ବହୁ ଚର୍ଚ୍ଚିତ କାମାକ୍ଷାନଗର ବିଜେଡିନେତା ଗୁଳିକାଣ୍ଡ ମାମଲାର ମାଷ୍ଟରମାଇଣ୍ଡ ତଥା ‘କିଙ୍ଗ୍ ଅଫ୍ ଫରେଷ୍ଟ’ ର ମୁଖ୍ଯ ଅଭିଯୁକ୍ତ ଗିରଫ !

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାକୁ ଅପରାଧ ମୁକ୍ତ କରିବା ସହିତ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ଥିବା ଅପରାଧୀଙ୍କୁ ମୁଖ୍ୟ ସ୍ରୋତକୁ ଫେରିବା ଲାଗି ସୁଯୋଗ ଦିଆଯାଇଛି । ସାମାଜିକ ସ୍ରୋତରେ ସାମିଲ ହେଲେ ଆବଶ୍ୟକତା ଅନୁଯାୟୀ ସେମାନଙ୍କ ଥଇଥାନ ବ୍ୟବସ୍ଥା କରାଯିବ । ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଏସ୍‌kପି ଜ୍ଞାନରଞ୍ଜନ ମହାପାତ୍ର କଡ଼ା ଚେତାବନୀ ଦେଇଛନ୍ତି । ଏଥିସହ କାମାକ୍ଷାନଗର ଅଂଚଳର ବିଜେଡିନେତା ତଥା ଠିକାଦାର କାହ୍ନୁ ସାହୁ ଗୁଳିକାଣ୍ଡ ମାମଲା ଓ ଠିକାଦାର ଭୂପେଶ ଚନ୍ଦ୍ର ମହାପାତ୍ରଙ୍କ ଅସ୍ଥାୟୀ କ୍ୟାମ୍ପରେ ଜେସିବି ପୋଡ଼ି ଘଟଣାର ରହସ୍ୟ ଉନ୍ମୋଚନ କରିଛନ୍ତି ।ଏହି ଦୁଇ ଅପରାଧିକ ମାମଲା ଢେଙ୍କାନାଳ ଓ ପାଖ ଜିଲ୍ଲାରେ ଦାଦାବଟିନାମରେ ଆତଙ୍କ ସୃଷ୍ଟି କରିଥିବା ‘କିଙ୍ଗ୍ ଅଫ୍ ଫରେଷ୍ଟ’ ଗ୍ୟାଙ୍ଗ୍ ମୁଖ୍ୟ ରାକେଶ ପାତ୍ର (୨୨) ଏବଂ ତାଙ୍କର ଅନ୍ୟତମ ପ୍ରମୁଖ ସହଯୋଗୀ ପୂର୍ଣ୍ଣଚନ୍ଦ୍ର ଦାସ ଓରଫ ପପୁ ( ୨୫) ଗିରଫ ହୋଇଥିବା ଏସ୍‌ପି ସୂଚନା ଦେଇଛନ୍ତି । କାଳିଆପାଣି ଥାନା ଟାଟା ମାଇନ୍ସ ରାନସୋଲ ଅଂଚଳର ରାକେଶ ଏବଂ ସଦର ଥାନା କାଙ୍କଡ଼ପାଳରେ ରହୁଥିବା ରାସୋଳ ଥାନା ସୋରତ ଅଂଚଳର ପୂର୍ଣ୍ଣଚନ୍ଦ୍ର ପେସାଦାର ଅପରାଧୀ । ସେମାନେ ଠିକାଦାରଙ୍କୁ ହତ୍ୟାଧମକ ଦେଇ ଦାଦାବଟି ଆଦାୟ କରୁଥିଲେ । ରାକେଶଙ୍କ ନାମରେ କାମାକ୍ଷାନଗର ଥାନାରେ ୩ଟି,ତୁମୁସିଙ୍ଗା ଥାନାରେ ଗୋଟିଏ ମାମଲା ରହିଛି । ଗାଲୁକାଟେଣୀ – ସମାଟାଙ୍ଗୀ ରାସ୍ତାରେ ଥିବା ଠିକାଦାର ଭୂପେଶ ମହାପାତ୍ରଙ୍କ ଅସ୍ଥାୟୀ କ୍ୟାମ୍ପରେ ଅଭିଯୁକ୍ତମାନେ ଆତଙ୍କରାଜ ସୃଷ୍ଟି କରି ଠିକାଦାରଙ୍କ କର୍ମଚାରୀଙ୍କୁ ମାରଣାସ୍ତ୍ର ଦେଖାଇ ଦାଦାବଟି ମାଗିଥିଲେ । ଏଥିରେ କର୍ମଚାରୀମାନେ ଅସହାୟତା ପ୍ରକାଶ କରିବାରୁ ଅଭିଯୁକ୍ତମାନେ ଠିକାଦାରଙ୍କୁ ଫୋନ କରି ୫ଲକ୍ଷ ଟଙ୍କା ଦାବି କରିଥିଲେ । ଟଙ୍କା ନ ଦେଲେ ପରିସ୍ଥିତି ଭୟାବହ ହେବ ବୋଲି ଧମକ ଦେଇଥିଲେ । ସେହିପରି କାହ୍ନୁଙ୍କ ଉପରକୁ ହୋଇଥିବା ୩ଥର ମରଣାନ୍ତକ ଆକ୍ରମଣ ଘଟଣାରେ ଏହିଦୁଇଜଣ ସମ୍ପୃକ୍ତ ଥିଲେ । ଅଭିଯୁକ୍ତ ରାକେଶ କାମାକ୍ଷାନଗର କଲୋନି ସାହିରେ ରହୁଥିବା ଜଣାପଡ଼ିବା ପରେ ପୋଲିସ ତାଙ୍କୁଗିରଫ କରିଥିଲା । ତାଙ୍କ ନିକଟରୁ ଗୋଟିଏ ପିସ୍ତଲ, ଦୁଇ ରାଉଣ୍ଡ ଗୁଳି ଜବତ କରାଯାଇଛି । ରାକେଶ ‘କିଙ୍ଗ୍ ଅଫ୍ ଫରେଷ୍ଟ’ ନାମରେ ଏକ ଗ୍ୟାଙ୍ଗ୍ ଗଢ଼ି ଦାଦାବଟି ଆଦାୟ କରୁଥିଲେ । କେତେଜଣ ଯୁବକଙ୍କୁ ନେଇ ସେ ଗ୍ୟାଙ୍ଗ ଗଢ଼ି ଅପରାଧିକ କାର୍ଯ୍ୟକଳାପ ଘଟାଉଥିବା ଜଣାପଡ଼ିଛି । ଏହିସବୁ ଘଟଣାରେ ପୂର୍ବରୁ ୪ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟମାନଙ୍କୁ ଗିରଫ କରାଯିବାକୁ ଉଦ୍ୟମ ଜାରି ରହିଥିବା ଏସ୍‌ପି ସୂଚନା ଦେଇଛନ୍ତି ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌?ପି ସୂର୍ଯ୍ୟମଣି ପ୍ରଧାନ, ଡିଏସ୍‌?ପି ବିଭୂତି ଭୂଷଣ ମହାପାତ୍ର, କାମାକ୍ଷାନଗର ଥାନାଧିକାରୀ ଶରତ ମହାଳିକ, ସଦର ଥାନାଧିକାରୀ ପ୍ରଦୀପ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

thirteen − eleven =