ଭୁବନ ଜିରାଳ ମହାବିଦ୍ୟଳୟରେ ବନ ମହୋତ୍ସବ !

ଢେଙ୍କନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଜିରାଳ ମହାବିଦ୍ୟଳୟ ରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ମହାବିଦ୍ୟଳୟ ର ଏନ୍ ଏସ୍ ଏସ୍ ସହଯୋଗ ରେ 74 ତମ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି I ଜିରାଳ ସେକ୍ସନ୍ ର ବନ କର୍ମଚାରୀ ମମତା କଅଁର ଙ୍କ ନେତୃତ୍ଵରେ ମୁଖ୍ୟ ଅତିଥି ଭାବେ ପୋଗ୍ରାମ ଅଫିସର ଅଧ୍ୟାପିକା ଡଃ ପଦ୍ମାଳୟା ଷଡଙ୍ଗୀ ଯୋଗଦେଇ ଚାରା ରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ I ମହାବିଦ୍ୟଳୟ ର ଛାତ୍ର ଛାତ୍ରୀ ଓ ବନକର୍ମଚାରୀ ସହଯୋଗ ରେ ବିଭିନ୍ନ ପ୍ରକାରର ସହେ ରୁ ଉର୍ଦ୍ଧ ଚାରା ରୋପଣ କରାଯାଇଛି I ଏହି କାର୍ଯ୍ୟକ୍ରମ ରେ ହାତୀ ସ୍କାର୍ଡ ହାତୀ ସଞ୍ଜୟ କୁମାର ସାମଲ ରୋହିତ୍ ମଲ୍ଲିକ, ଲକ୍ଷ୍ମୀନାରାୟଣ ସ୍ଵାଇଁ, ମହାବିଦ୍ୟାଳୟ ରେ ଅଧ୍ୟାପକ ସୁବ୍ରତ କୁମାର ପରିଡା, ସୁଧାକର ସାହୁ, ପ୍ରଫୁଲ୍ଲ କୁମାର ସାହୁ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ l

Leave A Reply

Your email address will not be published.

1 + ten =