ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ର ୪୮ ତମ ପ୍ରତିଷ୍ଠା ଦିବସ ପାଳିତ !


ଢେଙ୍କାନାଳ : ବିଶ୍ୱର ସର୍ବ କନିଷ୍ଠ ସହିଦ ଙ୍କ ନାମରେ ନାମିତ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ରେ ୪୮ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଇଂରାଜୀ ବିଭାଗ ବରିଷ୍ଠ ଅଧ୍ୟାପକ ଅନୀଲ କୁମାର ଧୀର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଦର୍ଶନଶାସ୍ତ୍ର ବିଭାଗ ମୁଖ୍ୟ ତପନ କୁମାର ସାହୁ,ଅର୍ଥନୀତି ଅଧ୍ୟାପକ ସୁରେଶ କୁମାର ମିଶ୍ର, ପଦାର୍ଥ ବିଜ୍ଞାନ ଅଧ୍ୟାପକ ଦୀପକ କୁମାର ପ୍ରଧାନ, ଗ୍ରନ୍ଥାଗାରିକ ନନ୍ଦ କିଶୋର ଧୀର , ମୁଖ୍ୟ କିରାଣୀ କୈଳାସ ଚନ୍ଦ୍ର ବେହେରା ,କିରାଣୀ ରବି କୁମାର ତରାଇ ,କର୍ମଚାରୀ ରଘୁ ଦାସ ପ୍ରମୁଖ ଉପସ୍ଥିତ ରହି ମହାବିଦ୍ୟାଳୟ ର ପ୍ରାଣ ପ୍ରତିଷ୍ଠାତା ସ୍ୱର୍ଗତ ମହନ୍ତ ପ୍ରଧାନ,ପୂର୍ବତନ ବିଧାୟକ ସ୍ୱର୍ଗତ କୈଳାସ ଚନ୍ଦ୍ର ମହାପାତ୍ର ଙ୍କ ସ୍ମୃତି ଚାରଣ କରି କଲେଜ ଇତିହାସ ସମ୍ପର୍କରେ ବହୁ ଅନାଲୋଚିତ ତଥ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ମହାବିଦ୍ୟାଳୟ କୁ ରାଜ୍ୟର ଏକ ଶ୍ରେଷ୍ଠ ମହାବିଦ୍ୟାଳୟ ଭାବେ ଗଢି ତୋଳିବାକୁ ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କୁ ଶପଥ ପାଠ କରାଯାଇଥିଲା । ଶେଷରେ ମୁଖ୍ୟ କିରାଣୀ କୈଳାସ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

5 × 2 =