ଭୁବନ ଅବସରପ୍ରାପ୍ତ ତହସିଲ କର୍ମଚାରୀ ମଦନ ମୋହନ ରାଉତ ଙ୍କ ପରଲୋକ !

ଢ଼େଙ୍କାନାଳ : ଭୁବନ ତହସିଲ କାର୍ଯ୍ୟାଳୟ ର ଅବସରପ୍ରାପ୍ତ କର୍ମଚାରୀ (ପ୍ରୋସେସର୍ଭର) ମଦନ ମୋହନ ରାଉତ ଙ୍କ ର ଭୁବନ ବ୍ଲକ୍ ଅନ୍ତର୍ଗତ କୁନିଦା ପଞ୍ଚାୟତ ରେନନ୍ଦାପାଟଣା ଗ୍ରାମ ସ୍ଥିତ ସ୍ଵଗୃହରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା । ଅନ୍ତିମ ଶଯ୍ୟା ନିକଟରେ ତାଙ୍କର ପତ୍ନୀ ସଂଯୁକ୍ତା ରାଉତ,ପୁତ୍ର ମାନସ,ଝିଅ ମୀରା,କୁନି ,ମୁନି,ଜ୍ବାଇଁ ବୁଲୁ,ବିଚିତ୍ର ଙ୍କ ସମେତ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ। ମଦନ ବାବୁ ଙ୍କ ଦେହାନ୍ତ ଖବର ଶୁଣି ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଘରେ ନେଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ଶବାଧାରରେ ସାମିଲ ହୋଇଥିଲେ । ଗ୍ରାମ ଶ୍ମଶାନ ରେ ଅନ୍ତିମ ସଂସ୍କାର କରାଯାଇଥିଲା ଓ ଏକ ମାତ୍ର ପୁତ୍ର ମାନସ ମୁଖାଗ୍ନି ଦେଇଥିଲେ । ମଦନ ବାବୁ ଭୁବନ ତହସିଲ ରେ ପ୍ରୋସେ ସର୍ଭର ଭାବେ ଗତ ୨୦୧୯ ଜାନୁଆରୀ ୩୧ ରେ ଚାକିରି ରୁ ଅବସର ଗ୍ରହଣ କରିଥିଲେ। ସ୍ବର୍ଗତ ରାଉତ ବାବୁ ଏକାଧାରରେ ଜଣେ ଶାନ୍ତ, ସରଳ,ଅମାୟିକ , ପରୋପକାରୀ ଓ ଧର୍ମ ପରାୟଣ ବ୍ୟକ୍ତି ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।

Leave A Reply

Your email address will not be published.

fifteen − 11 =