ରୟାଲ୍ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ୱାରା ବନ ମହୋତ୍ସବ ସପ୍ତାହ ପାଳନ !

ଢେଙ୍କାନାଳ : ଢେଙ୍କାନାଳ ସହର ଉପକଣ୍ଠ ରଞ୍ଜା ସ୍ଥିତ ରୟାଲ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ୱାରା ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବିଦ୍ୟାଳୟ ପରିସର ସମେତ ନିକଟବର୍ତୀ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ ଓ ସର୍ବ ସାଧାରଣ ରେ ସଚେତନତା ସୃଷ୍ଟି କରିବା ସହିତ ବୃକ୍ଷ ଚାରା ବଂଟନ କରାଯାଇଥିଲା । ବନ ମହୋତ୍ସବ ସପ୍ତାହ ର ଶେଷ ଦିନରେ ବିଦ୍ୟାଳୟ ର ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ପରିସର ସହ ନିକଟବର୍ତୀ ବିଭିନ୍ନ ସ୍ଥାନରେ ପ୍ରାୟ ୧୦୦ ଚାରା ରୋପଣ କରିଥିଲେ ତତ୍ ସହିତ ଢେଙ୍କାନାଳ ସହର ରାମେଶ୍ୱର ପୁର ଛକ ନିକଟରେ ସର୍ବସାଧାରଣ ଓ ପଥିକ ମାନଙ୍କୁ ବୃକ୍ଷ ଚାରା ବଣ୍ଟନ କରିବା ସଙ୍ଗେ ସଙ୍ଗେ ପରିବେଶ ସୁରକ୍ଷା ର ବାର୍ତା ଦେଇଥିଲେ । ଏହି କାର୍ଯ୍ୟକ୍ରମ କୁ ଢେଙ୍କାନାଳ ବନ ଅଧିକାରୀ ଶ୍ରୀ ସୁମିତ୍ କର, ବିଦ୍ୟାଳୟ ପ୍ରତିଷ୍ଠାତା ଡ଼ ଅକ୍ଷୟ କୁମାର ମହାନ୍ତି, ବିଦ୍ୟାଳୟ ନିର୍ଦ୍ଦେଶକ ସରୋଜ କାନ୍ତ ଦାଶ, ଅଧ୍ୟକ୍ଷ ଅନିଲ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିବା ସଙ୍ଗେ ସଙ୍ଗେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ସହ ଶିକ୍ଷକ ଶିକ୍ଷୟଈିତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସୋନାଲି ବେହେରା, ସରୋଜ କୁମାର ସାସମଲ, ବିଶ୍ୱଜିତ ପ୍ରଧାନ, ସାନ୍ତନୁ ଖୁଣ୍ଟିଆ , ସୁଶ୍ରୀ ସଙ୍ଗୀତା ମହାପାତ୍ର, ଜିତେନ୍ଦ୍ର ବେହେରା, ପିଣ୍ଟୁ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ସହଯୋଗ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ଏତାଦୃଶ କାର୍ଯ୍ୟ କୁ ପଥଚାରୀଙ୍କ ସମେତ ଉପସ୍ଥିତ ଜନତା ପ୍ରସଂଶା କରିଥିଲେ ।

Leave A Reply

Your email address will not be published.

10 + 6 =