ ଶ୍ରୀ ସେଠୀ, ଏହି ଜିଲ୍ଲାକୁ କିଭଳି ଏକ ଅଗ୍ରଣୀ ଜିଲ୍ଲା ଭାବେ ଗଢି ତୋଳିବା ପାଇଁ ମତବ୍ୟକ୍ତ କରିଥିଲେ ।

ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ପ୍ରଧାନ ଜିଲ୍ଲାର ପ୍ରକଳ୍ପ ଗୁଡିକ କିଭଳି ଭାବେ ସୁନ୍ଦର ହେବା ସେ ବିଷୟରେ ଟିପ୍ପଣୀ ଦେଇଥିଲେ । ଜିଲ୍ଲା ଚିକିତ୍ସା ଅଧିକାରୀ ଶ୍ରୀ ଦାସ ଜିଲ୍ଲାକୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ତାଙ୍କ ଅବିଭାଷଣରେ କହିଥିଲେ । ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ୮ଜଣ ସମାଜସେବୀଙ୍କୁ ଅତିଥିମାନଙ୍କ ଦ୍ୱାରା ମାନପତ୍ର ପ୍ରଦାନ କରାଯାଇଥିଲା ।

ସର୍ବଶେଷରେ ସଞ୍ଜିବନୀ ଡ୍ୟାନ୍ସ ଏକାଡେମୀ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସର୍ବଶେଷରେ ଜିଲ୍ଲାପରିଷଦ ସଭ୍ୟା ମମତାଞ୍ଜଳି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

3 × five =