ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ଉଦଘାଟିତଛାତ୍ରଛାତ୍ରୀଙ୍କ ପରୀକ୍ଷାପରେ ବାହ୍ୟଜ୍ଞାନ ଆବଶ୍ୟକ – ସାଂସଦ ମହେଶ ସାହୁ

ଢେଙ୍କାନାଳ : ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟ ନାନକ ଭବନ ପରିସରରେ ନେହେରୁ ଯୁବକେନ୍ଦ୍ର ସଂଗଠନ ଆନୁକୁଲ୍ୟରେ ଓ ଜିଲ୍ଲା ପ୍ରଶାସନ ସହଯୋଗରେ ଜିଲ୍ଳାସ୍ତରୀୟ ଯୁବ ମହୋତ୍ସବ ଉଦଘାଟିତ ହୋଇଯାଇଛି । ଏହି ମହୋତ୍ସବକୁ ସାଂସଦ ମହେଶ ସାହୁ ଉଦଘାଟନ କରି ଛାତ୍ରଛାତ୍ରୀ ମାନେ ପରୀକ୍ଷାପରେ ବାହ୍ୟଜ୍ଞାନର ଆବଶ୍ୟକତା ରହିଛି ବୋଲି କହିଥିଲେ । ମହାବିଦ୍ୟାଳୟର ଖେଳପଡିଆର ଉନ୍ନତିକରଣ ନିମନ୍ତେ କ୍ରିଟିକାଲ ଫଣ୍ଡରୁ ୫ଲକ୍ଷ୍ୟଟଙ୍କା ପ୍ରଦାନ କରାଯାଇଥିବାର କହିଥିଲେ । ଅନ୍ୟତମ ଅତିଥି ଭାବେ ବିଧାୟକ ସୁଧିର କୁମାର ସାମଲ ଯୋଗଦେଇ ଭାରତର ଯୁବ ସମାଜ ବର୍ତ୍ତମାନ କେଉଁ ଅବସ୍ଥାରେ ରହିଛି ଚିନ୍ତାର ବିଷୟ । ଭଲ ମଣିଷ ହେବାପାଇଁ ବିଦ୍ୟା, ମାନବିକତା ଓ ମୂଲ୍ୟବୋଧ ଉପରେ ସେ ଗୁରୁତ୍ୱ ପ୍ରଦାନ କରିଥିଲେ । ଭାରତରେ ଭାଇଚାରା, ଭ୍ରାତୃଭାବ ଓ ସଂସ୍କୃତି ପରମ୍ପରା ରହିଥିବା ବେଳେ ଅନ୍ୟଦେଶରେ ତାହା ନାହିଁ ବୋଲି କହିଥିଲେ । ଭଲ ମଣିଷ ହେବାକୁ ହେଲେ ସମାଜରୁ କିଛି ଶିକ୍ଷା କରିବା ଆବଶ୍ୟକ ବୋଲି ସେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୂହାଣ ଯୋଗଦେଇ ସ୍ୱଚ୍ଛଭାରତ ଓ ସୁନ୍ଦର ଭାରତ ଗଠନ କରିବା ଆମର ଲକ୍ଷ୍ୟ । ଯୁବ ପିଢୀକୁ ସଚେତନ କରିବା ଏହି କାର୍ଯ୍ୟକ୍ରମା ଉଦ୍ଦେଶ୍ୟ । ସମ୍ମାନିତ ଅତିଥି ଭାବେ ପୌର ଉପାଧ୍ୟକ୍ଷ ପ୍ରକାଶ କୁଁଅର, ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରଂଜିତ ପ୍ରଧାନ, ପ୍ରଶାସନିକ ଅଧିକାରୀ ଡ.ଦେବାଶିଷ ମହାନ୍ତି, ପ୍ରଫେସର ଦେବରାଜ ପରିଡା ପ୍ରମୁଖ ଯୋଗଦେଇ ଯୁବ ସମାଜ ଏହି କାର୍ଯ୍ୟକ୍ରମରୁ ଶିକ୍ଷାଲାଭ କରିବାପାଇଁ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ନେହେରୁ ଯୁବକେନ୍ଦ୍ରର ଉପନିର୍ଦ୍ଦେଶକ ଅଶୋକ ଦାଶ ଅଧ୍ୟକ୍ଷତା କରି ଯୁବ ମହୋତ୍ସବର ଉଦ୍ଦେଶ୍ୟ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଅପରାହ୍ନ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସାଂସ୍କୃତିକ ପ୍ରତିଯୋଗିତା, ଚିତ୍ରାଙ୍କନ ଓ ଅନ୍ୟାନ୍ୟ ପ୍ରତିଯୋଗିତାର କୃତ୍ତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ନେହେରୁ ଯୁବକେନ୍ଦ୍ରା ବିତ୍ତ ଅଧିକାରୀ ଶଶାଙ୍କ ଶେଖର ମହାପାତ୍ର, ବିପ୍ରବର ବେହେରା ଓ ଅନ୍ୟାନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ । ଏହି ଅବସରରେ ବିଭିନ୍ନ ସ୍ୱୟଂଶହାୟକ ଗୋଷ୍ଠୀ ଦ୍ୱାରା ମିଲେଟ ମିଶନ ଓ ଅନ୍ୟାନ୍ୟ ଷ୍ଟଲମାନ ଖୋଲାଯାଇଥିଲା ।

Leave A Reply

Your email address will not be published.

eleven − 7 =