ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲ ଓଡାପଡା ବ୍ଲକ୍ ଅନ୍ତର୍ଗତ ନରେନ୍ଦ୍ରପୁର କଣ୍ଟବଣିଆ ଠାରେ ଢେଙ୍କାନାଳର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସୂର୍ଯ୍ୟାଲୋକ ଫାଉଣ୍ଡେସନ୍ ଓ ଛାୟା ଟ୍ରେଡର୍ସ, ନରେନ୍ଦ୍ରପୁର ପକ୍ଷରୁ ମିଳିତ ଭାବେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରରେ ୫୨ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । କଂଟାବଣିଆ ଥାନା ଅଧିକାରୀ ସବିତା ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଏହି ଶିବିରକୁ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ କୁଶୁପଙ୍ଗା ସଂରପଂଚ ନମିତା ନାୟକ ଓ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ର ସୌଭାଗ୍ୟ ଦାସ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହ ଆୟୋଜକମାନଙ୍କୁ ପ୍ରଶଂସା କରିଥିଲେ । ସୂର୍ଯ୍ୟାଲୋକ ଫାଉଣ୍ଡେସନ୍ ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ସ୍ମିତା ପ୍ରିୟଦର୍ଶିନୀ ଷଡଙ୍ଗୀ, ଆଡ୍ମିନ୍ଷ୍ଟ୍ରେଟିଭ୍ ଅଫିସର ଚିତରଞ୍ଜନ ନାଥ, ଉପଦେଷ୍ଟା ଶକ୍ତିପ୍ରସାଦ ହରିଚନ୍ଦନ, ଉପଦେଷ୍ଟା ପ୍ରୀତିରଞ୍ଜନ ମିଶ୍ର ଏବଂ ଛାୟା ଟ୍ରେଡର୍ସ ପକ୍ଷରୁ ସୌମ୍ୟ ପ୍ରଶାନ୍ତି ନାଥ, ମାନସ ରଞ୍ଜନ ସ୍ୱାଇଁ, ମାନସ ପାଇକ, ଦୀପକ ନାୟକ, ଅଭିନାସ ଗଡନାୟକ, ମାନସ ନାୟକ, ଭକ୍ତ ଚରଣ ମହାପାତ୍ର, ପ୍ରଳୟ ନାୟକ, ଗରିରାଜ ଫାଉଣ୍ଡେସନ୍ର ସଂପାଦିକା ବିଭାରାଣୀ ପାତ୍ର, ତୁଳସୀ ବିଶ୍ୱାଳ ଓ ଚନ୍ଦନ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରି ରକ୍ତଦାତାମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ । ଢେଙ୍କାନାଳ ରକ୍ତ କେନ୍ଦ୍ର ପକ୍ଷରୁ ଲାବୋରଟୋରୀ ଟେକ୍ନିସିଆନ୍ ପରମାନନ୍ଦ ପଣ୍ଡା, ଅଜୟ ସ୍ୱାଇଁ, ବରୁଣ ସାହୁ ଓ ତପନ କୁମାର ଜେନା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ ।