ଭୁବନ ମହିଳା ମହାବିଦ୍ୟାଳୟ ରେ ବନ ମହୋତ୍ସବ !

ଢ଼େଙ୍କାନାଳ: ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ବନ ମହୋତ୍ସବ ପାଳିତ ହୋଇଯାଇଛି। ମହାବିଦ୍ୟାଳୟ ର ଅଧ୍ୟକ୍ଷ ଦିଲୀପ କୁମାର ଦାସ ଙ୍କ ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭୁବନ ବନପାଳ ଶ୍ରୀମତୀ କବିତା ବିଶ୍ଵାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶ୍ଵ ପାଇଁ ବୃକ୍ଷ ରୋପଣ ନିହାତି ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ। ବୃକ୍ଷ ହିଁ ଜୀବନ । ବୃକ୍ଷ ରୋପଣ ହିଁ ସାରା ବିଶ୍ବ କୁ ଜଳବାୟୁ ପରିବର୍ତ୍ତନ ଓ ସୁନାମୀ ଭଳି ବିପଦ ରୁ ରକ୍ଷା କରି ପାରିବ ବୋଲି କହିଥିଲେ । ଏହି ଅବସରରେ ଜାତୀୟ ସେବା ଯୋଜନା ପ୍ରୋଗ୍ରାମ ଅଫିସର ଅଧ୍ୟାପକ ନିରଞ୍ଜନ ନାୟକ, ଏନ୍ ସି ସି କ୍ୟାପଟେନ ପ୍ରମିଳା ଦାସ , ୟୁଥ ରେଡକ୍ରସ କାଉନସିଲର ଅନୁପମା ମିଶ୍ର, ଜାତୀୟ ସେବା ଯୋଜନା ସ୍ବେଚ୍ଛାସେବୀ ମାନେ ୫୦ ରୁ ଉର୍ଦ୍ଧ୍ବ ଚାରା ରୋପଣ କରିଥିଲେ । ଭୁବନ ବନ ବିଭାଗ କର୍ମଚାରୀ ମାନେ ସହାୟତା କରିଥିଲେ ।

Leave A Reply

Your email address will not be published.

3 + 2 =